ମସ୍ତିଷ୍କକୁ ରକ୍ତ ସରବରାହ କରୁଥିବା ଧମନୀରେ ଥିବା ରୋଗ । From Wikipedia, the free encyclopedia
ଷ୍ଟ୍ରୋକ (ଇଂରାଜୀରେ ସ୍ଟ୍ରୋକ ବା ସେରେବ୍ରୋଭାସ୍କୁଲାର ଆକ୍ସିଡେଣ୍ଟ ସଂକ୍ଷେପରେ ସିଭିଏ, ବା ସେରେବ୍ରୋଭାସ୍କୁଲାର ଇନସଲଟ ସଂକ୍ଷେପରେ ସିଭିଆଇ ବା ବ୍ରେନ ଆଟାକ ଯଥାକ୍ରମେ Stroke, also known as cerebrovascular accident (CVA), cerebrovascular insult (CVI), or brain attack), ରୋଗ ହୁଏ ଯେତେବେଳେ ମସ୍ତିଷ୍କକୁ କ୍ଷୀଣ ରକ୍ତ ସରବରାହ ହୋଇ ତାହାର ଜୀବକୋଷ ନଷ୍ଟ ହୋଇଯାଏ । ସାଧାରଣତଃ ଦୁଇ ପ୍ରକାର ସ୍ଟ୍ରୋକ ହୁଏ ଯଥା ରକ୍ତସଞ୍ଚାଳନ ବିହୀନ ସ୍ଟ୍ରୋକ (brain ischemia) ଓ ହେମୋରେଜିକ ସ୍ଟ୍ରୋକ (intracranial hemorrhage) । ରକ୍ତ ସରବରାହ କମିଯିବା ଫଳରେ ମସ୍ତିଷ୍କର କାର୍ଯ୍ୟକାରୀତା ସଠିକ ଭାବରେ ସମ୍ପାଦିତ ହୁଏନାହିଁ । [1] ଏହି ରୋଗର ଚିହ୍ନ ଓ ଲକ୍ଷଣ: ଶରୀରର ଗୋଟିଏ ପାଖର ପକ୍ଷାଘାତ କିମ୍ବା ଏକପାଖିଆ ଦୁର୍ବଳତା, ବୁଝିବା ଅକ୍ଷମତା, କଥା କହିବା ଅକ୍ଷମତା, ଭର୍ଟିଗୋ କିମ୍ବା ଦୃଶ୍ୟର ଗୋଟିଏ ପାଖ ଅନ୍ଧତ୍ୱ । [2][3] ଅଧିକାଂଶ ସମୟରେ ସ୍ଟ୍ରୋକ ହେବା ସଙ୍ଗେ ସଙ୍ଗେ ଚିହ୍ନ ଓ ଲକ୍ଷଣ ପ୍ରକାଶ ପାଏ । ଏକ ବା ଦୁଇ ଘଣ୍ଟାରୁ କମ ସମୟ ଲକ୍ଷଣ ରହିଲେ ତାହାକୁ ଟ୍ରାଞ୍ଜିଏଣ୍ଟ ଇସକେମିକ ଆଟାକ (ଟିଟିଏ) ବା କ୍ଷଣସ୍ଥାୟୀ ରକ୍ତାଭାବ ଆକ୍ରମଣ କୁହାଯାଏ । [3] ରକ୍ତସ୍ରାବ ସ୍ଟ୍ରୋକ ହେଲେ ଅତ୍ୟଧିକ ମୁଣ୍ଡ ବିନ୍ଧା ହୋଇଥାଏ । [3] ସ୍ଟ୍ରୋକ ରୋଗ ଲକ୍ଷଣ ସ୍ଥାୟୀ ହୋଇପାରେ । [1] ଦୀର୍ଘସ୍ଥାୟୀ ଜଟୀଳତା ମଧ୍ୟରେ ନିମୋନିଆ କିମ୍ବା ପରିସ୍ରା ନିୟନ୍ତ୍ରଣ ଅକ୍ଷମତା ଉଲ୍ଲେଖଯୋଗ୍ୟ । [3]
ଉଚ୍ଚ ରକ୍ତଚାପ ଏହି ରୋଗର ମୂଖ୍ୟ ସଙ୍କଟ କାରକ ।[4] ଅନ୍ୟାନ୍ୟ କାରକ ମଧ୍ୟରେ ଧୂମ୍ରପାନ, ମୋଟାପଣ, ଅତ୍ୟଧିକ ରକ୍ତ କୋଲେସ୍ଟେରଲ, ଡାଏବେଟିସ ମେଲିଟସ, ଟିଆଇଏ ଓ ଆଟ୍ରିଆଲ ଫିବ୍ରିଲେସନ । [2][4] ରକ୍ତନଳୀର ସଙ୍କୋଚନ ହେତୁ ଇସକେମିକ ସ୍ଟ୍ରୋକ ହୁଏ । [5] ମସ୍ତିଷ୍କରେ ବା ସବଆରାକନଏଡ ସ୍ପେସରେ ରକ୍ତସ୍ରାବ ହେଲେ ହେମୋରେଜିକ ବା ରକ୍ତସ୍ରାବ ସ୍ଟ୍ରୋକ ହୁଏ । [5][6] ମସ୍ତିଷ୍କ ଆନିଉରିଜ୍ମ ଯୋଗୁ ରକ୍ରସ୍ରାବ ହୋଇପାରେ । [5] ଶାରୀରିକ ପରୀକ୍ଷା ସହିତ ମେଡିକାଲ ଇମେଜିଙ୍ଗ ଯେପରିକି ସିଟି ସ୍କାନ ବା ଏମ.ଆର.ଆଇ. ସ୍କାନ କରି ରୋଗ ନିର୍ଣ୍ଣୟ କରାଯାଏ । ଅନ୍ୟାନ୍ୟ ପରୀକ୍ଷା ମଧ୍ୟରେ ଇଲେକ୍ଟ୍ରୋକାର୍ଡ଼ିଓଗ୍ରାମ (ଇସିଜି) ଓ ରକ୍ତ ପରୀକ୍ଷା କରି ସଙ୍କଟାବସ୍ଥା ଓ ଅନ୍ୟାନ୍ୟ ସମ୍ଭାବ୍ୟ ରୋଗ ନିରୂପଣ କରାଯାଏ । ନିମ୍ନ ରକ୍ତଶର୍କରା ଥିଲେ ସମାନ ଲକ୍ଷଣ ଦେଖାଯାଇପାରେ । [7]
ସଙ୍କଟଦାୟୀ ଅବସ୍ଥା ନିମନ୍ତେ ପ୍ରତିକାର ଆବଶ୍ୟକ ଯେପରିକି ଆସ୍ପିରିନ ଓ ସ୍ଟାଟିନ ବ୍ୟବହାର ଉପରେ ଅଙ୍କୁଶ; ମସ୍ତିଷ୍କର ରକ୍ରନଳୀ ସଙ୍କୋଚନ ହୋଇଥିଲେ ମସ୍ତିଷ୍କରେ ଅପରେଶନ କରି କ୍ୟାରୋଟିଡ ସଙ୍କୋଚନ ଦୂର କରାଯାଏ; ଆଟ୍ରିଆଲ ଫିବ୍ରିଲେସନ ଥିଲେ ୱାରଫାରିନ ନିୟନ୍ତ୍ରଣ କରିବା ଆବଶ୍ୟକ । [2] ସ୍ଟ୍ରୋକ ରୋଗ ନିମନ୍ତେ ଆଶୁଚିକିତ୍ସା ଆବଶ୍ୟକ ହୁଏ । [1] ଇସ୍କେମିକ ସ୍ଟ୍ରୋକ ରୋଗ ୩ରୁ ୪ଘଣ୍ଟା ମଧ୍ୟରେ ଜଣାପଡ଼ିଲେ ଜମାଟ ରକ୍ତ ଭାଙ୍ଗିବା ନିମନ୍ତେ ଔଷଧ ଦେଇ ଚିକିତ୍ସା କରାଯାଏ । ଏଥିରେ ଆସ୍ପିରିନ ବ୍ୟବହାର କରାଯାଏ । ଅପରେଶନ କରି କେତେକ ରକ୍ରସ୍ରାବ ସ୍ଟ୍ରୋକରେ ଉପକାର ମିଳେ । ନଷ୍ଟ କାର୍ଯ୍ୟକ୍ଷମତାକୁ ପୁନରୁଦ୍ଧାର ନିମନ୍ତେ ସ୍ୱତନ୍ତ୍ର ସ୍ଟ୍ରୋକ ୟୁନିଟ ଆବଶ୍ୟକ ଯାହା ପୃଥିବୀର ସବୁ ସ୍ଥାନରେ ଉପଲବ୍ଧ ହୁଏ ନାହିଁ । [2]
ଉଚ୍ଚ ରକ୍ତଚାପ ଏହି ରୋଗର ମୂଖ୍ୟ ସଙ୍କଟ କାରକ ।[4] ଅନ୍ୟାନ୍ୟ କାରକ ମଧ୍ୟରେ ଧୂମ୍ରପାନ, ମୋଟାପଣ, ଅତ୍ୟଧିକ ରକ୍ତ କୋଲେସ୍ଟେରଲ, ଡାଏବେଟିସ ମେଲିଟସ, ଟିଆଇଏ ଓ ଆଟ୍ରିଆଲ ଫିବ୍ରିଲେସନ । [2][4] ରକ୍ତନଳୀର ସଙ୍କୋଚନ ହେତୁ ଇସକେମିକ ସ୍ଟ୍ରୋକ ହୁଏ । [5] ମସ୍ତିଷ୍କରେ ବା ସବଆରାକନଏଡ ସ୍ପେସରେ ରକ୍ତସ୍ରାବ ହେଲେ ହେମୋରେଜିକ ବା ରକ୍ତସ୍ରାବ ସ୍ଟ୍ରୋକ ହୁଏ । [5][6] ମସ୍ତିଷ୍କ ଆନିଉରିଜ୍ମ ଯୋଗୁ ରକ୍ରସ୍ରାବ ହୋଇପାରେ । [5] ଶାରୀରିକ ପରୀକ୍ଷା ସହିତ ମେଡିକାଲ ଇମେଜିଙ୍ଗ ଯେପରିକି ସିଟି ସ୍କାନ ବା ଏମ.ଆର.ଆଇ. ସ୍କାନ କରି ରୋଗ ନିର୍ଣ୍ଣୟ କରାଯାଏ । ଅନ୍ୟାନ୍ୟ ପରୀକ୍ଷା ମଧ୍ୟରେ ଇଲେକ୍ଟ୍ରୋକାର୍ଡ଼ିଓଗ୍ରାମ (ଇସିଜି) ଓ ରକ୍ତ ପରୀକ୍ଷା କରି ସଙ୍କଟାବସ୍ଥା ଓ ଅନ୍ୟାନ୍ୟ ସମ୍ଭାବ୍ୟ ରୋଗ ନିରୂପଣ କରାଯାଏ । ନିମ୍ନ ରକ୍ତଶର୍କରା ଥିଲେ ସମାନ ଲକ୍ଷଣ ଦେଖାଯାଇପାରେ । [7]
ସଙ୍କଟଦାୟୀ ଅବସ୍ଥା ନିମନ୍ତେ ପ୍ରତିକାର ଯେପରିକି ଆସ୍ପିରିନ ଓ ସ୍ଟାଟିନ ବ୍ୟବହାର ଉପରେ ଅଙ୍କୁଶ; ମସ୍ତିଷ୍କର ରକ୍ରନଳୀ ସଙ୍କୋଚନ ଥିଲେ ମସ୍ତିଷ୍କରେ ଅପରେଶନ କରି କ୍ୟାରୋଟିଡ ସଙ୍କୋଚନ ଦୂର କରାଯାଏ; ଆଟ୍ରିଆଲ ଫିବ୍ରିଲେସନ ଥିଲେ ୱାରଫାରିନ ନିୟନ୍ତ୍ରଣ କରିବା ଆବଶ୍ୟକ । [2] ସ୍ଟ୍ରୋକ ରୋଗ ନିମନ୍ତେ ଆଶୁଚିକିତ୍ସା ଆବଶ୍ୟକ ହୁଏ । [1] ଇସ୍କେମିକ ସ୍ଟ୍ରୋକ ରୋଗ ୩ରୁ ୪ଘଣ୍ଟା ମଧ୍ୟରେ ଜଣାପଡ଼ିଲେ ଜମାଟ ରକ୍ତ ଭାଙ୍ଗିବା ନିମନ୍ତେ ଔଷଧ ଦେଇ ଚିକିତ୍ସା କରାଯାଏ । ଏଥିରେ ଆସ୍ପିରିନ ବ୍ୟବହାର କରାଯାଏ । ଅପରେଶନ କରି କେତେକ ରକ୍ରସ୍ରାବ ସ୍ଟ୍ରୋକରେ ଉପକାର ମିଳେ । ନଷ୍ଟ କାର୍ଯ୍ୟକ୍ଷମତାକୁ ପୁନରୁଦ୍ଧାର ନିମନ୍ତେଏ ସ୍ୱତନ୍ତ୍ର ସ୍ଟ୍ରୋକ ୟୁନିଟ ଆବଶ୍ୟକ ଯାହା ପୃଥିବୀର ସବୁ ସ୍ଥାନରେ ଉପଲବଧ ହୁଏ ନାହିଁ । [2]
ସନ ୨୦୧୦ରେ ପ୍ରାୟ ୧୭ନିୟୁତ ଲୋକଙ୍କୁ ସ୍ଟ୍ରୋକ ହୋଇଥିଲା ଓ ଆଗରୁ ସ୍ଟ୍ରୋକରେ ପୀଡ଼ିତ ହୋଇଥିବା ୩୩ ନିୟୁତ ଲିକ ବଞ୍ଚିଥିଲେ । ୧୯୯୦ ଓ ୨୦୧୦ ମଧ୍ୟରେ ଏହି ରୋଗ ବିକଶିତ ଦେଶମାନଙ୍କରେ ୧୦% କିମିଥିଲା ଓ ବିକାଶଶୀଳ ଦେଶମାନଙ୍କରେ ୧୦% ବଢ଼ିଥିଲା । [8] କରୋନାରୀ ଧମନୀ ରୋଗ ପରେ ସନ ୨୦୧୩ରେ ଏହା ଦ୍ୱିତୀୟ ସର୍ବାଧିକ ମୃତ୍ୟୁର କାରଣ ଥିଲା; ଏହା ଯୋଗୁ ୬ ନିୟୁତ (ସମସ୍ତ ମୃତ୍ୟୁର ୧୨%) ମୃତ୍ୟୁ ହୋଇଥିଲା । [9] ଇସ୍କେମିକ ସ୍ଟ୍ରୋକ ଯୋଗୁ ୩.୩ ନିୟୁତ ଓ ହେମୋରେଜିକ ସ୍ଟ୍ରୋକ ଯୋଗୁ ୩.୨ ନିୟୁତ ଲୋକ ମୃତ୍ୟୁ ବରଣ କରିଥିଲେ । [9] ସ୍ଟ୍ରୋକ ହୋଇଥିବା ଲୋକ ଏକ ବର୍ଷରୁ କମ ସମୟ ବଞ୍ଚନ୍ତି । [2] ୬୫ ବର୍ଷ ବୟସ ଉପରେ ଥିବା ଲୋକଙ୍କ ମଧ୍ୟରୁ ୨/୩ ଭାଗ ଲୋକଙ୍କୁ ସ୍ଟ୍ରୋକ ହୁଏ । [8]
ସ୍ଟ୍ରୋକ ରୋଗ ଦୁଇ ପ୍ରକାର କାରଣ ଯୋଗୁ ହୁଏ ଯଥା ସ୍ୱଳ୍ପ ରକ୍ତ ଜନିତ ଓ ରକ୍ତସ୍ରାବ ଜନିତ । ସ୍ୱଳ୍ପ ରକ୍ତ ଜନିତ କାରଣ ଯୋଗୁ ୮୭ % ସ୍ଟ୍ରୋକ ହୁଏ । ବେଳେ ବେଳେ ସ୍ୱଳ୍ପ ରକ୍ତ ସରବରାହ ସ୍ଥାନ ମାନଙ୍କରେ ମଧ୍ୟ ରକ୍ତ ସ୍ରାବ ହୁଏ ଯାହାର କାରଣ ଜଣାଯାଇ ନାହିଁ।
ରକ୍ତ ସରବରାହ କମ ହୋଇ ମସ୍ତିଷ୍କର କର୍ମ ହାନୀ ହେଉଥିବା ୪ଟି କାରଣ ନିମ୍ନରେ ଦିଆଗଲା ।
ଅଜଣା କାରଣରୁ ହେଉଥିବା ସ୍ଟ୍ରୋକ୍କୁ "କ୍ରିପ୍ଟୋଜେନିକ୍" କୁହାଯାଏ ଓ ଏହା ସମୁଦାୟ ସ୍ଟ୍ରୋକ ରୋଗର ପ୍ରାୟ ୩୦%ରୁ ୪୦% [12] ।
ସ୍ୱଳ୍ପ ରକ୍ତ ସରବରାହ ହେଉଥିବା କେତେକ ମୂଖ୍ୟ କାରଣ ଗୁଡିକୁ ବର୍ଗୀକରଣ କରାଯାଇଛି । ସେଗୁଡିକ ମଧ୍ୟରେ ୧. ଅକ୍ସଫୋର୍ଡ କମ୍ୟୁନିଟି ସ୍ଟ୍ରୋକ୍ ପ୍ରୋଜେକ୍ଟ କ୍ଲାସିଫିକେସନ୍, ୨. ଟୋସ୍ଟ TOAST କ୍ଳାସିଫିକେସନ
ଖପୁରୀ ଭିତରେ ଯେ କୌଣସି ସ୍ଥାନରେ ରକ୍ତସ୍ରାବ ହେଲେ ତାହାକୁ ଇଣ୍ଟ୍ରକ୍ରାନିଆଲ ହେମୋରେଜ ବା ଖପୁରୀ ମଧ୍ୟସ୍ଥ ରକ୍ତସ୍ରାବ କୁହାଯାଏ । ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଏ । ୧. ଇଣ୍ଟ୍ରା ଆକ୍ସିଆଲ୍- ରକ୍ତ ସ୍ରାବ ମସ୍ତିଷ୍କ ଭିତରେ ହୁଏ, ୨. ଏକ୍ସଟ୍ରା ଆକ୍ସିଆଲ- ମସ୍ତିଷ୍କ ବାହାରେ କିନ୍ତୁ ଖପୁରୀ ଭିତରେ ।
ସ୍ଟ୍ରୋକ ରୋଗର ଲକ୍ଷଣ ହଠାତ ଆରମ୍ଭ ହୋଇ କିଛି ସେକଣ୍ଡ ବା କିଛି ମିନିଟ ମଧ୍ୟରେ ସଂପୂର୍ଣ୍ଣ ପ୍ରକାଶିତ ହୁଏ ଓ ତା ପରେ ଆଉ ବଢେ ନାହିଁ । ରୋଗଦ୍ୱାରା ଆକ୍ରାନ୍ତ ହୋଇଥିବା ମସ୍ତିଷ୍କର ଅଂଶ ଅନୁସାରେ ଲକ୍ଷଣ ପ୍ରକାଶ ପାଏ । ମସ୍ତିଷ୍କର ଯେତେ ଅଧିକ ଅଂଶ ଆକ୍ରାନ୍ତ ହୁଏ ସେହି ଅନୁସାରେ ଲକ୍ଷଣ ପ୍ରକାଶ ପାଏ । ମସ୍ତିଷ୍କ ବାହାରେ କିନ୍ତୁ ଖପୁରୀ ଭିତରେ ରକ୍ତସ୍ରାବ ହେଲେ ଠିକ ତାହାର ପାର୍ଶ୍ୱବର୍ତ୍ତୀ ମସ୍ତିଷ୍କ ଆକ୍ରାନ୍ତ ନ ହୋଇ ଚାପଗ୍ରସ୍ତ ଅଂଶ ଅନୁସାରେ ଲକ୍ଷଣ ପ୍ରକାଶ ପାଏ । ଅଧିକାଂଶ ରୋଗୀଙ୍କର ମୁଣ୍ଡ ବଥା ହୁଏ ନାହିଁ ।
ବିଭିନ୍ନ ଚିହ୍ନଦ୍ୱାରା ରୋଗର ମାତ୍ରା ଜାଣି ହୁଏ । ହଠାତ ଆରମ୍ଭ ହେଉଥିବା ରୋଗରେ ଦୁଇ ବାହୁକୁ ଟେକିବାକୁ କହିଲେ ଗୋଟିଏ ବାହୁ ତଳକୁ ଖସିଆସେ ଓ ବାକ୍ ଶକ୍ତି ଅସାମାନ୍ୟ ହୁଏ ।
ସାଧାରଣତଃ ଆଥେରୋସ୍କେଲୋଟିକ୍ ପ୍ଲେକ୍ ଚାରିପଟେ ରକ୍ତ ଜମାଟ ବାନ୍ଧି ଯାଇ ଗୋଟିଏ ଥ୍ରୋମ୍ବସରେ[13] ପରିଣତ ହୁଏ । ଏହି ପ୍ରକ୍ରିୟା ସମୟ ସାପେକ୍ଷ । ରକ୍ତନଳୀ ଧିରେ ଧିରେ ବନ୍ଦ ହୋଇଯାଏ । ସମ୍ପୁର୍ଣ୍ଣ ବନ୍ଦ ହେବା ପୂର୍ବରୁ ଏହି ଜମାଟ ରକ୍ତ ବିଛିନ୍ନ ହୋଇ ଗୋଟିଏ ଏମ୍ବୋଲସରେ ପରିଣତ ହୁଏ । ଥ୍ରୋମ୍ବୋସିସ ଦୁଇ ପ୍ରକାର ଉପାୟରେ ସ୍ଟୋକ କରାଏ ।
ସିକ୍ଲ ସେଲ୍ ଆନିମିଆ ଯୋଗୁ ମଧ୍ୟ ସ୍ଟ୍ରୋକ୍ ହୁଏ ଓ ୨୦ ବର୍ଷ ବୟସ ତଳେ ରୋଗୀମାନଙ୍କର ମୃତ୍ୟୁର ଦ୍ୱିତୀୟ କାରଣ ।
ଧମନୀ ମଧ୍ୟରେ ଭାସମାନ କୌଣସି ପଦାର୍ଥ ସେହି ରକ୍ତ ନଳୀରେ ଜମି ଯାଇ ରକ୍ତ ପ୍ରବାହ ବନ୍ଦ କରି ଦେଲେ ସେହି ପଦାର୍ଥକୁ ଏମ୍ବୋଲସ କହନ୍ତି । ସେହି ପଦାର୍ଥ ବା ଥ୍ରୋମ୍ବସଟି ଭଙ୍ଗା ହାଡରୁ ନିର୍ଗତ ଚର୍ବି, ବାୟୁ, କର୍କଟ ଜୀବକୋଷ ବା ଜୀବାଣୁ ହୋଇପାରେ ।
ଏମ୍ବୋଲସ ସୃଷ୍ଟି ହେଉଥିବା ସ୍ଥାନରୁ ଦୂରରେ ଯାଇ ଧମନୀ ରୁଦ୍ଧ କରିପାରେ । କ୍ଷୁଦ୍ର ଏମ୍ବୋଲସ ହୋଇଥିଲେ ସ୍ୱଳ୍ପ ସମୟ ନିମନ୍ତେ ରହି ଲକ୍ଷଣ ପ୍ରକାଶ କରିବା ପରେ ଅନ୍ୟ ସ୍ଥାନକୁ ଭାସି ଯାଇପାରେ ବା ନଷ୍ଟ ହୋଇ ଯାଇପାରେ । ଏ ଭଳି କ୍ଷେତ୍ରରେ ସ୍ଟ୍ରୋକ ସ୍ୱଳ୍ପ ସମୟ ନିମନ୍ତେ ହୁଏ । ସ୍ଟ୍ରୋକ ସର୍ବଦା ଆରମ୍ଭରୁ ହଠାତ୍ ହୁଏ ଓ ପୂର୍ଣ୍ଣ ମାତ୍ରାରେ ହୁଏ ।
ସାଧାରଣତଃ ଏମ୍ବୋଲସ ହୃତ୍ପିଣ୍ଡରେ(ଆଟ୍ରିଆଲ ଫିବ୍ରିଲେସନ ରୋଗରେ) ସୃଷ୍ଟି ହୁଏ କିନ୍ତୁ ଯେ କୌଣସି ଧମନୀରେ ସୃଷ୍ଟି ହୋଇ ପାରେ । ପାରାଡକ୍ସିକାଲ ଏମ୍ବୋଲିଜ୍ମରେ ଧମନୀରେ ସୃଷ୍ଟ ଏମ୍ବୋଲସ ହୃତ୍ପିଣ୍ଡର ଅଳିନ୍ଦ ଓ ନିଳୟ ମଧ୍ୟରେ ଥିବା ପରଦାରେ ଛିଦ୍ର ଦ୍ୱାର ଦେଇ ମସ୍ତିଷ୍କକୁ ଗତି କରେ ।
ହୃତ୍ପିଣ୍ଡ ଜନିତ କାରଣ ସମସ୍ତ ଉଚ୍ଚ ସଙ୍କଟ ବା ନିମ୍ନ ସଙ୍କଟ ପୂର୍ଣ୍ଣ ହୋଇଥାଏ ।
ଏହି ଅବସ୍ଥାରେ ସାରା ଶରୀରରେ ରକ୍ତ ସଞ୍ଚାଳନ କମ ହୁଏ । ସାଧାରଣତଃ ଏହା ହୃତ୍ପିଣ୍ଡ ରୋଗରେ ହୁଏ । ହୃଦ୍ରୋଧ ଓ ଆରିଦ୍ମିଆ ଯୋଗୁ ହୃତ୍ପିଣ୍ଡ ଅକ୍ଷମତା ହୁଏ । ମାୟୋକାର୍ଡିଆଲ୍ ଇନ୍ଫାର୍କସନ, ପଲମୋନାରି ଏମ୍ବୋଲିଜ୍ମ, ପେରିକାର୍ଡିଆଲ୍ ଇଫୁଜନ ଇତ୍ୟାଦି ରୋଗରେ ହୃତ୍ପିଣ୍ଡରୁ ସ୍ୱଳ୍ପ ରକ୍ତ ପ୍ରବାହ ହୁଏ । ଏହି ସବୁ କାରଣରୁ ସ୍ୱଳ୍ପ ଅମ୍ଳଜାନ ସରବରାହ ହୁଏ । ଏହି ଅବସ୍ଥାରେ ସମୁଦାୟ ମସ୍ତିଷ୍କ ପ୍ରଭାବିତ ହୁଏ । ଭିନ୍ନ ରକ୍ତ ନଳୀମାନଙ୍କଦ୍ୱାରା ଯୋଗାଣ ହେଉଥିବା ମସ୍ତିଷ୍କରେ ସୀମାବର୍ତ୍ତୀ ଇଲାକା ବେଶୀ ପ୍ରଭାବିତ ହୁଏ । ଏହାକୁ ବାଟର ସେଡ ସ୍ଟ୍ରୋକ କହନ୍ତି ।
ଖପୁରୀ ଭିତରେ ଓ ମସ୍ତିଷ୍କ ବାହାରେ କେତେଗୁଡିଏ ମୋଟା ଶିରା ଥାଏ ଯାହାକୁ ଶିରା ସାଇନସ୍(Venous sinus) କହନ୍ତି । ଏହି ସାଇନସରେ ଥ୍ରୋମ୍ବସ ରହିଲେ ପଛୁଆ ଚାପ ପଡେ । ଏହି ଚାପ ଧମନୀ ଚାପକୁ ଅତିକ୍ରମ କରିଯାଏ । ଏହା ଫଳରେ ମସ୍ତିଷ୍କର କିଛି ଅଂଶରେ ରକ୍ତ ପ୍ରବାହ ବନ୍ଦ ହୋଇଯାଏ ଓ ରକ୍ତ ସ୍ରାବ ହୁଏ ।
କ୍ଷୁଦ୍ର ଓ ସୁକ୍ଷ୍ମ ଧମନୀରୁ ଉଚ୍ଚ ରକ୍ତଚାପ ଯୋଗୁ ଏହି ରକ୍ତ ସ୍ରାବ ହୁଏ । କେତେକ ରକ୍ତ ନଳୀର ସୃଷ୍ଟି ଗତ ପାର୍ଥକ୍ୟ ଯଥା କ୍ୟାଭେର୍ନସ ଆଞ୍ଜିଓମା ଓ ଆର୍ଟେରିଓ ଭେନସ୍ ଆଞ୍ଜିଓମା, ସେରେବ୍ରାଲ୍ ଆମିଲଏଡ ଆଞ୍ଜିଓପାଥି ରୋଗରେ ମଧ୍ୟ ରକ୍ତ ସ୍ରାବ ହୁଏ । ଆଘାତ, ରକ୍ତ ସ୍ରାବ ରୋଗ, ଆମିଲଏଡ ଆଞ୍ଜିଓପାଥି, ଆମ୍ଫେଟାମିନ ତଥା କୋକେନ୍ ଭଳି ଔଷଧ ସେବନ ଯୋଗୁ ମସ୍ତିଷ୍କ ଭିତରେ ରକ୍ତ ସ୍ରାବ ହୁଏ । ମସ୍ତିଷ୍କ ପ୍ରକୋଷ୍ଠ ମଧ୍ୟରେ ମଧ୍ୟ ରକ୍ତ ସ୍ରାବ ହୁଏ ।
ନିରବ ସ୍ଟ୍ରୋକରେ ବାହ୍ୟ ଲକ୍ଷଣ ପ୍ରକାଶ ପାଏ ନାହିଁ । ରୋଗୀ ନିଜେ ନିଜ ରୋଗ ବିଷୟରେ ଅଜ୍ଞାତ ରହେ । ଏହି ସ୍ଟ୍ରୋକ ହେଲେ ଭବିଷ୍ୟତରେ ବଡ଼ ଧରଣର ସ୍ଟ୍ରୋକ ଓ ଟ୍ରାଞ୍ଜିଏଣ୍ଟ ଇସ୍କେମିକ୍ ଆଟାକ୍ ହେବା ସମ୍ଭାବନା ବଢିଯାଏ । ଅନ୍ୟ ପକ୍ଷରେ ବଡ଼ ଧରଣର ସ୍ଟ୍ରୋକ ପରେ ନିରବ ସ୍ଟ୍ରୋକ ମଧ୍ୟ ହୋଇପାରେ ।[16] ଏମ୍.ଆଇ.ଆର୍ଦ୍ୱାରା ଏହି ସ୍ଟ୍ରୋକ ଚିହ୍ନଟ ହୁଏ । ଲକ୍ଷଣ ଯୁକ୍ତ ସ୍ଟ୍ରୋକ ଅପେକ୍ଷା ନିରବ ସ୍ଟ୍ରୋକ ୫ ଗୁଣ ଅଧିକ ହୁଏ[17][18] । ନିରବ ସ୍ଟ୍ରୋକ ହାର ବୟଷ ବୃଦ୍ଧି ଅନୁସାରେ ବଢିବାକୁ ଲାଗେ କିନ୍ତୁ ପିଲା ଓ ଅଳ୍ପ ବୟଷର ଯୁବକମାନଙ୍କୁ ମଧ୍ୟ ଏହି ରୋଗ ହୁଏ ଓ ଜଦି ଏମାନେ ଗୁରୁତର ଆନିମିଆ ରୋଗରେ ଆକ୍ରାନ୍ତ ହୋଇ ଥାଆନ୍ତି[19] ।
ମସ୍ତିଷ୍କର କୌଣସି ଅଂଶର ରକ୍ତ ସରବରାହ କମ ହୋଇଗଲେ ସ୍ୱଳ୍ପ ରକ୍ତିମ ବା ଇସ୍କେମିକ୍ କ୍ୟାସ୍କେଟ ସୃଷ୍ଟି ହୁଏ[20] । ମସ୍ତିଷ୍କର କୋଷ ଅମ୍ଳଜାନ୍ନ ଅଭାବରେ ୬୦ରୁ ୯୦ ସେକଣ୍ଡ ମଧ୍ୟରେ କର୍ତ୍ତବ୍ୟ ଶୂନ୍ୟ ହୋଇଯାଆନ୍ତି । ପ୍ରାୟ ୩ ଘଣ୍ଟା ପରେ ସେହି କୋଷ ଗୁଡିକର ମୃତ୍ୟ ହୁଏ । ଏହାକୁ ଇନ୍ଫାର୍କସନ କୁହାଯାଏ । ଆଥେରୋସ୍କ୍ଲେରୋସିସ୍ଦ୍ୱାରା ରକ୍ତ ନଳୀର ଅଭ୍ୟନ୍ତର ସଙ୍କୁଚିତ ହୋଇଯିବାଦ୍ୱାରା ରକ୍ତ ସରବରାହ କମ ହୋଇଯାଏ । ରକ୍ତ ଜମାଟ ବାନ୍ଧି ଆହୁରି ନଳୀ ସରୁ ହୁଏ ବା ଆଥେରୋସ୍କ୍ଲେରୋଟିକ୍ ପ୍ଲେକ୍ ଭାଙ୍ଗି ଯାଇ କ୍ଷୁଦ୍ର ଏମ୍ବୋଲାଇ ହୋଇଯାଆନ୍ତି [21]। ହୃତ୍ପିଣ୍ଡରେ ଆଟ୍ରିଆଲ ଫିବ୍ରିଲେସନ ରୋଗ ହେଲେ ଏହି ଭଳି ଏମ୍ବୋଲାଇ ସୃଷ୍ଟି ହୋଇ ମସ୍ତିଷ୍କର ରକ୍ତ ନଳୀ ବନ୍ଦ କରିଦିଏ । ଏତଦ୍ୱାରା ମସ୍ତିଷ୍କର କୋଷଗୁଡିକରେ ଅମ୍ଳଜାନ ଅଭାବ ଯୋଗୁ ଆନେରୋବିକ୍ ମେଟାବୋଲିଜ୍ମ ହୋଇ ଲାକ୍ଟିକ ଏସିଡ ନିର୍ଗତ ହୁଏ । ଏହି ଲାକ୍ଟିକ ଏସିଡ କୋଷଗୁଡିକୁ ନଷ୍ଟ କରିଦିଏ । ଏହାକୁ ଇସ୍କେମିଆ ପେନୁମ୍ବ୍ରା କହନ୍ତି[22] ।
ଇସ୍କେମିଆ ହେଲେ ମସ୍ତିଷ୍କ କୋଷରେ ଅମ୍ଳଜାନ ଅଭାବ ହେତୁ ଆଡେନୋସିନ୍ ଟ୍ରିଇଫସଫେଟ ତିଆରି ବନ୍ଦ ହୋଇଯାଏ । ଏହା ପରେ ଜଟିଳ ରାସାୟନିକ ପ୍ରକ୍ରିୟା ହୋଇ ଅଧିକ କ୍ଷତି ସାଧନ କରେ ।
ରକ୍ତସ୍ରାବ ହେଲେ ରକ୍ତ ଜମି ପାର୍ଶ୍ୱବର୍ତ୍ତୀ କୋଷମାନଙ୍କରେ ଚାପ ପ୍ରୟୋଗ କରେ । ଏହି ଚାପ ଯୋଗୁ ରକ୍ତ ସରବରାହ କମିଯାଏ । ଏହି ରକ୍ତର ମସ୍ଟିଷ୍କ ଓ ରକ୍ତ ନଳୀ ଉପରେ ମଧ୍ୟ ବିଷାକ୍ତ କ୍ରିୟା ଅଛି [23]। ଏହାଦ୍ୱାରା ପ୍ରଦାହ ସୃଷ୍ଟି ହୋଇ ଅଧିକ ମସ୍ତିଷ୍କ କୋଷ ନଷ୍ଟ ହୁଏ ।
ରୋଗୀର ଶରୀର ପରୀକ୍ଷାଦ୍ୱାରା ମୂଖ୍ୟତଃ ସ୍ଟ୍ରୋକ ରୋଗ ନିର୍ଣ୍ଣୟ କରାଯାଏ । ଏହାକୁ ନିଧର୍ଯ୍ୟ ଭାବେ ଜାଣିବା ନିମନ୍ତେ ସି.ଟି. ସ୍କାନ, ଏମ୍.ଆର୍.ଆଇ., ଡପ୍ଲର ଅଲ୍ଟ୍ରାସାଉଣ୍ଡ ଓ ଆର୍ଟେରିଓଗ୍ରାଫି ପରୀକ୍ଷା କରାଯାଏ ।
ମସ୍ତିଷ୍କ ରକ୍ତ ନଳୀ କାରଣ ଜନିତ ସ୍ନାୟବିକ ଅସୁବିଧା ଯାହା ୨୪ ଘଣ୍ଟା ପରେ ରହିପାରେ ବା ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ମୁଖରେ ଠେଲି ଦେଇ ପାରେ ।
ରୋଗର ଲକ୍ଷଣ ସମ୍ବନ୍ଧିୟ ଇତିହାସ ଓ
ଶରୀରର ସ୍ନାୟୁ ପରୀକ୍ଷାଦ୍ୱାରା ଏହି ରୋଗ ମସ୍ତିଷ୍କର କେଉଁ ସ୍ଥାନରେ ହୁଏ ତାହା ପ୍ରାଥମିକ ଭାବେ ନିର୍ଣ୍ଣୟ କରାଯାଏ ।
(Imaging)
ଇସ୍କେମିକ୍ ସ୍ଟ୍ରୋକ
ସୁଗ୍ରାହିତା= ୧୬ %
ସଠିକତା= ୯୬ %
ସୁଗ୍ରାହିତା= ୮୩ %
ସଠିକତା= ୯୬ %
ହେମୋରେଜିକ୍ ସ୍ଟ୍ରୋକ
ସୁଗ୍ରାହିତା= ୮୯ %
ସଠିକତା= ୧୦୦ %
ସୁଗ୍ରାହିତା= ୮୧ %
ସଠିକତା= ୧୦୦ %
ହେମୋରେଜିକ୍ ସ୍ଟ୍ରୋକ ନିମନ୍ତେ ଏମ୍.ଆର୍.ଆଇ. ସବୁଠାରୁ ସମ୍ବେଦନଶୀଳ[24] ।
ବିଭିନ୍ନ ପରୀକ୍ଷା ନିରିକ୍ଷାଦ୍ୱାରା ସ୍ଟ୍ରୋକର ଅନ୍ୟାନ୍ୟ କାରଣ ଖୋଜିବା ଦରକାର ।
ସ୍ଟ୍ରୋକ ରୋଗର ବୋଝ ସମାଜରେ ଏକ ଜନ ସ୍ୱାସ୍ଥ୍ୟ ସମସ୍ୟା ରୂପେ ଠିଆ ହେଲାଣି[25] । ପ୍ରାରମ୍ଭିକ ପ୍ରତିଷେଧ ମାଧ୍ୟମିକ ପ୍ରତିଷେଧ ଅପେକ୍ଷା ସ୍ୱଳ୍ପ ଉପକାରୀ । ସଦ୍ୟ ମାର୍ଗଦର୍ଶକ ନିୟମାବଳୀରେ ପ୍ରାଥମିକ ପ୍ରତିଷେଧର ଉପାଦେୟତା ଦର୍ଶାଯାଇଛି[26] । ହୃତପିଣ୍ଡ ସମସ୍ୟା ଥିବା ରୋଗୀଙ୍କର ପ୍ରଥମ ସ୍ଟ୍ରୋକରେ ଆସ୍ପିରିନ ଔଷଧ ରକ୍ଷାକାରୀ ହୁଏ[27][28] ।
ପରିବର୍ତ୍ତନଶୀଳ ସଙ୍କଟପ୍ରଦ ଉପାଦାନ ମଧ୍ୟରେ ଉଚ୍ଚ ରକ୍ତଚାପ, ଆଟ୍ରିଆଲ ଫିବ୍ରିଲେସନ୍ ଚିକିତ୍ସା ୧ ବର୍ଷ ନିମନ୍ତେ କରିବା ଆବଶ୍ୟକ[29][30]) । ଅନ୍ୟାନ୍ୟ ସଙ୍କଟ ମଧ୍ୟରେ ଉଚ୍ଚ ରକ୍ତ କୋଲେସ୍ଟେରଲ, ଡାଏବେଟିସ୍, ସିଗାରଟ[31][32], ଅତ୍ୟଧିକ ଆଲକୋହଲ୍ ପାନ[33], ଔଷଧ[34], ବ୍ୟାୟାମ ଅଭାବ, ମୋଟାପା, ନାଲି ମାଂସ ଭକ୍ଷଣ[35] ଓ ଅସ୍ୱାସ୍ଥ୍ୟପ୍ରଦ ଖାଦ୍ୟ[36] । ଅନେକ ପ୍ରକାର ପ୍ରକ୍ରିୟାଦ୍ୱାରା ଆଲ୍କୋହୋଲ୍ ସେବନ କରେ ସ୍ଟ୍ରୋକ ସୃଷ୍ଟି କରେ[37] । ଆମ୍ଫେଟାମିନ୍ ଓ ସିମ୍ପାଥୋମାଇମେଟିକ୍ ମିଶ୍ରିତ କାଶ କଫ ଔଷଧ ଖାଇବାଦ୍ୱାରା ସ୍ଟ୍ରୋକ ହୁଏ[38][39]
।
ଓଜନ କମେଇବା, ବ୍ୟାୟାମ କରିବା, ଧୂମ୍ରପାନ ଓ ଆଲକୋହଲ୍ ସେବନ ନ କଲେ ସ୍ଟ୍ରୋକ ହେବ ନାହିଁ ଏହା ବିଧିବଦ୍ଧ ପରୀକ୍ଷାଦ୍ୱାରା ପ୍ରମାଣିତ ନ ହେଲେ[40] ମଧ୍ୟ ସ୍ଟ୍ରୋକ ପ୍ରତିହତ କରି ହେବାର ଆପାତଃ ପ୍ରମାଣ ମିଳୁଛି[41] । ଔଷଧଦ୍ୱାରା ସ୍ଟ୍ରୋକ ପ୍ରତିହତ କରା ଯାଇପାରେ । କ୍ୟାରୋଟିଡ ଏଣ୍ଡାର୍ଟେରେକ୍ଟୋମିଦ୍ୱାରା ମଧ୍ୟ ସ୍ଟ୍ରୋକ ରୋଗକୁ ବାଧା ଦିଆ ଯାଇପାରେ ।
ରକ୍ତ ଜମାଟ ବାନ୍ଧି ସ୍ୱଳ୍ପ ରକ୍ତ ସଞ୍ଚାଳନ ଯୋଗୁ ହେଉଥିବା ସ୍ଟ୍ରୋକ ରୋଗୀର ମସ୍ତିଷ୍କରୁ ଜମାଟ ରକ୍ତ କାଢିବା ଆବଶ୍ୟକ । ଏହାକୁ ମସ୍ତିଷ୍କ ଭିତରୁ ଭାଙ୍ଗି ଦେବା (Thrombolysis) ବା (Thrombectomy) କାଢିବା ଦରକାର । ଯେତେ ଶୀଘ୍ର ଜମାଟ ରକ୍ତ କଢାଯାଏ, ସେତେ ଶୀଘ୍ର ରକ୍ତ ସଞ୍ଚାଳନ ପୂନଃସ୍ଥାପିତ ହେବ ସେତେ ଅଳ୍ପ ମସ୍ତିଷ୍କ କୋଷ ମୃତ୍ୟୁ ମୁଖରୁ ବଞ୍ଚିଯିବେ[42] ।
ପ୍ରଥମ କିଛି ଘଣ୍ଟା ମଧ୍ୟରେ ଅତ୍ୟଧିକ ରକ୍ତ ଶର୍କରା/ ସୁଗର ନିୟନ୍ତ୍ରଣ କଲେ କିଛି ଉପକାର ମିଳେନି, ବରଂ ଅପକାର ହୁଏ[43] । ଉଚ୍ଚ ରକ୍ତଚାପ କମେଇଲେ କିଛି ଉପକାର ମିଳେନି ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.