![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/3/3a/Mulagandhakuti.jpg/640px-Mulagandhakuti.jpg&w=640&q=50)
ଶ୍ରାବସ୍ତୀ
From Wikipedia, the free encyclopedia
ଶ୍ରାବସ୍ତୀ, ଉତ୍ତରପ୍ରଦେଶର ଗୋଁଡା ବହରାଇଚ ଜିଲ୍ଲା ସୀମାରେ ଅବସ୍ଥିତ । ଏହି ସହର ସହର ଅତିପ୍ରାଚୀନ ଏବଂ ପ୍ରଶିଦ୍ଧ ବୌଦ୍ଧ ଏବଂ ଜୈନ ତୀର୍ଥ ଥିଲା । ଗୋଁଡା ବଳରାମପୁରଠାରୁ ୧୨ ମୀଲ ପଶ୍ଚିମରେ ଥିବା ସହେତ-ମହେତକୁ ହିଁ ଶ୍ରାବସ୍ତୀ କୁହାଯାଏ । ଏହି ପୁରାତନ ସହର ବିଷୟରେ ଉଭୟ ଫାହିୟାନ୍ ଏବଂ ହୁଏନ୍ ସିୟାଗଁ ତାଙ୍କ ଭ୍ରମଣ ଗ୍ରନ୍ଥରେ ଲେଖିଛନ୍ତି । ପଞ୍ଚମ ଶତାବ୍ଦୀରେ ଫାହିୟାନ୍ ଭାରତ ଆସିଥିଲେ । ତାଙ୍କ ଭ୍ରମଣଗ୍ରନ୍ଥରେ ସେ ଏଠାରେ ପ୍ରାୟ ୨୦୦ ଘର ଥିବା ଲେଖିଛନ୍ତି କିନ୍ତୁ ସପ୍ତମ ଶତାବ୍ଦୀରେ ହୁଏନ୍ ସିୟାଗଁ ଭ୍ରମଣଗ୍ରନ୍ଥରେ ସହର ନିର୍ଜନ ହୋଇଯାଇଥିବା ଲେଖାଯାଇ ଅଛି ।
![Thumb image](http://upload.wikimedia.org/wikipedia/commons/thumb/2/26/Anathapindikastupa1.jpg/640px-Anathapindikastupa1.jpg)
![Thumb image](http://upload.wikimedia.org/wikipedia/commons/thumb/3/3a/Mulagandhakuti.jpg/640px-Mulagandhakuti.jpg)