![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/2/2d/TheSabriBrothersFull.jpg/640px-TheSabriBrothersFull.jpg&w=640&q=50)
ସାବ୍ରି ବ୍ରଦର୍ସ
ସାବ୍ରି ବ୍ରଦର୍ସ ପାକିସ୍ଥାନ ଦେଶର ଏକ ସଙ୍ଗୀତ ଦଳ ଯିଏ ସୁଫି କବାଲି ଗୀତ ପରିବେଷଣ କରୁଥିଲେ । / From Wikipedia, the free encyclopedia
ସାବ୍ରି ବ୍ରଦର୍ସ (ପଞ୍ଜାବୀ ଭାଷାରେ, ଉର୍ଦ୍ଦୁ: صابری برادران) ପାକିସ୍ଥାନ ଦେଶର ଏକ ସଙ୍ଗୀତ ଦଳ ଯିଏ କ୍ରିଷ୍ଟି ଅର୍ଡ଼ର (Chishti Order) ସହିତ ନିକଟ ସମ୍ପର୍କ ରଖିଥିଲେ ଓ ସୁଫି କବାଲି ଗୀତ ପରିବେଷଣ କରୁଥିଲେ । ସେମାନଙ୍କୁ ଏକ ସର୍ବକାଳୀନ ଶ୍ରେଷ୍ଠ କବାଲି ଦଳର ମାନ୍ୟତା ଦିଆଯାଇଛି । ଗୁଲାମ ଫରିଦ ସାବ୍ରି ଓ ତାଙ୍କ ଭାଇ ମକବୁଲ ଅହମଦ ସାବ୍ରି ଏହି ଦଳର ନେତ୍ରୁତ୍ୱ ନେଉଥିଲେ । ସେମାନଙ୍କୁ ଅନେକ ସମୟରେ କବାଲିର ଶାହ-ଏନ-ଶାହ (କବାଲି ଦଳର ରାଜାଙ୍କର ରାଜା) ଓ ପାକିସ୍ଥାନର ଭ୍ରାମ୍ୟମାଣ ରାଷ୍ଟ୍ରଦୂତ କୁହାଯାଉଥିଲା । ମକବୁଲ ଅହମଦ ସାବ୍ରି ମାତ୍ର ୧୧ ବର୍ଷ ବୟସରେ ଏହି ଦଳ ଗଠନ କରିଥିଲେ ଯାହାକୁ ବଚ୍ଚା କବାଲି ପାର୍ଟି କୁହାଯାଉଥିଲା । ନିଜ ପିତାଙ୍କ ପ୍ରରୋଚନାରେ ତାଙ୍କ ବଡ଼ ଭାଇ ଗୁଲାମ ଫରିଦ ସାବ୍ରି ଅଳ୍ପ କାଳ ମଧ୍ୟରେ ସେହି ଦଳ ସହିତ ଯୋଗଦାନ କରି ସେହି ଦଳର ନେତା ହେଲେ ଓ ଦଳର ନାମ ସାବ୍ରି ବ୍ରଦର୍ସ ରଖାଗଲା ।[1] ଆମେରିକା ଓ ପଶ୍ଚିମ ଦେଶମାନଙ୍କରେ କବାଲି ପରିବେଷଣ କରିବାରେ ସେହି ଦଳ ପ୍ରଥମ ଥିଲେ; ୧୯୭୫ ମସିହାରେ ନିୟୁ ୟୋର୍କରେ କାର୍ଞ୍ଜି ହଲରେ ସେମାନେ ପ୍ରଥମ ଏସିଆ କଳାକାର ଭାବରେ ପରିବେଷଣ କରିଥିଲେ ।[2] ସାରା ପୃଥିବୀରେ ସାବ୍ରି ବ୍ରଦର୍ସ ଅନେକ ଭାବପୂର୍ଣ୍ଣ କବଳି ପରିବେଷଣ କରିଥିଲେ ଓ ତାଙ୍କର ବିରାଟ ମହତ୍ୱ ଥିଲା ।
"Shahenshah-e-Qawwali" The Sabri Brothers Pride of Performance | |
---|---|
![]() The Sabri Brothers & Ensemble | |
Background information | |
ଜନ୍ମସ୍ଥାନ | Kalyana, East Punjab, India |
ଶୈଳୀ | Qawwali |
କାର୍ଯ୍ୟକାଳ | 1956 – 2021 |
ଲେବଲ |
|
ପୁରୁଣା ସଭ୍ୟ | Ghulam Farid Sabri (1956–94) Kamal Ahmed Khan Sabri (1956–2001) Maqbool Ahmed Sabri (1956–2011) Amjad Fareed Sabri (1982–1996) Mehmood Ghaznavi Sabri (1974 – 21 June 2021) |