From Wikipedia, the free encyclopedia
ସ୍ୱତଃ ଗର୍ଭପାତ, (en|ଇଂରାଜୀରେ Miscarriage, ବା spontaneous abortion ବା pregnancy loss), କୁହାଯାଏ ଯେତେବେଳେ ଗର୍ଭସ୍ଥ ଭୃଣର/ଫିଟସର ନିଜସ୍ୱ ଜୀବନ ନିର୍ବାହ ଶକ୍ତି ପାଇବା ପୂର୍ବରୁ ପ୍ରାକୃତିକ ମୃତ୍ୟୁ ହୁଏ ।[1][2] ଗର୍ଭ ୨୦ ସପ୍ତାହ ହେବା ପର୍ଯ୍ୟନ୍ତ ଏହି ମୃତ୍ୟୁ ହେଲେ ସ୍ୱତଃ ଗର୍ଭପାତ ଓ ଏହା ପରେ ହେଲେ ସ୍ଟିଲ ବାର୍ଥ କୁହାଯାଏ ।[2] ଯୋନୀପଥରୁ ରକ୍ତସ୍ରାବ ଏହାର ମୂଖ୍ୟ ଲକ୍ଷଣ । [1] ଏହା ଯନ୍ତ୍ରଣାଦାୟକ ହୋଇପାରେ ବା ନ ହୋଇପାରେ ।[1] ଯୋନୀପଥରୁ ମୁଣ୍ଡାରକ୍ତ ଓ ତନ୍ତୁ ନିର୍ଗତ ହୁଏ । [3] ବିଷାଦ, ଉତ୍କଣ୍ଠା ଓ ଅପରାଧୀ ଭଳି ଭାବନା ହୋଇପାରେ । [4]
ସ୍ୱତଃ ଗର୍ଭପାତ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Obstetrics and gynecology |
ଆଇସିଡ଼ି-୧୦ | O03. |
ଆଇସିଡ଼ି-୯-ସିଏମ୍ | 634 |
ରୋଗ ଡାଟାବେସ | 29 |
ମେଡ଼ିସିନ-ପ୍ଲସ | 001488 |
ଇ-ମେଡ଼ିସିନ | topic list |
Patient UK | ସ୍ୱତଃ ଗର୍ଭପାତ |
MeSH | D000022 |
ସ୍ୱତଃ ଗର୍ଭପାତ କେତେକ ସଙ୍କଟଦାୟକ ଅବସ୍ଥା ଥିଲେ ହୁଏ ଯଥା :- ବୟସ୍କ ପିତାମାତା, ପୂର୍ବ ସ୍ୱତଃ ଗର୍ଭପାତ ଇତିହାସ, ଧୁମ୍ରପାନ, ମୋଟାପଣ, ଡାଏବେଟିସ ଓ ନିଶା ସେବନ ତଥା ମଦ୍ୟପାନ ।[5][6] ୩୫ ବର୍ଷ ପୂର୍ବରୁ ସ୍ୱତଃ ଗର୍ଭପାତ ସଙ୍କଟ ୧୦ %, ୪୦ ବର୍ଷ ବୟସ ପରେ ଏହା ୪୫ % ହୁଏ । [1] ବୟସ ୩୦ ପରେ ସଙ୍କଟ ବଢ଼ିଯାଏ । [5] ପ୍ରଥମ ତ୍ରୈମାସିକରେ ୮୦ % ସ୍ୱତଃ ଗର୍ଭପାତ ହୁଏ । ଏହାର ଅନ୍ତର୍ନିହିତ କାରଣ ମଧ୍ୟରେ ଅସ୍ୱାଭାବିକ କ୍ରୋମୋଜୋମ ସଂପୃକ୍ତ ଥାଏ । ସମାନ ଲକ୍ଷଣ ଥିବା ଅନ୍ୟ ରୋଗମାନଙ୍କ ନାମ ଏକ୍ଟୋପିକ ପ୍ରେଗନାନସି ଓ ଇମ୍ପ୍ଲାଣ୍ଟେସନ ବ୍ଲିଡିଙ୍ଗ । [1] ଜରାୟୁ ମୁଖ ଖୋଲା ବା ବନ୍ଦ ଅଛି, ରକ୍ତରେ ହ୍ୟୁମାନ କୋରିଓନିକ ଗୋନାଡ଼ୋଟ୍ରଫିନ (ଏଚସିଜି) ଉପସ୍ଥିତି ଓ ଅଲଟ୍ରାସାଉଣ୍ଡ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ । [7]
ଉତ୍ତମ ପ୍ରିନାଟାଲ ଯତ୍ନ ସ୍ୱତଃ ଗର୍ଭପାତର ପ୍ରତିଷେଧ କାମ କରେ । ନିଶା ଦ୍ରବ୍ୟ ଓ ମଦ୍ୟ ପରିତ୍ୟାଗ, ସଂକ୍ରମଣ ନ ହେବା ନିମନ୍ତେ ଯତ୍ନ ଓ ରାଡିଏସନଠାରୁ ଦୂରରେ ରହିଲେ ପ୍ରତିଷେଧ କାମ କରେ । [8] କୌଣସି ନିଧାର୍ଯ୍ୟ ଚିକିତ୍ସା ପ୍ରଥମ ୭ରୁ ୧୪ ଦିନ ମଧ୍ୟରେ ଆବଶ୍ୟକ ହୁଏ ନାହିଁ ।[6][9] ଅଧିକାଂଶ ମହିଳା ବିନା ଚିକିତ୍ସାରେ ରହନ୍ତି ।[6] ବେଳେ ବେଳେ ମିସୋପ୍ରୋସ୍ଟୋଲ ଔଷଧ ଦିଆଯାଏ ଓ ଜରାୟୁରେ ରହିଯାଇଥିବା ପଦାର୍ଥ ଡାଇଲାଟେସନ ଓ କ୍ୟୁରେଟେଜ (ଡିସି) ଅପରେଶନ କରି ବାହାର କରିଦିଆଯାଏ । [9] ଆର ଏଚ ନେଗେଟିଭ ଥିବା ମହିଳା [[ଆର ଏଚ ଓ (ଡି) ଇମ୍ମ୍ୟନଗ୍ଲୋବ୍ୟୁଲିନ}} ଆବଶ୍ୟକ କରନ୍ତି । [6] ଯନ୍ତ୍ରଣାଦୂରକାରୀ ଔଷଧ ଓ ସହାନୁଭୁତି ଉପକାରୀ ସାବ୍ୟସ୍ତ ହୁଏ । [9]
ପ୍ରାକ୍ ଗର୍ଭାବସ୍ଥାର ସର୍ବାଧିକ ଜଟିଳ ସମସ୍ୟା ହେଉଛି ସ୍ୱତଃ ଗର୍ଭପାତ । [10] ନିଜର ଗର୍ଭ ଥିବା ଜାଣିଥିବା ମହିଳାଙ୍କର ସ୍ୱତଃ ଗର୍ଭପାତ ହାର ୧୦ %ରୁ ୨୦ % ଓ ସମସ୍ତ ଗର୍ଭିଣି ମହିଳାଙ୍କର ଏହି ହାର ୩୦ %ରୁ ୫୦ % । [1][5] ପ୍ରାୟ ୫ % ମହିଳାଙ୍କର କ୍ରମାନ୍ୱୟରେ ଦୁଇଟି ସ୍ୱତଃ ଗର୍ଭପାତ ହୁଏ । [11]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.