ସାଭାଣ୍ଟ ସିଣ୍ଡ୍ରୋମ
From Wikipedia, the free encyclopedia
ସାଭାଣ୍ଟ ସିଣ୍ଡ୍ରୋମ, ଇଂରାଜୀ ଭାଷାରେ Savant syndrome, ରୋଗଗ୍ରସ୍ତ ଜଣେ ବ୍ୟକ୍ତି ଉଲ୍ଲେଖନୀୟ ମାନସିକ ଅସମର୍ଥ (mental disability) ଥିଲେ ମଧ୍ୟ କେତେକ କ୍ଷେତ୍ରରେ ସାଧାରଣ ଲୋକ ଅପେକ୍ଷା ଅତ୍ୟଧିକ ସାମର୍ଥ୍ୟ ପ୍ରଦର୍ଶନ କରିଥାଆନ୍ତି ।[1][2] ଏମାନଙ୍କ ସ୍ମରଣ ଶକ୍ତି (memory) ଅନ୍ୟମାନଙ୍କ ଅପେକ୍ଷା ଯଥେଷ୍ଟ ଅଧିକ ଥାଏ । [1] ଏମାନେ ଦୃତ ଗତିରେ ହିସାବ କରିପାରନ୍ତି (rapid calculation), ଅଧିକ କଳାତ୍ମକ ହୁଅନ୍ତି, ମାନଚିତ୍ର ତିଆରି କରନ୍ତି (map making) ବା ସଙ୍ଗୀତ ସାମର୍ଥ୍ୟ ଅଧିକ ଥାଏ ।[1]
ଅଟିସ୍ଟିକ ସାଭାଣ୍ଟ, (Autistic savant), ଇଡିଅଟ ସାଭାଣ୍ଟ (idiot savant)[1] | |
ବିଭାଗ | ସ୍ନାୟୁ ବିଜ୍ଞାନ (Neurology), ମାନସିକ ଚିକିତ୍ସା ବିଜ୍ଞାନ (psychiatry) |
---|---|
ଲକ୍ଷଣ | ସାଧାରଣ ମାନସିକ ଅସମର୍ଥ (mental disability ଥିଲେ ମଧ୍ୟ କେତେକ କ୍ଷେତ୍ରରେ ସାଧାରଣ ଲୋକ ଅପେକ୍ଷା ଅତ୍ୟଧିକ ସମର୍ଥ ଥାଆନ୍ତି ।[1][2] |
କାରଣ | ସ୍ନାୟୁବିକାଶ ଜନିତ ବେମାରୀ (Neurodevelopmental disorder) ଯେପରିକି ଅଟିଜ୍ମ ସ୍ପେକ୍ଟ୍ରମ ଡିଜଅର୍ଡ଼ର (autism spectrum disorder), ମସ୍ତିଷ୍କ ଆଘାତ (brain injury)[1] |
ପୁନଃପୌନିକ | c. ଏକ ନିୟୁତ ଲୋକଙ୍କ ମଧ୍ୟରୁ ଜଣେ । [3] |
ଏହି ରୋଗୀଙ୍କର ସ୍ନାୟୁବିକାଶ ଜନିତ ବେମାରୀ (Neurodevelopmental disorder) ଯେପରିକି ଅଟିଜ୍ମ ସ୍ପେକ୍ଟ୍ରମ ଡିଜଅର୍ଡ଼ର (autism spectrum disorder), ମସ୍ତିଷ୍କ ଆଘାତ (brain injury) ଇତ୍ୟାଦି କାରଣ ଥିବା ଦେଖାଯାଏ ।[1] ପ୍ରାୟ ଅର୍ଦ୍ଧେକ ସଂଖ୍ୟକ ରୋଗୀଙ୍କର ଅଟିଜିମ୍ ଥିବାରୁ ତାଙ୍କୁ ଅଟିସ୍ଟିକ ସାଭାଣ୍ଟ କୁହାଯାଏ ।[1] ପିଲାଦିନେ ରୋଗ ଚିହ୍ନଟ କରିହେଉଥିଲେ ମଧ୍ୟ କେତେକ ସ୍ଥଳରେ ଏ ରୋଗ ଜୀବନର ପର ଭାଗରେ ବିକାଶ ଲାଭ କରେ । [1] ଡିଏସଏମ (DSM-5) ଅନୁସାରେ ଏହାକୁ ମାନସିକ ରୋଗ (mental disorder) ପର୍ଯ୍ୟାୟରେ ନିଆଯାଏନାହିଁ ।[4]
କ୍ୱଚିତ୍ ଏହି ରୋଗ ଦେଖାଯାଏ ।[1] ଏକ ହିସାବରେ ଏକ ନିୟୁତ ଲୋକଙ୍କ ମଧ୍ୟରୁ ଜଣକୁ ଏ ରୋଗ ହୁଏ ।[3] ପୁରୁଷ ଅପେକ୍ଷା ମହିଳା ସାଭାଣ୍ଟ ସଂଖ୍ୟା ଆହୁରି କମ୍ ଥାଏ ।[1] ସନ ୨୭୮୩ରେ ପ୍ରଥମେ ଏହି ରୋଗ ବିଷୟ ନଜରକୁ ଆସିଥିଲା ।[1] ଅଟିଜିମ୍ ରୋଗୀଙ୍କ ମଧ୍ୟରୁ ୧୦ରୁ ୨୦୦ ଜଣଙ୍କ ମଧ୍ୟରୁ ଜଣକର କିଛି ପରିମାନରେ ଏହି ସାଭାଣ୍ଟ ଥାଏ ।[1] ହିସାବରୁ ଦେଖାଯାଏ ଶହେରୁ କମ୍ ଅସାଧାରଣ ଦକ୍ଷତା ଥିବା ସାଭାଣ୍ଟ ଅଧୁନା ବଞ୍ଚିଛନ୍ତି ।[1]