ଓଡ଼ିଆ ସାହିତ୍ୟିକ From Wikipedia, the free encyclopedia
ସଂଘମିତ୍ରା ମିଶ୍ର (ଜନ୍ମ: ୨୦ ଜୁନ ୧୯୫୩ )ଜଣେ ଲେଖକ, କବି, ନାଟ୍ୟ ଓ କବିତା ସମାଲୋଚକ ଏବଂ ବିଶିଷ୍ଟ ଶିକ୍ଷାବିତ ଅଟନ୍ତି । ବସୁଧାର ପ୍ରତିବାଦ ଏବଂ ଅନ୍ୟାନ୍ୟ ନାଟକ ଶୀର୍ଷକ ଲେଖା ପାଇଁ ସେ ୨୦୦୯ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଗ୍ରହଣ କରିଛନ୍ତି ।[1][2] ତାଙ୍କ ରଚିତ ଅନେକ ନାଟକ ଆକାଶବାଣୀଦ୍ୱାରା ମଞ୍ଚସ୍ଥ ହୋଇଛି ।
ସଂଘମିତ୍ରା ମିଶ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଖଣ୍ଡସାହି, କଟକ | ୨୦ ଜୁନ ୧୯୫୩
ବୃତ୍ତି | ପ୍ରାଧ୍ୟାପକ |
ଭାଷା | ଓଡ଼ିଆ, ଇଂରାଜୀ, ଇଂରାଜୀ |
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକୋତ୍ତର (ଓଡ଼ିଆ ଭାଷା) |
ଶିକ୍ଷାନୁଷ୍ଠାନ | ପ୍ରାଣନାଥ ମହାବିଦ୍ୟାଳୟ ଉତ୍କଳ ବିଶ୍ୱବିଦ୍ୟାଳୟ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
ଜୀବନସାଥୀ | ଜଗନ୍ନାଥ ମହାପାତ୍ର |
ସମ୍ପର୍କୀୟ | ବଂଶୀଧର ମିଶ୍ର (ପିତା), ଶ୍ରୀମତୀ ଦେବୀ (ମାତା), କୃଷ୍ଣବଲ୍ଲଭୀ (ବଡ଼ ଭଉଣୀ) |
ୱେବସାଇଟ | |
drsanghamitramishra |
ସଂଘମିତ୍ରା ମିଶ୍ର ମାତା ଶ୍ରୀମତୀ ଦେବୀ ଏବଂ ପିତା ବଂଶୀଧର ମିଶ୍ରଙ୍କ ଔରସରୁ କଟକ ଜିଲ୍ଲାର ଖଣ୍ଡାସାହି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିତା ବଂଶୀଧର ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଇଂରେଜ ବିରୁଦ୍ଧତ୍ମାକ କାର୍ଯ୍ୟ ପାଇଁ ତାଙ୍କ ବିରୁଦ୍ଧରେ ଏକ ଆରେଷ୍ଟ ୱାରେଣ୍ଟ ଜାରି ହୋଇଥିଲା, ଫଳତଃ ସେ ନିଜ ପରିବାରକୁ ଛାଡ଼ି ୨୫ ବର୍ଷ କାଳ ଆତ୍ମଗୋପନ କରିରହିଥିଲେ । ସ୍ୱାଧୀନତା ପରେ ସେ ୧୯୫୧ ମସିହାରେ ଗୃହ ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ୧୯୫୩ ମସିହା ଜୁନ ୨୦ ତାରିଖରେ ସଂଘମିତ୍ରା ମିଶ୍ରଙ୍କର ଜନ୍ମ ହୋଇଥିଲା । ଖଣ୍ଡାସାହିସ୍ଥିତ ଜଗନ୍ନାଥ ଗ୍ରାମୀଣ ବିଦ୍ୟାଳୟରେ ତାଙ୍କର ବିଦ୍ୟାରମ୍ଭ ହୋଇଥିଲା । ଏହାପରେ ସେ ନିଜ ବଡ଼ ଭଉଣୀ କୃଷ୍ଣବଲ୍ଲଭୀଙ୍କ ସହିତ ରହି ଖୋର୍ଦ୍ଧା ଜିଲ୍ଲାର ପ୍ରାଣନାଥ ମହାବିଦ୍ୟାଳୟରେ ପଢ଼ିଥିଲେ । ସତର ବର୍ଷ ବୟସରେ ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କ ସହ ତାଙ୍କର ବିବାହ ସମ୍ପର୍ଣ୍ଣ ହୋଇଥିଲା । ତାପରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷାରେ ସ୍ନାତକୋତ୍ତର ଶିକ୍ଷା ଲାଭ କରି ବି.ଇ.ଡି. କରିଥିଲେ । "ଆଧୁନିକ ନାଟକ" ସନ୍ଧର୍ବରେ ଗବେଷଣା କରି ସେ ପିଏଚଡି ମଧ୍ୟ ଲାଭ କରିଛନ୍ତି ।[3] ସେ ଉତ୍କଳ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଓ କେନ୍ଦ୍ର ସାହିତ୍ୟ ଏକାଡେମୀର ଉପଦେଷ୍ଟା ଭାବରେ କାର୍ଯ୍ୟ କରିଛନ୍ତି ।[4]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.