![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/2/2e/Steve_Irwin.jpg/640px-Steve_Irwin.jpg&w=640&q=50)
ଷ୍ଟୀଭ ଇରୱିନ
From Wikipedia, the free encyclopedia
ଷ୍ଟିଫେନ ରବର୍ଟ ଇରୱିନ (୨୨ ଫେବୃଆରୀ ୧୯୬୨-୪ ସେପ୍ଟେମ୍ବର ୨୦୦୬), ଜଣେ ଅଷ୍ଟ୍ରେଲୀୟ ଚିଡିଆଘର ସଂଚାଳକ ତଥା ଟେଲିଭିଜନରେ କାର୍ଯ୍ୟକରୁଥିବା ବ୍ୟକ୍ତିତ୍ୱ ଭାବେ ଜଣାଶୁଣା । ଏହାଛଡା ସେ ଷ୍ଟୀଭ ଇରୱିନ ବା ଦ କ୍ରୋକଡାଇଲ ହଣ୍ଟର ନାମରେ ମଧ୍ୟ ପରିଚିତ । ଅନ୍ତରାଷ୍ଟ୍ରୀୟ ସ୍ତରରେ ବନ୍ୟଜୀବଙ୍କ ଉପରେ ନିର୍ମିତ ଏକ ଟେଲି ବୃତ୍ତଚିତ୍ର "ଦ କ୍ରୋକଡାଇଲ ହଣ୍ଟର"ରେ (୧୯୯୬-୨୦୦୭)[1] ତାଙ୍କରି ଆକର୍ଷଣୀୟ କାରନାମା ଯୋଗୁଁ ସେ ପ୍ରସିଦ୍ଧି ହାସଲ କରିଥିଲେ । ଏହି ଟେଲି ବୃତ୍ତଚିତ୍ରରେ ସେ ନିଜ ପତ୍ନୀ ଟେରୀଙ୍କ ସହ କାର୍ଯ୍ୟ କରିଥିଲେ । ସେ ଏବଂ ତାଙ୍କ ପତ୍ନୀ ଟେରୀଙ୍କ ଜୋଡି ସେତେବେଳେ ଅନେକ ଲୋକ ପ୍ରିୟ ବିଦେଶୀ ଟେଲି ଶୃଙ୍ଖଳା ଯଥା; କ୍ରୋକ ଫାଇଲସ (୧୯୯୯-୨୦୦୧), ଦ କ୍ରୋକୋଡାଇଲ ହଣ୍ତର ଡାଏରିଜ (୨୦୦୨-୨୦୦୬), ଓ ନିୟୁ ବ୍ରୀଡ ବେଟସ(2005)ରେ ମିଳିତ ଭାବେ କାର୍ଯ୍ୟ କରିଛନ୍ତି । ବ୍ରିସବେନର ରାଜଧାନୀ କୁଇନସଲ୍ୟାଣ୍ଡର ଉତ୍ତରରେ ପ୍ରାୟ ୨୬୦୦୦୦ ଫୁଟ ଉଚ୍ଚରେ ବୀରବାହରେ ଅବସ୍ଥିତ ଚିଡିଆଘରର ସଂଚାଳକ ଭାବେ କାର୍ଯ୍ୟ କରିଛନ୍ତି ।
ଷ୍ଟୀଭ ଇରୱିନ | |
---|---|
![]() ଅଷ୍ଟ୍ରେଲିଆ ଚିଡିଆଖାନାରେ ଷ୍ଟୀଭ ଇରୱିନ | |
ଜନ୍ମ | Stephen Robert Irwin (1962-02-22)୨୨ ଫେବୃଆରୀ ୧୯୬୨ Essendon, Victoria, ଅଷ୍ଟ୍ରେଲିଆ |
ମୃତ୍ୟୁ | ୪ ସେପ୍ଟେମ୍ବର ୨୦୦୬(2006-09-04) (ବୟସ ୪୪) ବାଟ୍ ରୀଫ, କୁଇନସଲ୍ୟାଣ୍ଡ, Australia |
ମୃତ୍ୟୁର କାରଣ | ହୃଦୟରେ ଆଘାତ |
ଜାତୀୟତା | ଅଷ୍ଟ୍ରେଲିଆ |
ଅନ୍ୟ ନାମ | "The Crocodile Hunter" |
ବୃତ୍ତି(ସମୂହ) | Naturalist, zoologist, conservationist, television personality, herpetologist |
ସକ୍ରିୟ ବର୍ଷ | 1991–2006 |
ଉଲ୍ଲେଖନୀୟ କୃତି | The Crocodile Hunter |
ବୈବାହିକ-ସାଥୀ | ଟେରୀ ଇରୱିନ |
ସନ୍ତାନ | Bindi Irwin Robert Irwin |
ପିତାମାତା(s) | ବବ୍ ଇରୱିନ ଲୀନ ଇରୱିନ |
ୱେବସାଇଟ | Australia Zoo |
ଦସ୍ତଖତ | |
![]() |
ମାତ୍ର ୪୪ ବର୍ଷ ବୟସରେ ସମୁଦ୍ର ପାଣି ଭିତରେ ଏକ ବୃତ୍ତ ଚିତ୍ରର ନିର୍ମଣ କରିବା ସମୟରେ ଷ୍ଟିଗ୍ରେ ବାର୍ବ ନାମକ ଏକ ବୃହଦକାୟ ମାଛର ଆକ୍ରମଣରେ ସେ ହୃତପିଣ୍ଡ ଆଘାତ ଜନିତ ମୃତ୍ୟୁବରଣ କରିଥିଲେ ।[2]