![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/8/86/Citalopram_racemic.svg/langor-640px-Citalopram_racemic.svg.png&w=640&q=50)
ସିଟାଲୋପ୍ରାମ
From Wikipedia, the free encyclopedia
ସିଟାଲୋପ୍ରାମ (ଇଂରାଜୀ ଭାଷାରେ Citalopram, ଏକ ବିକ୍ରୟ ନାମ ସେଲେକ୍ସା/ Celexa, ଏକ ସେଲେକ୍ଟିଭ ସେରୋଟୋନିନ ରିଅପଟେକ ଇନହିବିଟର (selective serotonin reuptake inhibitor or SSRI) ଶ୍ରେଣୀର ଅବସାଦରୋଧୀ (antidepressant) ଔଷଧ ।[2] ପ୍ରମୁଖ ଅବସାଦ ବେମାରୀ, ଅବସେସିଭ-କମ୍ପଲସିଭ ଡିଜଅର୍ଡ଼ର, ପ୍ୟାନିକ ଡିଜଅର୍ଡ଼ର, ଓ ସୋସିଆଲ ଫୋବିଆ (social phobia) ଆଦି ରୋଗମାନଙ୍କରେ ଏହି ଔଷଧ ଦିଆଯାଏ ।[2]ଏକରୁ ଚାରି ସପ୍ତାହ ମଧ୍ୟରେ ଏହାର ଉପକାରୀତା ଜଣାଯାଏ । [2] ଏହି ଔଷଧ ପାଟିରେ ଦିଆଯାଏ ।[2]
![]() (R)-(−)-citalopram (top), (S)-(+)-citalopram (bottom) | |
Clinical data | |
---|---|
Pronunciation | /saɪˈtæləˌpræm, sɪ-/;[1] |
Trade names | Celexa, Cipramil, others (see below) |
AHFS/Drugs.com | monograph |
MedlinePlus | a699001 |
Pregnancy category |
|
Routes of administration | By mouth |
Drug class | Selective serotonin reuptake inhibitor (SSRI)[2] |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | 80% peak at 4 h[2] |
Metabolism | Liver (CYP3A4 and CYP2C19) |
Metabolites | Desmethylcitalopram (DCT) and didesmethylcitalopram (DDCT) |
Elimination half-life | 35 h |
Excretion | Mostly as unmetabolized citalopram, partly DCT and traces of DDCT in urine |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
ECHA InfoCard | 100.056.247 ![]() |
Chemical and physical data | |
Formula | C20H21FN2O |
Molar mass | 324.392 g/mol |
3D model (JSmol) | |
Chirality | Racemic mixture |
SMILES
| |
InChI
| |
(verify) |
ସେଟାଲୋପ୍ରାମର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ନିଦ୍ରା ସମସ୍ୟା, ଯୌନ ସମସ୍ୟା, ଥକ୍କାଣ, ସ୍ୱେଦ ନିର୍ଗତ ଓ ଅସ୍ଥିରତା ଇତ୍ୟାଦି ଲକ୍ଷଣମାନ ଦେଖାଯାଏ ।[2] ପ୍ରତିକ୍ରିୟା ସାଂଘାତିକ ହେଲେ ୨୫ ବର୍ଷ ବୟସ ପୂର୍ବରୁ ଆତ୍ମହତ୍ୟା ସଙ୍କଟ, ସେରୋଟୋନିନ ସିଣ୍ଡ୍ରୋମ, ଗ୍ଲକୋମା ଓ ପ୍ରଲମ୍ବିତ କ୍ୟୁଟି (QT prolongation) ହୋଇପାରେ ।[2] ଏମଏଓ ଇନହିବିଟର (MAO inhibitor) ନେଉଥିବା ରୋଗୀକୁ ଏହା ଦିଆଯାଏନାହିଁ ।[2] ଏହି ଔଷଧ ନେବା ବନ୍ଦ କରିଦେଲେ ଆଣ୍ଟିଡିପ୍ରେସାଣ୍ଟ ଡିସକଣ୍ଟିନୁଏସନ ସିଣ୍ଡ୍ରୋମ (Antidepressant discontinuation syndrome) ହୁଏ । [2] ଗର୍ଭାବସ୍ଥାରେ ଦେଲେ ଶିଶୁର କ୍ଷତି ସାଧନ କରିପାରେ ।[3]
ସନ ୧୯୯୮ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବହାର ନିମନ୍ତେ ସିଟାଲୋପ୍ରାମ ସ୍ୱୀକୃତ ହୋଇଥିଲା ।[2] ଏହା ଜେନେରିକ ଔଷଧ (generic medication) ଭାବରେ ମିଳେ ।[4] ସଂଯୁକ୍ତ ରାଷ୍ଟ୍ରରେ ଏହି ଔଷଧର ଏକ ମାସର ଖର୍ଚ୍ଚ ୨୦ ପାଉଣ୍ଡରୁ କମ୍ ମୁଲ୍ୟରେ ମିଳେ । [4] ସନ ୨୦୧୬ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ମାସର ମୂଲ୍ୟ ୫୦-୧୦୦ ଡଲାର ।[5] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୬ରେ ୨୬ ନିୟୁତ ପ୍ରେସକ୍ରିପସନ ହୋଇ ଏହା ୨୧ତମ ସର୍ବାଧିକ ପ୍ରେସକ୍ରିପସନ ହୋଇଥିଲା । [6]