From Wikipedia, the free encyclopedia
[[Category:Lua error in package.lua at line 80: module 'Module:Pagetype/disambiguation' not found. with short description]]
ସରୱାତ ପର୍ବତମାଳା (ଇଂରାଜୀ ଭାଷାରେ Sarawat Mountains ଆରବୀୟ ଭାଷାରେ جِبَالُ ٱلسَّرَوَاتِ) ସରାତ ନାମରେ ମଧ୍ୟ ପରିଚିତ ।[1] ଆରବୀୟ ଉପଦ୍ୱୀପର ପଶ୍ଚିମଆଂଶରେ ଏହି ପର୍ବତମାଳା ଅବସ୍ଥିତ । ଲୋହିତ ସାଗରର ପୂର୍ବ ତଟ ସହିତ ଏହି ପର୍ବତମାଳା ସମାନ୍ତରାଳ ଭାବେ ବ୍ୟାପ୍ତ । ଫିଫା ପର୍ବତମାଳା[2], ଆସିର ପର୍ବତମାଳା[3] ଓ ହିଜାଜ ପର୍ବତମାଳା[4][5] ଓ ମିଦ୍ୟାନ ପର୍ବତମାଳାକୁ ମିଶାଇ[6] ସରୱାତ ପର୍ବତମାଳା କୁହାଯାଇପାରିବ । ସରୱାତ ପର୍ବତମାଳା ଆସିରରୁ ଆରମ୍ଭ ହୋଇ ସାଉଦି ଆରବ ଦେଇ ଦକ୍ଷିଣରେ ଏଡେନ୍ ଉପସାଗର ପର୍ଯ୍ୟନ୍ତ ଓ ପୁଣି ୟେମେନର ପଶ୍ଚିମ ଭାଗରେ ଲମ୍ବି ଯାଇଛି ।[1][7]
ସରୱାତ ପର୍ବତମାଳା ମୁଖ୍ୟତଃ ପଥୁରିଆ ଓ ଆଂଶିକ ରୂପେ ସବୁଜିମାରେ ପୂର୍ଣ୍ଣ । ଗଠନ କାଳ ହିସାବରେ ଏହାର ଅନେକ ଶୃଙ୍ଗ ନୂତନ ଓ ଦନ୍ତୁରିତ ଓ କିଛି ଶୃଙ୍ଗ ଅବକ୍ଷୟ କାରଣରୁ ଆଉ ଦନ୍ତୁରିତ ରହିନାହାନ୍ତି । ସାଉଦି ଆରବ ଓ ୟେମେନ ସୀମାରେ ସରୱାତ ପର୍ବତମାଳା ଖଣ୍ଡବିଖଣ୍ଡିତ ହୋଇ ସ୍ୱତନ୍ତ୍ର ଓ ଏକାକୀ ପର୍ବତମାନଙ୍କ ଆକାରରେ ଦେଖାଯାଏ । ହେଜାଜର ଭୂଗଠନ କ୍ରମଶଃ ପର୍ବତରୁ ୟେମେନୀ ମାଳଭୂମିରେ ରୂପାନ୍ତରିତ ହୋଇଛି । ୟେମେନର ଭୌଗୋଳିକ ସୀମା ମଧ୍ୟରେ ସରୱାତ ପର୍ବତଶ୍ରେଣୀ ଦୁଇ ଭାଗରେ ବିଭକ୍ତ ହୋଇ ପଶ୍ଚିମସ୍ଥ ଉଚ୍ଚଭୂମି ଓ କେନ୍ଦ୍ରୀୟ ଉଚ୍ଚଭୂମି ସୃଷ୍ଟି କରିଛି । ପଶ୍ଚିମସ୍ଥ ଉଚ୍ଚଭୂମି ଲୋହିତ ସାଗରର ନିକଟବର୍ତ୍ତୀ ଥିବାରୁ ଏହି ଅଞ୍ଚଳ ସମଗ୍ର ଆରବୀୟ ଉପଦ୍ୱୀପରେ ସବୁଠାରୁ ଅଧିକ ବୃଷ୍ଟିପାତ ଗ୍ରହଣ କରିଥାଏ । କେନ୍ଦ୍ରୀୟ ଉଚ୍ଚଭୂମିର ପର୍ବତମାନ ଏହି ଅଞ୍ଚଳରେ ଉଚ୍ଚତମ । ଜବାଲ ହରାଜ ୟେମେନୀୟ ସରୱାତ ପର୍ବତମାଳାର ଏକ ଅଂଶ ।[8] ହରାଜ ପର୍ବତରେ କିଛି ଶୃଙ୍ଗର ଉଚ୍ଚତା ସମୁଦ୍ର ପତନରୁ ୩୦୦୦ ମିଟର ଉପରେ । ଏହି ସମସ୍ତ ଶୃଙ୍ଗରୁ ତଳ ଦେଶର ଦୃଶ୍ୟ ଅତ୍ୟନ୍ତ ମନୋମୁଗ୍ଧକର । ପାଦଦେଶର କିଛି ପର୍ବତର ହାରାହାରି ଉଚ୍ଚତା କେବଳ ୫୦୦ ମିଟର ହୋଇଥିଲେ ହେଁ ସେମାନଙ୍କ ଶୃଙ୍ଗ ୨୮୦୦-୩୦୦୦ ମିଟର ଉଚ୍ଚତାରେ ଅବସ୍ଥିତ । ୩୦୦୦ ମିଟରରୁ ଅଧିକ ଉଚ୍ଚତାବିଶିଷ୍ଟ ପର୍ବତଗୁଡ଼ିକ ୟେମେନରେ ଅବସ୍ଥିତ । ସେଠାକାର ସର୍ବୋଚ୍ଚ ଶୃଙ୍ଗର ନାମ ଜବାଲ ଅନ୍-ନବି ଶୋଏବ ଯାହା ରାଜଧାନୀ ସନା ନିକଟରେ ଅବସ୍ଥିତ । ଏହି ଶୃଙ୍ଗର ଉଚ୍ଚତା ସମୁଦ୍ର ପତନରୁ ୩୬୬୬ ମିଟର ।[1][7] ସ୍ଥାନୀୟ କିମ୍ବଦନ୍ତୀ ଅନୁସାରେ ନୋଆଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ଶେମ ଏହି ଜବାଲ ନୁକୁମ ପର୍ବତର ପାଦଦେଶରେ ଏକ ନଗରର ସ୍ଥାପନା କରିଥିଲେ ।[9]
ଭବୈଜ୍ଞାନିକ ଦୃଷ୍ଟିକୋଣରୁ ସରୱାତ ପର୍ବତମାଳା ମୁଖ୍ୟତଃ ଆଗ୍ନେୟ ଶିଳାରେ ଗଠିତ । ପଶ୍ଚିମାଂଶରେ ପର୍ବତର ଢାଲୁ ହଠାତ୍ ଲୋହିତ ସାଗର ଉପକୂଳ ସହିତ ମିଳିତ ହୋଇଛନ୍ତି । ପୂର୍ବ ପଟରେ ପର୍ବତର ଢାଲୁ କ୍ରମଶଃ କମିଛି ଓ ଏହି ଅଞ୍ଚଳରେ କୃଷି କାର୍ଯ୍ୟ ମଧ୍ୟ କରାଯାଏ । ପର୍ବତମାଳାର ଦକ୍ଷିଣ ଭାଗ ମୌସୁମୀ ବାୟୁ ପ୍ରବାହ କ୍ଷେତ୍ରରେ ଅନ୍ତର୍ଭୁକ୍ତ । ସରୱାତ ପର୍ବତମାଳାରେ ୟେମେନର ରାଜଧାନୀ ସନା ଅବସ୍ଥିତ । ସନା ନଗର ନିକଟରେ ସରୱାତର ସର୍ବୋଚ୍ଚ ଓ ଅନ୍ୟ କେତେକ ଉଚ୍ଚ ଶୃଙ୍ଗ ମଧ୍ୟ ରହିଛି ।[1][7]
ଏହି ଅଞ୍ଚଳରେ ଆରବୀୟ କଲରାପତ୍ରିଆ ବାଘ ବସବାସ କରୁଥିବାର ପ୍ରମାଣ ମିଳିଛି ।[10][11] ସାଉଦି ଆରବ ଓ ୟେମେନରେ ସରୱାତ ଅଞ୍ଚଳରେ ହାମାଦ୍ର୍ୟାସ୍ ବବୁନ୍ ମାଙ୍କଡ଼ ମଧ୍ୟ ଦେଖାଯାନ୍ତି ।[12]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.