![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/9/9b/Pironkova_US16_%25287%2529_%252829569439690%2529_%2528cropped%2529.jpg/640px-Pironkova_US16_%25287%2529_%252829569439690%2529_%2528cropped%2529.jpg&w=640&q=50)
ସ୍ୱେତାନା ପିରୋନ୍କୋଭା
ବୁଲଗାରିଆର ଟେନିସ ଖେଳାଳି / From Wikipedia, the free encyclopedia
ସ୍ୱେତାନା କିରିଲୋଭା ପିରୋନ୍କୋଭା (Bulgarian: Цветана Кирилова Пиронкова [tsvɛˈtana pirɔnˈkɔva]) (ଜନ୍ମ ୧୩ ସେପ୍ଟେମ୍ବର ୧୯୮୭) ଜଣେ ବୁଲ୍ଗେରିଆ ପେଶାଗତ ଟେନିସ୍ ଖେଳାଳି । ସେ ଫେଡ୍ କପ୍ରେ ଦେଶର ସର୍ବଶ୍ରେଷ୍ଠ ଖେଳାଳି । ପ୍ଲୋଭ୍ଦିଭ୍ରେ ଜନ୍ମ ହୋଇଥିବା ପିରୋନ୍କୋଭା, ୪ ବର୍ଷ ବୟସରେ ତାଙ୍କ ବାପାଙ୍କଠାରୁ ଟେନିସ୍ ଶିଖିବା ଆରମ୍ଭ କରିଥିଲେ । କନିଷ୍ଠ ବର୍ଗରେ ଖେଳି ଆଟ୍ଲାଣ୍ଟିକ୍ କପ୍ ଜିତିଥିଲେ, ଓ ୨୦୦୨ରେ ଆନ୍ତର୍ଜାତୀୟ ଟେନିସ୍ ଫେଡ଼େରେସନ୍ ପ୍ରତିଯୋଗିତାରେ ବରିଷ୍ଠ ବିଭାଗରେ ପ୍ରଥମ ଆନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ପେଶାଗତ ଜୀବନର ଆରମ୍ଭରେ ସେ ଆଇଟିଏଫ୍ ସର୍କିଟ୍ରେ ୬ଟି ଆନ୍ତର୍ଜାତୀୟ ଏକକ ପ୍ରତିଯୋଗିତା ଜିତିଥିଲେ ।
![]() ୨୦୧୬ ୟୁଏସ୍ ଓପନ୍ ଟେନିସ୍ ପ୍ରତିଯୋଗିତାରେ ପିରୋନକୋଭା | |
ଦେଶ | ଛାଞ୍ଚ:BUL |
---|---|
ବାସସ୍ଥାନ | ପ୍ଲୋଭ୍ଦିଭ୍, ବୁଲ୍ଗେରିଆ |
ଜନ୍ମ | (1987-09-13) ୧୩ ସେପ୍ଟେମ୍ବର ୧୯୮୭ (ବୟସ ୩୬) ପ୍ଲୋଭ୍ଦିଭ୍, ପିପୁଲ୍ସ ରିପବ୍ଲିକ୍ ଅଫ୍ ବୁଲ୍ଗେରିଆ |
ଉଚ୍ଚତା | 1.80 m (5 ft 11 in) |
ପେଷା ଆରମ୍ଭ | ୨୦୦୨ |
ଖେଳ | ଡାହାଣହାତୀ (two-handed backhand) |
ପୁରସ୍କାର ରାଶି | US$୪,୪୯୭,୦୯୫ |
Official web site | tsvetanapironkova.com |
ପେଷାଗତ ରେକର୍ଡ଼ | ଛାଞ୍ଚ:Tennis record |
ପେଷା ଟାଇଟଲ | ୧ WTA, ୬ ITF |
ସର୍ବୋଚ୍ଚ ରାଙ୍କିଙ୍ଗ | ନଂ ୩୧ (୧୩ ସେପ୍ଟେମ୍ବର ୨୦୧୦) |
ଏବେର ରାଙ୍କିଙ୍ଗ | ନଂ ୧୬୮ (୧୩ ନଭେମ୍ବର ୨୦୧୭) |
ଅଷ୍ଟ୍ରେଲୀୟ ଓପନ୍ | 2R (2006, 2008, 2009, 2010, 2011, 2012, 2014, 2015) |
ଫରାସୀ ଓପନ୍ | କ୍ୱାର୍ଟର୍ଫାଇନାଲ୍ (2016) |
ୱିମ୍ବଲ୍ଡନ୍ | ସେମଫାଇନାଲ୍ (2010) |
ଆମେରିକୀୟ ଓପନ୍ | 4R (2012) |
ଅନ୍ୟ ଟୁର୍ନାମେଣ୍ଟ | |
Olympic Games | 2R (2008, 2012) |
ପେଷାଗତ ରେକର୍ଡ଼୍ | ଛାଞ୍ଚ:Tennis record |
ପେଷାଗତ ଟାଇଟଲ୍ | ୦ WTA, ୦ ITF |
ସର୍ବୋଚ୍ଚ ରାଙ୍କିଙ୍ଗ | ନଂ ୧୪୧ (୨୩ ମାର୍ଚ୍ଚ ୨୦୦୯) |
Australian Open | 2R (2007, 2009) |
French Open | 2R (2006, 2008) |
Wimbledon | 2R (2011, 2013) |
US Open | 2R (2008) |
Last updated on: ୧୩ ନଭେମ୍ବର ୨୦୧୭. |
ପିରୋନ୍କୋଭା ୨୦୦୫ରେ ଇସ୍ତାନାବୁଲ୍ କପ୍ରେ ତାଙ୍କ ପ୍ରଥମ ଡବ୍ଲ୍ୟୁଟିଏ ଟୁର୍ ଖେଳିଥିଲେ ଓ ଖେଳ ଜିବନର ପ୍ରାରମ୍ଭରେ ମଝିମଝିଆ ସଫଳତା ପାଇଥିଲେ । ଏହ ୨୦୧୦ରେ ପରିବର୍ତ୍ତନ ହୋଇଥିଲା, ଯେତେବେଳେ ସେ ୧-୪ ରେକର୍ଡ୍ରେ ମ୍ଯାଚ୍ ଜିତି ୱିମ୍ବେଲ୍ଡ଼ନ୍ ପ୍ରତିଯୋଗିତାରେ ପ୍ରବେଶ କରିଥିଲେ ଓ ଦ୍ୱିତୀୟ ବୁଲ୍ଗେରିଆ ଖେଳାଳି ଭାବେ କୌଣସି ଏକ ଗ୍ରାଣ୍ଡସ୍ଲାମ୍ ପ୍ରତିଯୋଗିତାର ସେମିଫାଇନାଲ୍ ପର୍ଯ୍ୟନ୍ତ ଯାଇଥିଲେ । ଏହି ପ୍ରତିଯୋଗିତା ପରେ ସେପ୍ଟେମ୍ବର ୨୦୧୦ରେ ତାଙ୍କ ଡବ୍ଲ୍ୟୁଟିଏ କ୍ରମାଙ୍କ ସର୍ବାଧିକ ୩୧ ନଂରେ ପହଁଞ୍ଚିଥିଲା । ଏହା ପରବର୍ଷ ୱିମ୍ବେଲ୍ଡ଼ନ୍ରେ ସେ କ୍ୱାର୍ଟର୍ଫାଇନାଲ୍ ପର୍ଯ୍ୟନ୍ତ ପହଁଞ୍ଚିଥିଲେ ଓ ଦି ୱିମ୍ବେଲ୍ଡ଼ନ୍ ଡାର୍କ୍ହର୍ସ୍ର ମାନ୍ୟତା ପାଇଥିଲେ ।[1] ତାଙ୍କର ନାଟକୀୟ କ୍ରମାଙ୍କ ବୃଦ୍ଧି ସହ ସେ ଗ୍ରାଣ୍ଡ୍ସ୍ଲାମ୍ ପ୍ରତିଯୋଗିତାରେ ମଧ୍ୟ ବହୁ ଶ୍ରେଷ୍ଠ ଖେଳାଳିଙ୍କୁ ମଧ୍ୟ ପରାସ୍ତ କରିଥିଲେ ।[2][3]
ପିରୋନ୍କୋଭା ତାଙ୍କର ପ୍ରଥମ ଡବ୍ଲ୍ୟୁଟିଏ ପ୍ରତିଯୋଗିତା ୨୦୧୪ ଆପିଆ ଆନ୍ତର୍ଜାତୀୟରେ ତିନି ଜଣ ଶ୍ରେଷ୍ଠ ୧୦ ଖେଳାଳିଙ୍କୁ ଏକାଧାରରେ ପରାସ୍ତ କରି ଜିତିଥିଲେ । ସେ ୨୦୧୬ ଫ୍ରେଞ୍ଚ୍ ଓପେନ୍ରେ ବିଶ୍ୱ କ୍ରମାଙ୍କ ୨ ରାଡ଼୍ୱାନ୍ସକାଙ୍କୁ ପରାସ୍ତ କରି କାୱରାଟର୍ଫାଇନାଲ୍ରେ ପହଁଞ୍ଚିଥିଲେ । ଏହାକୁ ମିଶାଇ ପିରୋନ୍କୋଭା ସର୍ବମୋଟ ୧୨ ଜଣ ଶ୍ରେଷ୍ଠ ୧୦ ଖେଳାଳିଙ୍କୁ ହରାଇଥିଲେ । ୨୦୧୭ ୱିମ୍ବେଲ୍ଡ଼ନ୍ ପ୍ରତିଯୋଗିତା ପରେ ପିରୋନ୍କୋଭ, ନିଜର ମହିଳା ପୋଷାକ ଓ ଜୀବନ ଶୈଳୀ ବ୍ରାଣ୍ଡ୍, ପିରୋନେଟିକ୍ର ବଜାର ପ୍ରବେଶ କରାଇଥିଲେ ।[4][5] ସେ ନ୍ୟୁୟର୍କ୍ ଟାଇମ୍ସଦ୍ୱାରା "cerebral" grass-court abilities ପାଇଁ ପ୍ରସିଦ୍ଧି ପାଇଥିଲେ ଓ ଏମ୍ଏସ୍ଏନ୍ଦ୍ୱାରା ସବୁଠାରୁ ସୁନ୍ଦରୀ ମହିଳା କ୍ରୀଡ଼ାବିତ୍ର ସମ୍ମାନ ପାଇଥିଲେ ।[6][7]