ସିନ୍ଦୂର
ଭାରତ ଉପମହାଦ୍ଵିପ ରେ ନାରୀ ମାନଙ୍କ ଦ୍ଵାରା ପ୍ରୟୋଗ କରାଯାଉଥିବା ସୌନ୍ଦର୍ଯ୍ୟ ର ଏକ ପ୍ରସାଧନ। / From Wikipedia, the free encyclopedia
ସିନ୍ଦୁର ଏକ ନାଲି କିମ୍ବା ନାରଙ୍ଗୀ ରଙ୍ଗର ସୌନ୍ଦର୍ଯ୍ୟ ପ୍ରସାଧନ ହୋଇଥାଏ, ଯାହାକୁ ଭାରତୀୟ ଉପ ମହାଦ୍ୱୀପରେ ମହିଳାମାନେ ବ୍ୟବହାର କରନ୍ତି । ହିନ୍ଦୁ ଧର୍ମ, ବୌଦ୍ଧ ଧର୍ମ, ଜୈନ ଧର୍ମ ଏବଂ କିଛି ଅନ୍ୟ ସମୁଦାୟରେ ବିବାହିତ ସ୍ତ୍ରୀମାନେ ଏହାକୁ ନିଜ ମଥାରେ ଲଗାଇଥାନ୍ତି ।[1] ଏହାର ପ୍ରୟୋଗ ଟିକିଲି ମାଧ୍ୟମରେ ହୋଇଥାଏ । ରାସାୟନିକ ଶାସ୍ତ୍ର ଦୃଷ୍ଟିରେ ସିନ୍ଦୁର ପ୍ରାୟତଃ ପାରଦ କିମ୍ବା ସୀସାର ରସାୟାନର ପଦାର୍ଥରେ ପ୍ରସ୍ତୁତ ହୋଇଥାଏ । ଏଥିପାଇଁ ଏହାର ପ୍ରୟୋଗରେ ସାବଧାନତା ରଖାଯାଇଥାଏ ଏବଂ ଏହି ପଦାର୍ଥକୁ ପିଲାମାନଙ୍କଠାରୁ ଦୂରେଇ ରଖାଯାଏ ।[2]