ଔଷଧ From Wikipedia, the free encyclopedia
ସାଲାଇନ (ଇଂରାଜୀ ଭାଷାରେ Saline, ଅନ୍ୟ ନାମ ସାଲାଇନ ସଲ୍ୟୁସନ/saline solution) ଏକ ଦ୍ରବଣ ଯେଉଁଥିରେ ସୋଡ଼ିଅମ କ୍ଲୋରାଇଡ (sodium chloride) ଓ ପାଣି ମିଶିଥାଏ; ଏହା ଅନେକ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ହୁଏ ।[1] ଏହା କ୍ଷତ ସଫା କରିବାରେ ସାହାଯ୍ୟ କରେ, କଣ୍ଟାକ୍ଟ ଲେନ୍ସ (contact lens) ବାହାର କରିବାରେ ସାହାଯ୍ୟ କରେ ଓ ଶୁଷ୍କ ଆଖିରେ (dry eyes) ପକାଯାଏ । ନିର୍ଜଳନ (dehydration) ଥିଲେ ବିଶେଷତଃ ପାକଅନ୍ତନଳୀ ପ୍ରଦାହ (gastroenteritis) ଓ ଡାଏବେଟିକ କିଟୋଏସିଡୋସିସ (diabetic ketoacidosis) ନିର୍ଜଳନରେ ଏହା ଶିରାଭ୍ୟନ୍ତର ଇନଫ୍ୟୁଜନ (injection into a vein) ଆକାରରେ ଦିଆଯାଏ । [2] ଇଞ୍ଜେକସନ ଆକାରରେ ଦିଆଯାଉଥିବା ଅନ୍ୟ ଔଷଧମାନଙ୍କୁ ପତଳା କରିବାକୁ ଏହା ମିଶାଯାଏ । [1]
Clinical data | |
---|---|
AHFS/Drugs.com | FDA Professional Drug Information |
Routes of administration | intravenous, topical, subcutaneous |
ATC code |
|
Identifiers | |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
Chemical and physical data | |
3D model (JSmol) | |
SMILES
| |
InChI
|
ଅତ୍ୟଧିକ ସାଲାଇନ ଦେଲେ ତରଳ ପଦାର୍ଥ ଓଭରଲୋଡ (fluid overload), ଇଡିମା (swelling), ହାଇପରକ୍ଲୋରେମିକ ଏସିଡୋସିସ (acidosis) ଓ ଅଧିକ ରକ୍ତ ସୋଡ଼ିଅମ (high blood sodium) ହୋଇପାରେ । [2][1] ଦୀର୍ଘକାଳୀନ ଅଳ୍ପ ରକ୍ତ ସୋଡ଼ିଅମ (low blood sodium) ଥିବା ରୋଗୀଙ୍କୁ ଅଧିକ ସାଲାଇନ ଦେଲେ ଅସମୋଟିକ ଡିମାୟେଲିନେସନ ସିଣ୍ଡ୍ରୋମ (osmotic demyelination syndrome) ହୋଇପାରେ ।[2] ଏହା ଭଲ୍ୟୁମ ଏକ୍ସପାଣ୍ଡର (crystalloid) ଶ୍ରେଣୀର ଏକ ଔଷଧ ।[3] ସାଧାରଣତଃ ଏହା ୯ଗ୍ରା:/ଲିଟରର (୦.୯%) ଏକ ସ୍ଟେରାଇଲ ଦ୍ରବଣ (sterile) ଯାହାକୁ ନର୍ମାଲ ସାଲାଇନ (normal saline) କୁହାଯାଏ ।[1] ଏହାଠାରୁ ଅଧିକ ଗାଢ଼ ବା କମ ଗାଢ଼ ସାଲାଇନ ମଧ୍ୟ ବ୍ୟବହାର କରାଯାଏ ।[4][5]
ଚିକିତ୍ସା କ୍ଷେତ୍ରରେ ସାଲାଇନ ସନ ୧୮୩୧ରୁ ବ୍ୟବହାର ଆରମ୍ଭ କରାଗଲା ।[6] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[7] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଲିଟରର ହୋଲସେଲ ମୂଲ୍ୟ ୪.୨୦ ଆମେରିକୀୟ ଡଲାର ।[8]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.