From Wikipedia, the free encyclopedia
ସ୍ଥାନାନ୍ତରିତ ମାଢ଼ି (ଇଂରାଜୀ ଭାଷାରେ dislocated jaw ବା Temporomandibular joint dislocation) କୁହାଯାଏ ଯେତେବେଳେ ମାଢ଼ି ହାଡ଼ର କଣ୍ଡାଇଲ ଟେମ୍ପୋରାଲ ଅସ୍ଥିଠାରୁ ବିସ୍ଥାପିତ ହୋଇଥାଏ ।[1] ଏହାର ଲକ୍ଷଣ ମଧ୍ୟରେ ପାଟି ବନ୍ଦ କରିବାରେ ଅକ୍ଷମତା, କଥା ହେବା ସମସ୍ୟା, ଚୋବେଇବା ସମସ୍ୟା ଏବଂ କାନ ସାମ୍ନାରେ ଯନ୍ତ୍ରଣା ଅନୁଭବ ହୋଇପାରେ ।[1] ଉଭୟ ପାର୍ଶ୍ୱର ଗଣ୍ଠି, ଗୋଟିଏ ପାର୍ଶ୍ୱ ଅପେକ୍ଷା ଅଧିକ ପ୍ରଭାବିତ ହୁଏ ।[1] ଏହା ସହିତ ଅସ୍ଥି ଭଗ୍ନ, ବାହ୍ୟ ଶ୍ରବଣ ନଳୀରେ ଆଘାତ, ଏବଂ କ୍ରାନିଆଲ୍ ସ୍ନାୟୁ ଆଘାତପ୍ରାପ୍ତ ହୋଇ ଜଟିଳ ହୋଇପାରେ ।[1]
Dislocated jaw | |
---|---|
Temporal mandibular joint (TMJ) dislocation, dislocated mandible | |
ବିଭାଗ | ENT surgery |
ଲକ୍ଷଣ | Inability to close the mouth, problems speaking and chewing, pain in front of the ear[1] |
କାରଣ | Physical injury, over opening the jaw, connective tissue disorders[1] |
ବିପଦ କାରକ | Prior loss of teeth[1] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms, medical imaging[1] |
ସଠିକ ରୋଗ ନିର୍ଣ୍ଣୟ | Mandible fracture, peritonsillar abscess, TMJ dysfunction, tetanus[1] |
ଔଷଧ | Local anesthesia, procedural sedation, muscle relaxants[1] |
ଚିକିତ୍ସା | Reduction[1] |
Prognosis | Generally good[1] |
ପୁନଃପୌନିକ | 2.5 per 10,000 per year[2] |
ଏହାର କାରଣ ମଧ୍ୟରେ ଶାରୀରିକ ଆଘାତ, ଅତ୍ୟଧିକ ହାଇ ମାରିବା ସମୟରେ ପାଟି ଅତ୍ୟଧିକ ଖୋଲିବା ଏବଂ କନେକ୍ଟିଭ୍ ତନ୍ତୁ ବ୍ୟାଧି ଭଳି ଅନ୍ତର୍ନିହିତ ଗଠନ ଜନିତ ସମସ୍ୟା ହେତୁ ହୋଇପାରେ ।[1] ଦାନ୍ତହାନୀ ଏହାର ବିପଦ କାରଣ ହୋଇପାରେ ।[1] ରୋଗ ନିର୍ଣ୍ଣୟ ପ୍ରାୟତଃ ଲକ୍ଷଣ ଉପରେ ଆଧାରିତ, ଯଦିଓ ମେଡିକାଲ ଇମେଜିଙ୍ଗଦ୍ୱାରା ସମର୍ଥିତ ହୋଇପାରେ ।[1] ଏହାର ବିବିଧ ପ୍ରକାର ସନ୍ଧିଚ୍ୟୁତ ମଧ୍ୟରେ ଅଗ୍ରବର୍ତ୍ତୀ, ପଶ୍ଚାତ୍ବର୍ତ୍ତୀ, ଉର୍ଦ୍ଧ୍ୱସ୍ଥ, ବାହ୍ୟ ପାର୍ଶ୍ୱସ୍ଥ ହୋଇପାରେ ।[1]
ସାଧାରଣତଃ ଏହା 'ବନ୍ଦ ପୁନଃସ୍ଥାପନ' ସହିତ ଚିକିତ୍ସା କରାଯାଇପାରେ ।[1] ଏହା ହୁଏତ ସ୍ଥାନୀୟ ନିଶ୍ଚେତକ, ପ୍ରଶାନ୍ତିକରଣ କିମ୍ବା ମାଂସପେଶୀ ଆରାମ ଆବଶ୍ୟକ କରିପାରନ୍ତି | [1] ଗଣ୍ଠି ପୁନସ୍ଥାପନ ନିମନ୍ତ ତଳ ମୋଲାର ଦାନ୍ତ ଉପରେ ବୁଢ଼ା ଅଙ୍ଗୁଳିଦ୍ୱାରା ନିମ୍ନ ଚାପ ପ୍ରୟୋଗ କରି ହାତଦ୍ୱାରା ପଛକୁ ଠେଲି ଦିଆଯାଏ ।[1] ଯଦି ସ୍ଥାନାନ୍ତର ଦୀର୍ଘ ଦିନ ଧରି ରହିଆସିଛି, ତେବେ ଅସ୍ତ୍ରୋପଚାର ଆବଶ୍ୟକ ହୋଇପାରେ ।[1] ବାରମ୍ବାର ସମସ୍ୟା ହେଲେ ବିଶେଷଜ୍ଞ ସାହାଯ୍ୟରେ ବଟୁଲିନମ୍ ଟକ୍ସିନ୍ ଇଞ୍ଜେକ୍ସନ ଦିଆଯାଇପାରେ ।[1]
ସ୍ଥାନାନ୍ତରିତ ମାଢ଼ି ପ୍ରତିବର୍ଷ ୧୦,୦୦୦ ଲୋକଙ୍କ ମଧ୍ୟରୁ ପାଇଁ ପ୍ରାୟ ୨ରୁ ୩ ଜଣଙ୍କୁ ଏବଂ କୌଣସି ସମୟରେ ଜନସଂଖ୍ୟାର ପ୍ରାୟ ୫%କୁ ପ୍ରଭାବିତ କରିଥାଏ ।[2] ଖ୍ରୀ:ପୂ: ୧୫୦୦ରୁ ଗଣ୍ଠି ପୁନଃସ୍ଥାପନ ପ୍ରଣାଳୀ ବିଦ୍ୟମାନ ଥିବା ଲିପିବଦ୍ଧ ହୋଇଛି।[2]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.