ଏହା ଏକ ଔଷଧ ଯାହା ପାର୍କିନ୍ସନ୍ ରୋଗ ସହ ପାର୍କିନ୍ସୋନିଜ୍ମ ଏବଂ ପ୍ରମୁଖ ଅବସାଦ ବେମାରୀର ଚିକିତ୍ସା ପାଇଁ ବ From Wikipedia, the free encyclopedia
ସେଲେଗିଲିନ, ବେପାର ନାମ ଏଲଡେପ୍ରିଲ୍, ଏକ ଔଷଧ ଯାହା ପାର୍କିନ୍ସନ୍ ରୋଗ ସହ ପାର୍କିନ୍ସୋନିଜ୍ମ ଏବଂ ପ୍ରମୁଖ ଅବସାଦ ବେମାରୀର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[4] [5] [6] ଏହା ପାଟିରେ ଦିଆଯାଏ କିମ୍ବା ଚର୍ମରେ ଲଗାଯାଇଥିବା ପ୍ୟାଚ୍ ଭାବରେ ବ୍ୟବହୃତ ହୁଏ ।[5] [6]
Clinical data | |
---|---|
Pronunciation | /səˈlɛdʒɪliːn/ sə-LEJ-i-leen |
Trade names | Eldepryl, Jumex, Zelapar, Emsam, others[1] |
Synonyms | L-Deprenyl; (R)-(–)-N,α-Dimethyl-N-2-propynylphenethylamine; (R)-(–)-N-Methyl-N-2-propynylamphetamine; (R)-(–)-N-2-propynylmethamphetamine |
AHFS/Drugs.com | monograph |
MedlinePlus | a697046 |
data |
|
Pregnancy category |
|
Routes of administration | By mouth, skin (patch) |
Legal status | |
Legal status |
|
Pharmacokinetic data | |
Bioavailability | 10% (by mouth), 73% (patch) |
Protein binding | 94% |
Metabolism | Intestines and liver |
Metabolites | N-Desmethylselegiline, levoamphetamine, levomethamphetamine |
Elimination half-life | 1.5–3.5 hours (oral),[2] 18–25 hours (transdermal)[3] |
Excretion | Urine |
Identifiers | |
IUPAC name
| |
ECHA InfoCard | 100.109.269 |
Chemical and physical data | |
Formula | C13H17N |
Molar mass | 187.281 |
3D model (JSmol) | |
SMILES
| |
InChI
| |
(verify) |
ଯେତେବେଳେ ପାଟିଦ୍ୱାରା ନିଆଗଲେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ମୁଣ୍ଡ ହାଲୁକା, ଶୁଖିଲା ପାଟି, ମୁଣ୍ଡବିନ୍ଧା ଏବଂ ହାଲୁସିନେସନ୍ ହୋଇପାରେ ।[4] ପ୍ୟାଚ୍ ଭାବରେ ପ୍ରୟୋଗ କରାଗଲେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୋଇବା ସମସ୍ୟା, ରାସ ଏବଂ ନାକ ଭରି ରହିଥାଏ ।[6] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସେରୋଟୋନିନ୍ ସିଣ୍ଡ୍ରୋମ, ନିମ୍ନ ରକ୍ତଚାପ, ଜୁଆ ଖେଳିବାକୁ ଇଚ୍ଛା, ନ୍ୟୁରୋଲେପ୍ଟିକ୍ ମାଲିଗନାଣ୍ଟ ସିଣ୍ଡ୍ରୋମ ଏବଂ ହଠାତ୍ ଶୋଇବା ଆରମ୍ଭ ହୋଇପାରେ। [4] ଏହା ନିମ୍ନ ମାତ୍ରାରେ ଏକ ମୋନୋଆମିନୋ ଅକ୍ସିଡେଜ୍ ବି ଇନହିବିଟର ହୋଇଥିବାବେଳେ ଅଧିକ ମାତ୍ରାରେ ଏହା ଏକ ମୋନୋଏମାଇନ୍ ଅକ୍ସିଡେଜ୍ ଏ ଇନହିବିଟର କାମ କରେ ।[5] [4] ଏହା ଡୋପାମାଇନ୍ ଏବଂ ସେରୋଟୋନିନର ମସ୍ତିଷ୍କ ସ୍ତର ବୃଦ୍ଧି କରି କାର୍ଯ୍ୟକ୍ଷମ ହୁଏ ।[6] [4]
୧୯୮୯ ମସିହାରେ ସେଲେଗିଲିନ ଔଷଧ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[4] ଯୁକ୍ତରାଜ୍ୟରେ ଏହାର ୧୦ ମିଗ୍ରା ୧୦୦ ବଟିକା ଔଷଧର ମୂଲ୍ୟ ୨୦୨୧ରେ £୩୨ ଥିଲା । [5] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ୧୩୦ ଡଲାର ଥିଲା ।[7] ଯୁକ୍ତରାଷ୍ଟ୍ରରେ ଏକ ମାସର ପ୍ୟାଚର ମୂଲ୍ୟ ପ୍ରାୟ ୧,୮୦୦ ଡଲାର ଥିଲା ।[8]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.