From Wikipedia, the free encyclopedia
ସିଂହାଞ୍ଚଳମ ମନ୍ଦିର,ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସହର ଉପକଣ୍ଠରେ ଥିବା ସିଂହାଞ୍ଚଳମ ସହରରେରେ ଅବସ୍ଥିତ ଏକ ହିନ୍ଦୁ ମନ୍ଦିର । ଭଗବାନ ବିଷ୍ଣୁଙ୍କ ଅବତାର, ନୃସିଂହ ଦେବତା ଏଠାରେ ପୂଜା ପାଆନ୍ତି । ଏହି ମନ୍ଦିରର ମୁଖ୍ୟ ଉପାସନା ଗୃହ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନିର୍ମିତ ।
ସିଂହାଞ୍ଚଳମ ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | Visakhapatnam |
Location | |
ସ୍ଥାନ | Simhachalam |
Country | India |
Architecture | |
Type | କଳିଙ୍ଗ ସ୍ଥାପତ୍ୟ କଳା, South Indian |
Website | |
simhachalamdevasthanam.net/ |
ସିଂହ ଶବ୍ଦଟି ସିଂହକୁ ବୁଝାଉଥିବା ବେଳେ "ଅଚଳମ"ର ସଂସ୍କୃତ ଅର୍ଥ ପର୍ବତକୁ ବୁଝାଏ । ଏଠାରେ ଶ୍ରୀ ବାରହାଲକ୍ଷ୍ମୀ ନରସିଂହ ଆରାଧ୍ୟ ଦେବତା ଭାବରେ ପୂଜିତ ହେଇଥାନ୍ତି । ଏହି ମନ୍ଦିର ଭାରତରେ ଥିବା ୧୮ଟି ନରସିଂହ ଆରାଧନା ପିଠ ମଧ୍ୟରୁ ଗୋଟିଏ । ଏହି ମୂର୍ତି ବର୍ଷ ସାରା ଚନ୍ଦନ ପ୍ରଲେପରେ ଆଚ୍ଛାଦିତ ରହେ, କିନ୍ତୁ ବର୍ଷକରେ ଥରେ ଅକ୍ଷୟ ତୃତୀୟା ଅବସରରେ "ନିଜରୁପ ଦର୍ଶନ" ନାମରେ ୧୨ ଘଣ୍ଟା ପାଇଁ ମୁଖ ଅନାବରଣ କରାଯାଇଥାଏ ।[1] ଏଠାରେ ବୈଶାଖ ମାସରେ ଚନ୍ଦନ ଯାତ୍ରା ବହୁ ଆଡମ୍ବର ସହକାରେ ପାଳିତ ହୁଏ ।
ଏଠାରେ ଥିବା ପ୍ରତିମୂର୍ତି ତ୍ରିଭଙ୍ଗୀ ଆକାରରେ ରହି ସିଂହ ମୁଖ୍ୟ ଥାଏ । ପ୍ରାଚୀନ କଳାର ମିଳିଥିବା ପାଣ୍ଡୁଲିପି ଅନୁସାରେ ୧୨୬୭ ମସିହାରେ ଏହା ନିର୍ମିତ ହେଇଥିବାର କୁହାଯାଏ । ଓଡ଼ିଆ ଓ ତେଲୁଗୁ ଭାଷାରେ ୨୫୨ଟି ଲେଖାରେ ଏ ବିଷୟରେ ଉଲ୍ଲେଖ ରହିଛି ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.