From Wikipedia, the free encyclopedia
[[Category:Lua error in package.lua at line 80: module 'Module:Pagetype/disambiguation' not found. with short description]]
ଜନସ୍ୱାସ୍ଥ୍ୟରେ ସଂସର୍ଗ ଚିହ୍ନଟ ସଂକ୍ରମିତ ବ୍ୟକ୍ତିଙ୍କ ("ସଂସର୍ଗ") ସମ୍ଭାବିତ ଭାବେ ସଂସର୍ଗରେ ଆସିଥିବା ବ୍ୟକ୍ତିମାନଙ୍କର ଚିହ୍ନଟ ଓ ପରବର୍ତ୍ତୀ ସମୟରେ ଏହି ସଂସର୍ଗଗୁଡ଼ିକ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରିବା ପ୍ରକ୍ରିୟାକୁ ବୁଝାଏ । ସଂକ୍ରମିତ ବ୍ୟକ୍ତିବିଶେଷଙ୍କ ସଂସର୍ଗ ବାବଦରେ ଅନୁସନ୍ଧାନ କରି, ସଂକ୍ରମଣ ପାଇଁ ପରୀକ୍ଷା କରି, ସଂକ୍ରମିତ ଲୋକଙ୍କୁ ଚିକିତ୍ସା କରି ଏବଂ ସେମାନଙ୍କ ସଂସର୍ଗ ଉପରେ ଅନୁସନ୍ଧାନ କରି ଜନସ୍ୱାସ୍ଥ୍ୟ ଜନସଂଖ୍ୟାରେ ସଂକ୍ରମଣ ହ୍ରାସ କରିବାକୁ ଲକ୍ଷ୍ୟ ରଖିଥାଏ । ସାଧାରଣତଃ ଯକ୍ଷ୍ମା, ଟିକା-ପ୍ରତିରୋଧଯୋଗ୍ୟ ସଂକ୍ରମଣ ଯଥା ମିଳିମିଳା, ଯୌନ ସଂକ୍ରମଣ (ଏଚ୍.ଆଇ.ଭି.କୁ ମିଶାଇ), ରକ୍ତଦ୍ୱାରା ସଂକ୍ରମଣ, କେତେକ ଗୁରୁତର ଜୀବାଣୁ ସଂକ୍ରମଣ ଏବଂ ନୂତନ ସଂକ୍ରମଣ (ଯଥା SARS-CoV ଏବଂ SARS-CoV-2) ଆଦି ରୋଗ ପାଇଁ ସଂସର୍ଗ ଚିହ୍ନଟ ବ୍ୟବହାର କରାଯାଏ ।
ସଂସର୍ଗ ଚିହ୍ନଟର ଲକ୍ଷ୍ୟଗୁଡ଼ିକ ହେଉଛି:
କେଇ ଦଶନ୍ଧି ଧରି ଜନସ୍ୱାସ୍ଥ୍ୟରେ ସଂସର୍ଗ ଚିହ୍ନଟ ରୋଗ ନିୟନ୍ତ୍ରଣର ଏକ ସ୍ତମ୍ଭ ହୋଇଆସୁଛି । ବସନ୍ତ ଦୂରୀକରଣ ସାର୍ବଜନୀନ ଟିକାକରଣଦ୍ୱାରା ନୁହେଁ ବରଂ ସମସ୍ତ ସଂକ୍ରମିତ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ସମ୍ପୁର୍ଣ୍ଣ ସଂସର୍ଗ ଚିହ୍ନଟଦ୍ୱାରା ହାସଲ କରାଯାଇଥିଲା ।[1] ଏହା ପରେ ସଂକ୍ରମିତ ବ୍ୟକ୍ତିବିଶେଷଙ୍କୁ ଅଲଗା କରାଯାଇଥିଲା ଏବଂ ଆଖପାଖର ସମ୍ପ୍ରଦାୟସବୁର ଓ ବସନ୍ତ ହେବାର ଆଶଙ୍କା ଥିବା ସମ୍ପର୍କୀୟମାନଙ୍କର ଟିକାକରଣ କରାଯାଇଥିଲା ।
ସମ୍ଭାବ୍ୟ ସଂକ୍ରାମକ ରୋଗଗୁଡିକ ଅନିଶ୍ଚିତ ହୋଇଥିଲେ ସଂକ୍ରାମକତା ସହିତ ରୋଗର ଗୁଣ ବିଷୟରେ ଜାଣିବା ପାଇଁ ସଂସର୍ଗ ଚିହ୍ନଟ ମଧ୍ୟ କରାଯାଏ । ସଂକ୍ରାମକ ରୋଗର ମୁକାବିଲା ପାଇଁ ସଂସର୍ଗ ଚିହ୍ନଟ ସର୍ବଦା ସବୁଠାରୁ ଦକ୍ଷ ପଦ୍ଧତି ନୁହେଁ । ଦ୍ରୁତ ରୋଗ ପ୍ରାଦୁର୍ଭାବ ବୃଦ୍ଧି, ସ୍କ୍ରିନିଂ କିମ୍ବା ନିର୍ଦ୍ଦିଷ୍ଟ ପରୀକ୍ଷଣ ଅଧିକ ବ୍ୟୟଯୋଗୀ ହୋଇପାରେ ।
ପାର୍ଟନର କେୟାର ନାମରେ ମଧ୍ୟ ଜଣା ସହଭାଗୀ ସୂଚନା ଜଣେ ସଂକ୍ରମିତ ବ୍ୟକ୍ତିଙ୍କ ଯୌନସଂଗୀଙ୍କୁ ଜଣାଇବା ଏବଂ ସେମାନଙ୍କର ସ୍ୱାସ୍ଥ୍ୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସଂସର୍ଗ ଚିହ୍ନଟର ଏକ ଅଂଶ ।
ସଂସର୍ଗ ଚିହ୍ନଟରେ ସାଧାରଣତଃ ନିମ୍ନଲିଖିତ ପଦକ୍ଷେପଗୁଡ଼ିକ ଅନ୍ତର୍ଭୁକ୍ତ:
ରୋଗୀମାନଙ୍କୁ ସେମାନଙ୍କ ସମ୍ପର୍କୀୟମାନଙ୍କୁ ସୂଚନା, ଔଷଧ, ଏବଂ ରେଫରାଲ ପ୍ରଦାନ କରିବାକୁ ଦିଆଯାଇ ସଂସର୍ଗ ଚିହ୍ନଟକୁ ଉନ୍ନତ କରାଯାଇପାରୁଥିଲେ ମଧ୍ୟ ପ୍ରମାଣରୁ ଜଣାପଡ଼େ ଯେ ବିଜ୍ଞପ୍ତିରେ ପ୍ରତ୍ୟକ୍ଷ ଜନସ୍ୱାସ୍ଥ୍ୟ ସହ ଯୋଗଦାନ ଅଧିକ ପ୍ରଭାବଶାଳୀ ।[2]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.