ସାର୍କ କୋଭିଡ-୧୯ ଆପାତକାଳୀନ କୋଷ
From Wikipedia, the free encyclopedia
ସାର୍କ କୋଭିଡ-୧୯ ଆପାତକାଳୀନ କୋଷ କରୋନାଭୂତାଣୁ ରୋଗ ୨୦୧୯ର ସାମ୍ଭାବ୍ୟ ମହାମାରୀ ସ୍ଥିତିର ମୁକାବିଲା ପାଇଁ ଗଠନ କରାଯାଇଛି ।[1] ୨୦୨୦ ମସିହା ମାର୍ଚ୍ଚ ୧୫ ତାରିଖରେ ସାର୍କ (SAARC) ସଂଘ ଅନ୍ତର୍ଭୂକ୍ତ ଦେଶପ୍ରମୁଖଙ୍କ ସହ ଭିଡ଼ିଓ କନଫରେନସିଂ ସମୟରେ ଭାରତୀୟ ପ୍ରଧାନମନ୍ତ୍ରୀ ଏହି ଫଣ୍ଡ ଗଠନର ପ୍ରସ୍ତାବ ଦେଇଥିଲେ । ଦକ୍ଷିଣ ଏସୀୟ ରାଷ୍ଟ୍ରମାନଙ୍କର କରୋନା ମହାମାରୀ ସମ୍ପର୍କିତ ସଙ୍କଟ ପାଇଁ ଏହି କୋଷ ଉଦ୍ଧିଷ୍ଟ । ସାର୍କର ଅନ୍ୟାନ୍ୟ ସଦସ୍ୟମାନେ ମଧ୍ୟ ଏହି ପ୍ରସ୍ତାବରେ ସହମତି ପ୍ରକାଶ କରିଥିଲେ ।[2]