![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/a/a4/Hydrochloric_acid_30_percent.jpg/640px-Hydrochloric_acid_30_percent.jpg&w=640&q=50)
ହାଇଡ୍ରୋକ୍ଲୋରିକ ଅମ୍ଳ
From Wikipedia, the free encyclopedia
ହାଇଡ୍ରୋକ୍ଲୋରିକ ଅମ୍ଳ ଏକ ରାସାୟନିକ ଯୌଗୀକ ଅଟେ । ଏହା ହାଇଡ୍ରୋଜେନ କ୍ଲୋରାଇଡ (HCl) ଗ୍ୟାସର ଏକ ଘୋଳ ଅଟେ ଯାହା ସହଜରେ ପାଣିରେ ମିଶିଯାଏ । ଅତୀତରେ ଏହାକୁ (muriatic acid) ମ୍ୟୁରିଏଟିକ ଅମ୍ଳ କୁହାଯାଉଥିଲା । ଏହା ବ୍ୟାପକ ରୂପେ ଉଦ୍ୟୋଗରେ ବ୍ୟବହାର କରାଯାଏ ଏବଂ ଏହା ଭୋଜନର ପାଚକ କ୍ରୀୟାରେ ସାହାଯ୍ୟ କରିବା ପାଇଁ ପେଟଦ୍ୱାରା ମଧ୍ୟ ତିଆରି ହୋଇଥାଏ । ହାଇଡ୍ରୋକ୍ଲୋରିକ ଅମ୍ଳ, ସମସ୍ତ ଏସିଡ ପରି ଲବଣ (କ୍ଲୋରାଇଡ)ର ଉତ୍ପାଦନ ପାଇଁ ଆଧାର ସହିତ ପ୍ରତିକ୍ରୀୟା କରିଥାଏ ।
Quick Facts
Close
ପୂରାତନ ପୂର୍ବ ବ୍ୟବସ୍ଥିତ ନାମ "ମ୍ୟୁରେଟିକ ଏସିଡ"ର ଉତ୍ପତ୍ତି ଗୋଟିଏ ଅଟେ ; ମ୍ୟୁରେଟିକର ଅର୍ଥ "ଲୁଣ (ଲବଣ)ଦ୍ୱାରା ସମ୍ବନ୍ଧିତ" , ଏଥିପାଇଁ ମ୍ୟୁରେଟିକର ଅର୍ଥ "ହାଇଡ୍ରୋକ୍ଲୋରାଇଡ", ଓ ଏହି ନାମ ଏବେ ମଧ୍ୟ ବେଳେ ବେଳେ ବ୍ୟବହାର କରାଯାଏ ।[1][2] ହାଇଡ୍ରୋକ୍ଲୋରିକ ଅମ୍ଳର ନାମ ୧୮୧୪ ମସିହାରେ ଫ୍ରାନ୍ସ ରସାୟନୀକଜ୍ଞ "ଜୋସେଫ ଲୁଈ ଗେ-ଲୁସାକ"ଙ୍କଦ୍ୱାରା ଗଠନ କରାଯାଇଥିଲା ।[3]