![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/a/af/Deafness_and_hard_of_hearing_symbol.png/640px-Deafness_and_hard_of_hearing_symbol.png&w=640&q=50)
ଶ୍ରବଣହାନୀ
From Wikipedia, the free encyclopedia
ଶ୍ରବଣହାନୀ (ଇଂରାଜୀ ଭାଷାରେ Hearing loss) ବା ଶ୍ରବଣ ଶକ୍ତି ହ୍ରାସ, ବା ଶ୍ରବଣ ଦୁର୍ବଳତା ଏକ ଆଂଶିକ ବା ସମ୍ପୁର୍ଣ୍ଣ ଶୁଣିବା ଅକ୍ଷମତାକୁ ବୁଝାଏ | ବଧିର ବ୍ୟକ୍ତିମାନଙ୍କର କୌଣସି ଶୁଣିବା ଶକ୍ତି ନଥାଏ | [2] ଗୋଟିଏ କିମ୍ବା ଉଭୟ କାନରେ ଶ୍ରବଣ ଶକ୍ତି ହ୍ରାସ ହୋଇପାରେ | [2] ପିଲାମାନଙ୍କର ଏହି ସମସ୍ୟା ଥିଲେ ଭାଷା ଶିଖିବା କ୍ଷମତା ରହେ ନାହିଁ ଏବଂ ବୟସ୍କମାନଙ୍କ କ୍ଷେତ୍ରରେ ଏହା ସାମାଜିକ ମିଳାମିଶା ଏବଂ କାର୍ଯ୍ୟ କରିବାରେ ଅସୁବିଧା ସୃଷ୍ଟି କରିପାରେ | [4] ଶ୍ରବଣହାନୀ ଅସ୍ଥାୟୀ କିମ୍ବା ସ୍ଥାୟୀ ହୋଇପାରେ | ବୟସ ଜନିତ ଶ୍ରବଣହାନୀ ସାଧାରଣତଃ ଉଭୟ କାନକୁ ପ୍ରଭାବିତ କରିଥାଏ ଏବଂ କକ୍ଲିଆରେ ଥିବା କେଶ ହ୍ରାସ ହେତୁ ହୋଇଥାଏ | [5] କେତେକ ବ୍ୟକ୍ତି, ବିଶେଷକରି ବୟସ୍କ ବ୍ୟକ୍ତି ଶ୍ରବଣହାନୀ ଯୋଗୁ ଏକାକୀପଣ ଅନୁଭବ କରନ୍ତି | [2]
Hearing loss | |
---|---|
Hearing impaired, Hard of hearing; anakusis or anacusis is total deafness[1] | |
![]() The international symbol of deafness and hearing loss | |
ବିଭାଗ | Otorhinolaryngology, audiology |
ଲକ୍ଷଣ | Decreased ability to hear |
କାରଣ | Genetics, aging, exposure to noise, some infections, birth complications, trauma to the ear, certain medications or toxins[2] |
ରୋଗ ନିର୍ଣ୍ଣୟ ପଦ୍ଧତି | Hearing tests |
ପ୍ରତିକାର | Immunization, proper care around pregnancy, avoiding loud noise, avoiding certain medications[2] |
ଚିକିତ୍ସା | Hearing aids, sign language, cochlear implants, subtitles[2] |
ପୁନଃପୌନିକ | 1.33 billion / 18.5% (2015)[3] |
ଶ୍ରବଣହାନୀର ଅନେକ କାରକ ଅଛି, ଯେପରିକି ଅନୁବଂଶିକ, ବାର୍ଦ୍ଧକ୍ୟ, ଉଚ୍ଚ ସ୍ୱରର ଶବ୍ଦ ସଂସ୍ପର୍ଶ, କିଛି ସଂକ୍ରମଣ, ଜନ୍ମ ଜଟିଳତା, କାନରେ ଆଘାତ, ଏବଂ କିଛି ଔଷଧ କିମ୍ବା ବିଷାକ୍ତ ପଦାର୍ଥ ଯୋଗୁ ଶ୍ରବଣ ଶକ୍ତି ହ୍ରାସ ହୋଇପାରେ | [2] ସାଧାରଣତଃ ଦୀର୍ଘକାଳୀନ କାନ ସଂକ୍ରମଣ ଯୋଗୁ ଶ୍ରବଣହାନୀ ହୋଇଥାଏ | [2] ଗର୍ଭାବସ୍ଥାରେ ସାଇଟୋମେଗାଲୋଭାଇରସ, ସିଫିଲିସ୍ ଏବଂ ରୁବେଲା ସଂକ୍ରମଣ ଯୋଗୁ ଶିଶୁର ଶ୍ରବଣହାନୀ ହୋଇପାରେ। [2] [6] ଶୁଣିବା ପରୀକ୍ଷାରୁ ଜଣାପଡିଛି ଯେ ଜଣେ ବ୍ୟକ୍ତି ଅତି କମରେ ଗୋଟିଏ କାନରେ ୨୫ ଡେସିବେଲ ଶୁଣିବାକୁ ଅସମର୍ଥ ଥିଲେ ତାର ଶ୍ରବଣହାନୀ ଥିବା ନିର୍ଣ୍ଣୟ କରାଯାଏ । [2] ସମସ୍ତ ନବଜାତ ଶିଶୁଙ୍କର ଶ୍ରବଣ ସମସ୍ୟା ଚିହ୍ନଟ କରିବା ପାଇଁ ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି। [7] ଶ୍ରବଣହାନୀକୁ ମୃଦୁ (୨୫ରୁ ୪୦ ଡେସିବେଲ), ମଧ୍ୟମ (୪୧ରୁ ୫୫ ଡେସିବେଲ), ମଧ୍ୟମ-ଗମ୍ଭୀର (୫୬ରୁ ୭୦ ଡେସିବେଲ) , ଗମ୍ଭୀର (୭୧ରୁ ୯୦ ଡେସିବେଲ), କିମ୍ବା ଅତି ଗମ୍ଭୀର (୯୦ରୁ ଅଧିକ ଡେସିବେଲ) ଶ୍ରେଣୀଭୁକ୍ତ କରାଯାଏ । [2] ଶ୍ରବଣ ଶକ୍ତି ହ୍ରାସ ହେବାର ତିନୋଟି ମୁଖ୍ୟ ପ୍ରକାର ଅଛି ଯଥା କଣ୍ଡକ୍ଟିଭ, ସେନ୍ସୋରିଆଲ ବା ମିଶ୍ରିତ ଶ୍ରବଣହାନୀ | [8]
ପୃଥିବୀ ସ୍ତରରେ ଜନସ୍ୱାସ୍ଥ୍ୟ ପ୍ରତିରୋଧ ସାହାଯ୍ୟରେ ପ୍ରାୟ ଅଧା ଶ୍ରବଣ ଶକ୍ତି ହ୍ରାସ କରାଯାଇପାରିବ | [2] ପ୍ରତିରକ୍ଷଣ ବା ଇମମ୍ୟୁନାଇଜେସନ, ଗର୍ଭାବସ୍ଥାରେ ଉପଯୁକ୍ତ ଯତ୍ନ, ଉଚ୍ଚ ଶବ୍ଦରୁ ଦୂରେଇ ରହିବା ଏବଂ କେତେକ ଔଷଧରୁ ଦୂରେଇ ରହିଲେ ଏହାର ପ୍ରତିଷେଧ ହୋଇପାରିବ | [2] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପରାମର୍ଶ ଦେଇଛି ଯେ ଯୁବକମାନେ ଉଚ୍ଚ ସ୍ୱରର ନାଦ ଏବଂ ଅଡିଓ ପ୍ଲେୟାର ବ୍ୟବହାରକୁ ଦିନକୁ ଏକ ଘଣ୍ଟା ପର୍ଯ୍ୟନ୍ତ ସୀମିତ ରଖିବେ । ପିଲାମାନଙ୍କ କ୍ଷେତ୍ରରେ ଶୀଘ୍ର ଚିହ୍ନଟ ଏବଂ ସାହାଯ୍ୟ ବିଶେଷ ଗୁରୁତ୍ୱ ରଖିଥାଏ | [2] ଅନେକ ପିଲାଙ୍କ ନିମନ୍ତେ ଶ୍ରବଣ ଉପକରଣ, ସାଙ୍କେତିକ ଭାଷା, କକ୍ଲିଆ ପ୍ରତିରୋପଣ ଉପଯୋଗୀ | [2] ଓଠ-ପଠନ ଦକ୍ଷତା ବିକାଶ କଲେ ଉପଯୋଗୀ ହୁଏ | [2] ବିଶ୍ୱର ଅନେକ ସ୍ଥାନରେ ଶ୍ରବଣ ଉପକରଣଗୁଡ଼ିକର ଉପଲବ୍ଧି ସୀମିତ ଅଟେ | [2]
୨୦୧୩ ସୁଦ୍ଧା ପ୍ରାୟ ୧.୧ ବିଲିୟନ ଲୋକଙ୍କୁ କିଛି ମାତ୍ରାରେ ଶ୍ରବଣହାନୀ ପ୍ରଭାବିତ କରିଛି | [9] ଏହା ପ୍ରାୟ ୪୬୬ ନିୟୁତ ଲୋକଙ୍କର (ବିଶ୍ୱ ଜନସଂଖ୍ୟାର ୫%) ଅକ୍ଷମତା ଏବଂ ୧୨୪ ନିୟୁତ ଲୋକଙ୍କର ମଧ୍ୟମରୁ ଗୁରୁତର ଅକ୍ଷମତା ସୃଷ୍ଟି କରେ | [2] [10] [11] ମଧ୍ୟମରୁ ଗୁରୁତର ଅକ୍ଷମତା ଥିବା ଲୋକଙ୍କ ମଧ୍ୟରୁ ୧୦୮ ନିୟୁତ ଲୋକ ସ୍ୱଳ୍ପ ଏବଂ ମଧ୍ୟମ ଆୟକାରୀ ଦେଶରେ ବାସ କରନ୍ତି। [12] ପ୍ରାୟ ୬୫ ନିୟୁତ ଲୋକଙ୍କର ପିଲାଦିନରୁ ଶ୍ରବଣ ଶକ୍ତି ହରେଇବା ଆରମ୍ଭ ହୋଇଥାଏ | [13] ଯେଉଁମାନେ ସାଙ୍କେତିକ ଭାଷା ବ୍ୟବହାର କରନ୍ତି ଏବଂ ବଧିର ସଂସ୍କୃତିର ସଦସ୍ୟ ଅଟନ୍ତି ଓ ସେମାନେ ନିଜକୁ ଅସୁସ୍ଥତା ଅପେକ୍ଷା ଭିନ୍ନତା ଦେଖାନ୍ତି | ବଧିର ସଂସ୍କୃତିର ଅଧିକାଂଶ ସଦସ୍ୟ ବଧିରତାକୁ ଆରୋଗ୍ୟ କରିବାର ପ୍ରୟାସକୁ ବିରୋଧ କରନ୍ତି [14] ଏବଂ ଏହି ସମ୍ପ୍ରଦାୟର କିଛି ଲୋକ କୋକ୍ଲିୟର ପ୍ରତିରୋପଣକୁ ଚିନ୍ତା ସହିତ ଦେଖନ୍ତି କାରଣ ସେମାନଙ୍କର ସଂସ୍କୃତି ବିଲୋପ କରିବାର ସାମର୍ଥ୍ୟ ଅଛି | [15] ସାଧାରଣଃ 'ଶ୍ରବଣହାନୀ'କୁ ଏକ ନକାରାତ୍ମକ ଭାବରେ ଦେଖାଯାଏ କାରଣ ଏହାଦ୍ୱାରା ଲୋକମାନେ ଯାହା କରିପାରିବେ ନାହିଁ ତାହା ଉପରେ ଗୁରୁତ୍ୱାରୋପ ହୁଏ | [16]