From Wikipedia, the free encyclopedia
ସାନିଟାରି ନ୍ୟାପ୍କିନ୍, ସାନିଟାରି ଟାୱେଲ୍, ସାନିଟାରି ପ୍ୟାଡ୍ ବା ମେନ୍ଷ୍ଟ୍ରୁଆଲ୍ ପ୍ୟାଡ୍ ବା ପ୍ୟାଡ୍ ଋତୁସ୍ରାବ, ଗଭର୍ପାତ ପରେ ହେଉଥିବା ରକ୍ତସ୍ରାବ ପରେ, ସ୍ତ୍ରୀରୋଗ ଅସ୍ତ୍ରୋପଚାରରୁ ସୁସ୍ଥ ହେବା ସମୟରେ, ଗର୍ଭସ୍ରାବ ବା ଗର୍ଭପାତ ପରେ ବା ଯୋନିରୁ ରକ୍ତ ଶୋଷଣ ପାଇଁ ଅନ୍ୟ ସମୟରେ ଅନ୍ତବସ୍ତ୍ର ଭିତରେ ମହିଳାମାନେ ପିନ୍ଧୁଥିବା ଏକ ଶୋଷଣକାରୀ ବସ୍ତୁ ।
ମେନ୍ଷ୍ଟ୍ରୁଆଲ୍ ପ୍ୟାଡ୍ ଏକ ପ୍ରକାର ନାରୀ ସ୍ୱାସ୍ଥ୍ୟବିଧି ଉତ୍ପାଦ ଓ ଏହା ଶରୀର ବାହାରେ ପିନ୍ଧାଯାଏ । ତେବେ ସମାନ ଧରଣର ଉତ୍ପାଦ ଯଥା ଟାମ୍ପୁନ ଓ ମେନ୍ଷ୍ଟ୍ରୁଆଲ୍ କପ୍ ଆଦି ଯୋନି ଭିତରେ ପିନ୍ଧାଯାଇଥାଏ । ଋତୁସ୍ରାବର ଆବୃତି ଉପରେ ଜଣେ ନାରୀର ପ୍ୟାଡ୍ ବ୍ୟବହାରର ଆବୃତି ମଧ୍ୟ ବଦଳିଥାଏ ।
ଶୈଳୀ, ତିଆରି ହେଉଥିବା ଦେଶ ଓ ବ୍ରାଣ୍ଡ ଅନୁସାରେ ମେନ୍ଷ୍ଟ୍ରୁଆଲ୍ ପ୍ୟାଡ୍ଗୁଡ଼ିକ ବିଭିନ୍ନ ଧରଣର ପଦାର୍ଥରୁ ତିଆରି । କୋଟେକ୍ସ, ଅଲୱେଜ, ଇକୁଏଟ ଓ ଷ୍ଟେଫ୍ରି ଆଦି କେତେକ ଆମେରିକୀୟ ବ୍ରାଣ୍ଡ । ଲିଲ-ଲେଟ୍ସ କେତେକ ଇଂରାଜୀଭାଷୀ ଦେଶରେ ମିଳିଥାଏ ।
ଏହି ପ୍ୟାଡ୍ଗୁଡ଼ିକୁ ପରିସ୍ରାଜନିତ ଅସମୟିତା ରୋଗୀମାନେ ପିନ୍ଧୁଥିବା ଅସମୟିତା ପ୍ୟାଡ୍ ବୋଲି ଭାବି ଦ୍ୱନ୍ଦରେ ପଡ଼ିବା ଅନୁଚିତ । ମେନ୍ଷ୍ଟ୍ରୁଆଲ୍ ପ୍ୟାଡ୍ଗୁଡ଼ିକ କେବେ କେବେ ଏହି କାରଣ ପାଇଁ ମଧ୍ୟ ପିନ୍ଧାଯାଇଥାଏ ।
ଋତୁସ୍ରାବ ସମୟରେ ମହିଳାମାନେ ସାନିଟାରି ନ୍ୟାପ୍କିନ୍ ବ୍ୟବହାର କରିବାର ଚିନ୍ତାଧାରା ପ୍ରଥମେ ଦଶମ ଶତାବ୍ଦୀରେ ଅାସିଲା।[1] ପ୍ରଥମେ ମହିଳାମାନେ ଶରୀରରୁ ଋତୁସ୍ରାବ ସମୟରେ ନିଗର୍ତ ହେଉଥିବା ରକ୍ତକୁ ରୋକିବା ପାଇଁ କପଡ଼ା ବ୍ୟବହାର କରୁଥିଲେ ବେନ୍ ଫ୍ରାଙ୍କ୍ଲିନ୍ ଇନ୍ଭେନସନ୍ ପ୍ରଥେମ କ୍ଷତାକ୍ତ େସୖନିକମାନଙ୍କ ରକ୍ତ ରୋକିବା ପାଇଁ ଫୋପାଡ଼ିବା ଉପେଯାଗୀ ପ୍ୟାଡ ବାହାରକଲେ। ପରବର୍ତ୍ତୀ ମୁହୁର୍ତ୍ତରେ ମହିଳାମାନଙ୍କ କ୍ଷେତ୍ରରେ ଏହା ଉପେଯାଗ ହୋଇପାରିଲା।
ରକ୍ତପାତ ସମ୍ୟୟେର ମହିଳାମାନଙ୍କ ପାଇଁ ସାନିଟାରି ନ୍ୟାପକିନ ନିହାତି ଦରକାରୀ ହୋଇଥାଏ । ଯଦି ହଠାତ କାହା ପାଖରେ ସାନିଟାରି ନ୍ୟାପକିନ ତତ୍କ୍ଷଣାତ ଉପଲବ୍ଧ ହେଉନାହିଁ, ସେମାନେ ଟଏଲେଟ୍ ପେପର୍ ମଧ୍ୟ ବ୍ୟବହାର କରିଥାନ୍ତି । ଏହାର ଭିନ୍ନ ବ୍ରାଣ୍ଡ୍ ରହିଛି ଜେପରି କାେଟେକ୍ସ, ଅଲୱେଜ, ଷ୍ଟେଫ୍ରି ଇତ୍ୟାଦି।
ଏହାକୁ ଶିଶୁମାନଙ୍କ ଡାଇପର୍ ପରି ବ୍ୟବହାର କରାଯାଏ । ଏହା ଅଧିକାଂଶ ମହିଳାଙ୍କ ବ୍ୟାଗ୍ ବା ପର୍ସରେ ରହିଥାଏ । ବ୍ୟବହାର ପରେ ସଚେତନ ମହିଳାମାନେ ଏହାକୁ କାଗଜରେ ଗୁଡ଼ାଇ ଫୋପାଡ଼ି ଥାଅାନ୍ ତି। ଉନ୍ନତ ଦେଶମାନଙ୍କରେ ସବର୍ସାଧାରଣ ଶୌଚାଳୟରେ ମଧ୍ୟ ମେନ୍ଷ୍ଟ୍ରୁଆଲ୍ ପ୍ୟାଡ୍ ଉପଲବ୍ଧ ହୋଇଥାଏ । ଏବେ ଭାରତରେ ମଧ୍ୟ ସାନିଟାରି ନ୍ୟାପ୍କିନ୍୍କୁ ନେଇ ସଚେତନତା ବୃଦ୍ଧି ପାଉଛି ।