![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/2/2e/Steve_Irwin.jpg/640px-Steve_Irwin.jpg&w=640&q=50)
ସ୍ଟିଭ ଇରୱିନ
From Wikipedia, the free encyclopedia
ସ୍ଟିଫେନ ରବର୍ଟ ଇରୱିନ ବା ସ୍ଟିଭ ଇରୱିନ (ଇଂରାଜୀ ଭାଷାରେ Stephen Robert Irwin (୨୨ଫେରବ୍ରୁଆରୀ ୧୯୬୨ – ୪ ସେପ୍ଟେମ୍ବର ୨୦୦୬), ଡାକନାମ କୁମ୍ଭୀର ଶିକାରୀ/ "The Crocodile Hunter") ଅଷ୍ଟ୍ରେଲିଆର ଏକ ଚିଡ଼ିଆଖାନା ରଖୁଆଳ, ଟେଲିଭିଜନ ବ୍ୟକ୍ତିତ୍ୱ, ବନ୍ୟ ଯନ୍ତୁ ବିଶେଷଜ୍ଞ ଓ ସଂରକ୍ଷଣକାରୀ ଥିଲେ ।
Steve Irwin | |
---|---|
![]() Irwin at Australia Zoo in 2005 | |
ଜନ୍ମ | Stephen Robert Irwin (1962-02-22)୨୨ ଫେବୃଆରୀ ୧୯୬୨ Essendon, Victoria, Australia |
ମୃତ୍ୟୁ | ୪ ସେପ୍ଟେମ୍ବର ୨୦୦୬(2006-09-04) (ବୟସ ୪୪) Batt Reef, Queensland, Australia |
ମୃତ୍ୟୁର କାରଣ | Stingray injury to the heart |
ଜାତୀୟତା | Australian |
ଅନ୍ୟ ନାମ | "The Crocodile Hunter" |
ବୃତ୍ତି(ସମୂହ) | Naturalist, zoologist, conservationist, television personality, herpetologist |
ସକ୍ରିୟ ବର୍ଷ | 1991–2006 |
ଉଲ୍ଲେଖନୀୟ କୃତି | The Crocodile Hunter |
ବୈବାହିକ-ସାଥୀ |
Terri Raines (m. ୧୯୯୨) |
ସନ୍ତାନ | Bindi Irwin Robert Irwin |
ପିତାମାତା(s) | Bob Irwin Lyn Irwin |
ୱେବସାଇଟ | Australia Zoo |
ଦସ୍ତଖତ | |
![]() |
ଇରୱିନ ସାରା ପୃଥିବୀରେ ସୁବିଖ୍ୟାତ ହୋଇଥିଲେ ତାଙ୍କ ଆନ୍ତର୍ଜାତୀୟ 'ପ୍ରକୃତି ବଣ୍ୟଜନ୍ତୁ' ଡକୁମେଣ୍ଟାରି ଟିଭି ଧାରାବାହିକ କୁମ୍ଭୀର ଶିକାରୀ (୧୯୯୬–୨୦୦୭) ନିମନ୍ତେ ଯେଉଁଥିରେ ସେ ତାଙ୍କ ପତ୍ନୀ ଟେରି ଇରୱିନଙ୍କ (Terri) ସହିତ କାମ କରିଥିଲେ । ଉଭୟ ଏକତ୍ର ଭାବରେ କୁମ୍ଭୀର ଫାଇଲସ (୧୯୯୯–୨୦୦୧), କୁମ୍ଭୀର ଶିକାରୀ ଡାଏରୀ (୨୦୦୨–୨୦୦୬), ଓ ନୂତନ ଜାତିର ପଶୁ ଡାକ୍ତର (New Breed Vets (୨୦୦୫)) ଇତ୍ୟାଦିରେ ଉଦ୍ଘୋଷକ ଥିଲେ । ସେ ଦୁହେଁ ମିଳିତ ଭାବରେ ଅଷ୍ଟ୍ରେଲିଆ ଚିଡ଼ିଆଖାନାର (en:Australia Zoo) ମାଲିକ ଓ ପରିଚାଳକ ଥିଲେ ଯାହାକୁ ଇରୱିନଙ୍କ ପିତାମାତା ପ୍ରତିଷ୍ଠା କରିଥିଲେ । ବ୍ରିସବେନର (Brisbane) ରାଜଧାନୀ କୁଇନସଲ୍ୟାଣ୍ଡର (Queensland) ଉତ୍ତର ଦିଗରେ ପ୍ରାୟ ୮୦ କି:ମି: ଦୂରରେ ଥିବା ବିରୱାରେ (Beerwah) ଏହି ଚିଡ଼ିଆଖାନା ସ୍ଥାପିତ ହୋଇଥିଲା ।
ଅଷ୍ଟ୍ରେଲିଆର ଗ୍ରେଟ ବାରିଅର ରିଫରେଏକ ଅନ୍ତର୍ଜଳୀୟ ଡକୁମେଣ୍ଟାରୀ 'ସମୁଦ୍ରର ଘାତକଶ୍ରେଷ୍ଠ' (Ocean's Deadliest) ପ୍ରସ୍ତୁତ କରିବାବେଳେ ଏକ ବିଶାଳକାୟ ସ୍ଟ୍ରିଙ୍ଗରେ (stingray) ମାଛର କଣ୍ଟାଯୁକ୍ତ ଲାଞ୍ଜ ତାଙ୍କ ଛାତିରେ ପଶିଯିବାରୁ ମୃତ୍ୟୁ ହୋଇଗଲା । [1] ସ୍ୱାମୀଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କ ପତ୍ନୀ ଟେରି ଇଉୱିନ ଅଷ୍ଟ୍ରେଲିଆ ଚିଡ଼ିଆଖାନାର ପରିଚାଳନା ଚାଲୁରଖିଲେ ଓ ଦୁଇଟି ଛୁଆଙ୍କ ଲାଳନପାଳନ କରିବାକୁ ଲାଗିଲେ । ତାଙ୍କ ସମ୍ମାନରେ ସି ସେଫର୍ଡ଼ କଞ୍ଜରଭେସନ ସୋସାଇଟିର (Sea Shepherd Conservation Society) ଜାହାଜ 'ମୋର ସ୍ଟିଭ ଇରୱିନ' ( MY Steve Irwin) ନାମିତ ହୋଇଛି ।