ଶିବାଜୀଙ୍କ ପ୍ରଥମ ପତ୍ନୀ From Wikipedia, the free encyclopedia
ମହାରାଣୀ ସାଇବାଇ ଭୋସଲେ (ଖ୍ରୀ: ୧୬୩୩[1] - ୫ ସେପ୍ଟେମ୍ବର ୧୬୫୯) ମରାଠା ସାମ୍ରାଜ୍ୟର ପ୍ରତିଷ୍ଠାତା ଶିବାଜୀଙ୍କ ପ୍ରଥମ ପତ୍ନୀ ତଥା ମୁଖ୍ୟ ସହଯୋଗୀ ଥିଲେ । ସେ ତାଙ୍କ ସ୍ୱାମୀଙ୍କ ଉତ୍ତରାଧିକାରୀ ସମ୍ଭାଜୀଙ୍କ ମାତା ଥିଲେ ।
ମହାରାଣୀ ସାଇବାଇ ଭୋସଲେ | |
---|---|
ମହାରାଣୀ ମରାଠା ସାମ୍ରାଜ୍ୟ ରାଜମାତା ଶ୍ରୀମନ୍ଥ ଛତ୍ରପତି ସାଇବାଇ ଶିବାଜିରାଜ ଭୋସଲେ | |
ଏକ କଳାକାରଙ୍କ ୨୦୧୨ ମସିହାର ପରିବେଷଣ | |
ଶାସନକାଳ | ୧୬୪୦-୧୬୫୯ |
ଉତ୍ତରାଧିକାରୀ | ମହାରାଣୀ ସୋୟାରାବାଇ |
ଜୀବନସାଥୀ | ଶ୍ରୀମନ୍ଥ ଛତ୍ରପତି ଶିବାଜିରାଜ ଭୋସଲେ |
ବଂଶ | ନିମ୍ବଲକର ଭୋସଲେ |
ବାପା | ମୁଧୋଜି ରାଓ ନାଏକ ନିମ୍ବଲକର |
ମାଆ | ରୁବାଇ |
ଜନ୍ମ | ସାଇବାଇ ନିମ୍ବଲକର ୨୯ ଅକ୍ଟୋବର ୧୬୩୩ ଫାଲ୍ଟାନ, ଅହମ୍ମଦନଗର ସୁଲତାନ (ବର୍ତ୍ତମାନର ମହାରାଷ୍ଟ୍ର, ଭାରତ) |
ମୃତ୍ୟ | ସେପ୍ଟେମ୍ବର ୫, ୧୬୫୯ (ବୟସ ୨୬) ରାଜଗଡ ଦୁର୍ଗ, ପୁଣେ, ମରାଠା ସାମ୍ରାଜ୍ୟ (ବର୍ତ୍ତମାନର ମହାରାଷ୍ଟ୍ର, ଭାରତ) |
ଧର୍ମ | ହିନ୍ଦୁ ଧର୍ମ |
ସାଇବାଇ ନିମ୍ବଲକର ପରିବାରର ଜଣେ ସଦସ୍ୟ ଥିଲେ, ଯାହାର ସଦସ୍ୟମାନେ ପବାର ରାଜବଂଶ ସମୟରୁ ଫଲଟନର ଶାସକ ଏବଂ ଡେକାନ ସୁଲତାନ ଓ ମୋଗଲ ସାମ୍ରାଜ୍ୟର ସେବା କରିଥିଲେ । ସେ ଫଲଟନର ୧୫ତମ ରାଜା ମୁଧୋଜିରାଓ ନାୟକ ନିମ୍ବଲକରଙ୍କ ଝିଅ ଏବଂ ୧୬ତମ ରାଜା ବାଜାଜୀ ରାଓ ନାଏକ ନିମ୍ବଲକରଙ୍କ ଭଉଣୀ ଥିଲେ ।[2] ସାଇବାଇଙ୍କ ମାତା ରୁବାଇ ଶିର୍କେ ପରିବାରର ଥିଲେ ।
ସାଇବାଇ ଏବଂ ଶିବାଜୀ ୧୬ ମଇ ୧୬୪୦ ମସିହାରେ ପୁଣେର ଲାଲ ମହଲରେ ନିଜର ପିଲାଦିନେ ବିବାହ କରିଥିଲେ ।[3][4] ଏହି ବିବାହକୁ ତାଙ୍କ ମା ଜିଜାବାଇ ପରିଚାଳନା କରିଥିଲେ; କିନ୍ତୁ ବୋଧହୁଏ ତାଙ୍କ ପିତା ଶାହାଜୀ କିମ୍ବା ତାଙ୍କ ଭାଇ ସମ୍ବାଜୀ ଏବଂ ଇକୋଜି ଉପସ୍ଥିତ ନଥିଲେ । ଏହିପରି, ଶାହାଜୀ ଶୀଘ୍ର ତାଙ୍କର ନୂଆବୋହୂ, ପୁଅ ଏବଂ ତାଙ୍କ ମା ଜିଜାବାଇଙ୍କୁ ବାଙ୍ଗାଲୋରକୁ ଡାକିଥିଲେ, ଯେଉଁଠାରେ ସେ ତାଙ୍କର ଦ୍ୱିତୀୟ ପତ୍ନୀ ତୁକବାଇଙ୍କ ସହ ରହୁଥିଲେ ।[5] ଶାହାଜୀ ବାଙ୍ଗାଲୋରରେ ଏକ ବିରାଟ ବିବାହ ଉତ୍ସବ କରିଥିଲେ ।[6]
ସାଇବାଇ ଏବଂ ଶିବାଜୀ ପରସ୍ପର ସହ ଘନିଷ୍ଠ ସମ୍ପର୍କ ବାଣ୍ଟିଥିଲେ । ସେ ଜଣେ ଜ୍ଞାନୀ ମହିଳା ଏବଂ ତାଙ୍କ ପ୍ରତି ଜଣେ ବିଶ୍ୱସ୍ତ ସହଯୋଗୀ ଥିଲେ ।[7] ସାଇବାଇ ଜଣେ ସୁନ୍ଦର, ଉତ୍ତମ ସ୍ୱଭାବ ଏବଂ ସ୍ନେହୀ ମହିଳା ଥିଲେ ।
ସାଇବାଇ ୧୬୫୯ ମସିହାରେ ରାଜଗଡ଼ ଦୁର୍ଗରେ ମୃତ୍ୟୁ ବରଣ କରିଥିବାବେଳେ ଶିବାଜୀ ମହାରାଜ ପ୍ରତାପଗଡ଼ରେ ଆଫଜାଲ ଖାନଙ୍କ ସହ ସାକ୍ଷାତ ପାଇଁ ପ୍ରସ୍ତୁତି ଚଳାଇଥିଲେ । ସେ ସମ୍ଭାଜୀଙ୍କୁ ଜନ୍ମ ଦେବା ପରଠାରୁ ବହୁତ ଅସୁସ୍ଥ ହୋଇଯାଇଥିଲେ ଏବଂ ମୃତ୍ୟୁ ପୂର୍ବରୁ ତାଙ୍କ ଅସୁସ୍ଥତା ଅଧିକ ଗୁରୁତର ହୋଇଯାଇଥିଲା ।
ପରେ ସମ୍ଭାଜୀଙ୍କୁ ତାଙ୍କର ବିଶ୍ୱସ୍ତ ଧରାଉ ଯତ୍ନ ନେଇଥିଲେ । ସାଇଙ୍କ ମୃତ୍ୟୁ ସମୟରେ ସମ୍ଭାଜୀଙ୍କୁ ମାତ୍ର ଦୁଇ ବର୍ଷ ହୋଇଥିଲା ଏବଂ ସେ ତାଙ୍କ ଜେଜେମା ଜିଜାବାଈଙ୍କଦ୍ୱାରା ପାଳିତ ହୋଇଥିଲେ ।[8] ସାଇବାଇଙ୍କର ସମାଧୀ ରାଜଗଡ଼ ଦୁର୍ଗରେ ଅବସ୍ଥିତ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.