ସାମବେଦ
From Wikipedia, the free encyclopedia
ସାମବେଦ ହେଉଛି ବୈଦିକ ବାଙମୟର ତୃତୀୟ ଭାଗ(ସାମ:ସ୍ତୁତି ବା ଛାନ୍ଦ,ବେଦ:ଜ୍ଞାନ) ।
ଏହାକୁ ଛନ୍ଦୋବଦ୍ଧ ଭାବେ ଗାନ କରାଯାଉଥିବାରୁ ଏହାକୁ ଛନ୍ଦୋଗ ମଧ୍ୟ କୁହାଯାଏ । ସର୍ବପୁରାତନ ସାମବେଦ ସଂହିତା ୧୭୦୦ ଖ୍ରୀଷ୍ଟପୂର୍ବର ବୋଲି ଅନୁମାନ କରାଯାଏ । ଏହାର ପୁର୍ବାର୍ଚ୍ଚିକ ଓ ଉତ୍ତରାର୍ଚ୍ଚିକ ନାମକ ଦୁଇଟି ଭାଗ ରହିଛି ।
ଏହି ଦୁଇ ଭାଗ ମଧ୍ୟରେ ୧୦ଟି ମନ୍ତ୍ର ବିଶିଷ୍ଟ ଏକ କ୍ଷୁଦ୍ର ଅଧ୍ୟାୟ (ମହାନାମ୍ନୀ ଆର୍ଚ୍ଚିକ) ଅଛି । ସମ୍ପୁର୍ଣ୍ଣ ସାମବେଦର ମନ୍ତ୍ର ସଂଖ୍ୟା ୧,୮୭୫ ।
ଏଥିମଧ୍ୟରୁ ସାମବେଦର ନିଜସ୍ୱ ମନ୍ତ୍ର ସଂଖ୍ୟା ୭୫, ଅନ୍ୟ ସମସ୍ତ ଋଗ୍ବେଦରୁ ନିଆଯାଇ ଗାନ ପ୍ରକ୍ରିୟା ପ୍ରସ୍ତୁତ ହୋଇଛି ।
![Thumb image](http://upload.wikimedia.org/wikipedia/commons/thumb/3/34/1863_CE_palm_leaf_manuscript%2C_Jaiminiya_Aranyaka_Gana%2C_Samaveda_%28unidentified_layer_of_texts%29%2C_Sanskrit%2C_Southern_Grantha_script%2C_Malayali_scribe_Kecavan%2C_sample_ii.jpg/220px-thumbnail.jpg)