![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/a/ad/NewlyPlaceSubprapubic.jpg/640px-NewlyPlaceSubprapubic.jpg&w=640&q=50)
ସୁପ୍ରାପ୍ୟୁବିକ କ୍ୟାଥେଟର
ମୂତ୍ର ଅବରୋଧ ଥିଲେ ମୂତ୍ରାଶୟ ଭିତରକୁ ଏକ ନଳୀ ପ୍ରବେଶ କରାଯାଏ । / From Wikipedia, the free encyclopedia
ସୁପ୍ରାପ୍ୟୁବିକ କ୍ୟାଥେଟର ( ଏସପିସି ) ବା ସୁପ୍ରାପ୍ୟୁବିକ ସିଷ୍ଟୋଷ୍ଟୋମି ହେଉଛି ଏକ ନିଷ୍କାସନ ନଳୀ ଯାହା ଠିକ ପ୍ୟୁବିକ ସିମ୍ଫାଇସିସ ଉପର ସ୍ଥାନରେ ମୂତ୍ରଶୟ ଭିତରେ ପ୍ରବେଶ କରେଇଦିଆଯାଏ ।[1] ଏହି ପଦ୍ଧତି ଗ୍ରହଣ କରାଯାଏ ଯେତେବେଳେ ମୂତ୍ରାଶୟ ଅବରୋଧ ନିମନ୍ତେ ଅନ୍ୟ କୌଣସି ଉପାୟ ଫଳପ୍ରଦ ହୁଏ ନାହିଁ ।[2] ଅନ୍ୟାନ୍ୟ ବିକଳ୍ପଗୁଡ଼ିକରେ ମୂତ୍ରନଳୀ କାଥେଟେରାଇଜେସନ ଏବଂ ପୁନଃପୌନିକ କାଥେଟେରାଇଜେସନ ଅନ୍ତର୍ଭୁକ୍ତ ହୋଇପାରେ | [2]
Suprapubic cystostomy | |
---|---|
ହସ୍ତକ୍ଷେପ | |
![]() | |
ICD-9-CM | V55.5, 57.17, 57.18 |
MeSH | D003559 |
ଏହି କ୍ରିୟା ଆରମ୍ଭ କରିବା ପୂର୍ବରୁ ମୂତ୍ରାଶୟରେ ମୂତ୍ର ପୂର୍ଣ୍ଣ ରହିଥିବା ଅଲଟ୍ରାସାଉଣ୍ଡ ସାହାଯ୍ୟରେ ଯାଞ୍ଚ କରାଯାଏ | [1] ଏହି କ୍ରିୟା ନିମନ୍ତେ ଚୟନ କରାଯାଇଥିବା କ୍ଷେତ୍ରଟିକୁ ଲୋମହୀନ ଏବଂ ଷ୍ଟେରିଲାଇଜ କରିବାପରେ ସ୍ଥାନୀୟ ନିଶ୍ଚେତକ ଦିଆଯାଏ । [2] ସେଲଡିଞ୍ଜର ଶୈଳୀରେ ପୁବିକ୍ ହାଡ଼ ଥିବା ସ୍ଥାନର ଦୁଇ ଆଙ୍ଗୁଳୀ ଉପରେ ମୂତ୍ରାଶୟ ଭିତରକୁ ଏକ ଛୁଞ୍ଚି ମୂତ୍ର ବାହାରକୁ ଆସିବା ପର୍ଯ୍ୟନ୍ତ ଭର୍ତ୍ତି କରାଯାଏ | [2] ଛୁଞ୍ଚି ଭିତର ଦେଇ ଏକ ମାର୍ଗଦର୍ଶକ ତାର ଭର୍ତ୍ତି କରାଯିବା ପରେ ଛୁଞ୍ଚି ବାହାର କରିଦିଆଯାଏ । [2] ଉକ୍ତ ତାର ଉପରେ ଏକ ଓସାରକାରୀ ନଳୀ ସହିତ ଏକ ଖୋଳ ଭର୍ତ୍ତି କରିବା ପରେ ତାର ବାହାର କରିଦିଆଯାଏ ।[2] ଉକ୍ତ ଖୋଳ ଭିତର ଦେଇ ଗୋଟିଏ ଫୋଲି କାଥେଟର ଭର୍ତ୍ତି କରାଯାଏ ।[3] ଅସ୍ତ୍ରୋପଚାର ବା ଟ୍ରୋକାର ସାହାଯ୍ୟରେ ଏହି ପଦ୍ଧତି କରାଯାଇ ପାରେ ।[2]
ଉକ୍ତ ପ୍ରଣାଳୀ ପରେ ଫୋଲିକୁ ୧୦ ମିଲି ପର୍ଯ୍ୟନ୍ତ ଫୁଲେଇ ଦିଆଯାଏ ଏବଂ କିଛି ନମ୍ର କର୍ଷଣ ପ୍ରୟୋଗ କରାଯାଏ | [3] ଏହା ପରେ ତାହା ସୁରକ୍ଷିତ ରହେ । [1] ଏହି ପ୍ରଥା ପାଳନ କଲାବେଲେ ଜଟିଳତାରେ ରକ୍ତସ୍ରାବ, ଅନ୍ତନଳୀରେ ଆଘାତ, ସଂକ୍ରମଣ ଏବଂ ମୂତ୍ର ଗଳିବା/ ଲିକେଜ ହୋଇପାରେ। [2] ଏହି ପ୍ରଣାଳୀ ଅପେକ୍ଷାକୃତ ବାରମ୍ବାର କରାଯାଏ | [4] ନିର୍ଦ୍ଦିଷ୍ଟ କିଟ୍ ଉପଲବ୍ଧ ନ ହେଲେ ଏକ ସେଣ୍ଟ୍ରାଲ ଲାଇନ ବ୍ୟବହାର କରାଯାଇପାରେ | [5]