ସୀସା ବିଷକ୍ରିୟା
From Wikipedia, the free encyclopedia
ସୀସା ବିଷକ୍ରିୟା (ଇଂରାଜୀ ଭାଷାରେ Lead poisoning) ନାମ ଦିଆଯାଏ ଯେତେବଳେ ସୀସାଦ୍ୱାରା (lead) ଦେହ ବିଷାକ୍ତ ହୋଇଯାଏ । ଏଥିରେ ମସ୍ତିଷ୍କ (brain) ସର୍ବାଧିକ ସମ୍ବେଦନଶୀଳ ହୁଏ ।[1] ବିଷାକ୍ତ ହେବାର ଲକ୍ଷଣ: ପେଟ ଯନ୍ତ୍ରଣା, କୋଷ୍ଠକାଠିନ୍ୟ (constipation), ମୁଣ୍ଡବଥା, ଚିଡ଼ଚିଡ଼ା ସ୍ୱଭାବ, ସ୍ମରଣ ସମସ୍ୟା, ବାଞ୍ଝଦୋଷ (inability to have children) ଓ ପାରେସ୍ଥେସିଆ (ଦେହ ଝିମଝିମ ହୁଏ) ।[2] ଏହା ଯୋଗୁ ୧୦% ବୌଦ୍ଧିକ ଅକର୍ମନ୍ୟତା (intellectual disability) ଓ ବ୍ୟବହାରିକ ସମସ୍ୟା ଦେଖାଯାଏ । କେତେକ ପ୍ରଭାବ ସ୍ଥାୟୀ ହୋଇଯାଏ ।[1] ସାଂଘାତିକ କେଶରେ ଆନିମିଆ, ବାତ (seizures), କୋମା ବା ମୃତ୍ୟୁ ହୋଇପାରେ ।[2][1]
ସୀସା ବିଷକ୍ରିୟା | |
---|---|
ଇଂରାଜୀ ପ୍ରତିଶବ୍ଦ - plumbism, colica pictorum, saturnism, Devon colic, painter's colic | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Toxicology |
ଆଇସିଡ଼ି-୧୦ | T56.0 |
ଆଇସିଡ଼ି-୯-ସିଏମ୍ | 984.9 |
ରୋଗ ଡାଟାବେସ | 7307 |
ମେଡ଼ିସିନ-ପ୍ଲସ | 002473 |
ଇ-ମେଡ଼ିସିନ | article/815399 |
Patient UK | ସୀସା ବିଷକ୍ରିୟା |
MeSH | D007855 |
ଅପମିଶ୍ରିତ ବାୟୁ, ଜଳ, ଖାଦ୍ୟ ଓ ଖାଦ୍ୟପଦାର୍ଥ ବ୍ୟବହାର ଯୋଗୁ ସୀସା ମାନବ ସଂସ୍ପର୍ଶରେ ଆସେ । ବିଷ ପ୍ରଭାବ ପିଲାଙ୍କର ବେଶୀ ଥାଏ କାରଣ ସେମାନେ ପାଟିରେ ପୁରାଉଥିବା ଖାଦ୍ୟରେ ସୀସା ମିଶ୍ରିତ ରଙ୍ଗ (lead paint) ଥାଇପାରେ ଓ ତାଙ୍କର ଅଧିକ ଅବଶୋଷଣ କ୍ଷମତା ଥାଏ ।[1] କେତେକ ବୃତ୍ତିର କର୍ମସ୍ଥଳୀରେ ସାଧାରଣତଃ ବଡ଼ ମଣିଷଙ୍କର ଏହି ସଙ୍କଟ ଥାଏ ।[3] ରକ୍ତରେ ସୀସା ସ୍ତର (blood lead level) ମାପ କରି ରୋଗ ନିର୍ଣ୍ଣୟ କରାଯାଏ । [1] ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲଦ୍ୱାରା ରକ୍ତ ସୀସା ସ୍ତରର ସର୍ବଧିକ ମାତ୍ରା ପିଲାଙ୍କର ୫ µg/ଡେଲି ଓ ବଡ଼ମଣିଷଙ୍କର ୧୦ µg/ଡେଲି (୧୦ µg/୧୦୦ ଗ୍ରା) ସ୍ଥିରିକୃତ ହୋଇଛି ।[4][5] ଏହି ମାତ୍ରା ବଢ଼ିଗଲେ ଲୋହିତ ରକ୍ତ କଣିକାରେ (red blood cell) ପରିବର୍ତ୍ତନ ହୁଏ ଓ ଏକ୍ସ-ରେ (X-ray) ଚିତ୍ରରେ ହାଡ଼ ଉପରେ ଗାଢ଼ ରେଖା ଦେଖାଯାଏ ।[6]
ସୀସା ବିଷକ୍ରିୟା ହେବାକୁ ପ୍ରତିରୋଧ କରାଯାଇପାରେ ।[1] ଏହା ସମ୍ଭବପର ହେବ ଯଦି ନିଜ ଘରୁ ସୀସାମିଶ୍ରତ ଦ୍ରବ୍ୟ ବାହାର କରିଦିଆଯାଏ,[7] କର୍ମସ୍ଥଳୀରେ ଉତ୍ତମ ବାୟୁପ୍ରବାହ ବ୍ୟବସ୍ଥାର ବନ୍ଦବୋସ୍ତ କରାଯାଏ,[8] ଓ ସୀସା ଥିବା ଦ୍ରବ୍ୟ ଯେପରିକି ଗ୍ୟାସୋଲିନ, ପେଣ୍ଟ/ରଙ୍ଗ, ଅପମିଶ୍ରିତ ମାଟିକୁ ପରିସ୍କାର କରିବାକୁ, ମାଟି ବା ପାଣିରେ ସୀସା ଥିଲେ ତାହାର ପରିମାଣ କମେଇବାକୁ ଜାତୀୟ ସ୍ତରରେ କାନୁନ ତିଆରି କରି କାର୍ଯ୍ୟକାରୀ କରାଯାଏ ।[1][6] ଉତ୍ସରୁ ସୀସା ବାହାର କରିବା ଆବଶ୍ୟକ ଓ ଚିଲେସନ ଚିକିତ୍ସା ପଦ୍ଧତିରେ (chelation therapy) ଦେହ ଭିତରେ ଥିବା ସୀସାକୁ ଔଷଧ ସହିତ ଅନୁବନ୍ଧିତ କରି ନିଷ୍କାସନ (eliminated from the body) କରିଦିଆଯାଏ ।[6] ପିଲାଙ୍କ ଦେହରେ ରକ୍ତସୀସା ସ୍ତର ୪୦-୪୫ ug/ଡେଲିରୁ ଅଧିକ ହେଲେ ଚିଲେସନ କରାଯାଏ ।[6][9] ବ୍ୟବହାର କରାଯାଉଥିବା ଔଷଧମାନଙ୍କର ନାମ: ଡାଇମରକାପ୍ରଲ (dimercaprol), ଇଡେଟେଟ କ୍ୟାଲସିଅମ ଡାଇସୋଡ଼ିଅମ (edetate calcium disodium) ଓ ସକ୍ସିମର (succimer) ଇତ୍ୟାଦି । [3]
ସନ ୨୦୧୩ରେ ସୀସା ବିଷକ୍ରିୟା ହେବା ଫଳରେ ୮୫୩,୦୦୦ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା । ସାଧାରଣତଃ ବିକାଶଶୀଳ (developing world) ଦେଶମାନଙ୍କରେ ଅଧିକ ସୀସା ବିଷକ୍ରିୟା ଦେଖାଯାଏ । ଗରୀବ ଲୋକଙ୍କର ଏହି ସଙ୍କଟ ଅଧିକ ଥାଏ ।[1] ପୃଥିବୀର ରୋଗ ବୋଝରୁ (world's disease burden) ସୀସାର ଭାଗ ୦.୬% ।[7] ହଜାର ହଜାର ବର୍ଷ ଧରି ଜନ ସାଧାରଣ ସୀସାକୁ ଖଣିରୁ ଉତ୍ତୋଳନ ଓ ବ୍ୟବହାର କରୁଛନ୍ତି । ଖ୍ରୀ:ପୂ: ୨୦୦୦ ଶତାବ୍ଦୀରେ ସୀସା ବିଷ ବିଷୟରେ ବର୍ଣ୍ଣନ କରାଯାଇଛି,[6] କିନ୍ତୁ ଏହାର ବ୍ୟବହାରକୁ ସୀମିତ କରିବା ପ୍ରଚେଷ୍ଟା ସନ ୧୫୦୦ରୁ ଆରମ୍ଭ ହୋଇଛି ।[7] ସନ ୧୯୭୦ରୁ ନିମ୍ନ ସ୍ତରର ପ୍ରଭାବ ବିଷୟରେ ଚିନ୍ତା ପ୍ରକଟ କରାଯାଇଛି କିନ୍ତୁ ଏହାର କୌଣସି ବିପଦମୁକ୍ତ ସୀମା ଥିବା ଜଣାଯାଇନାହିଁ ।[1][6]