ଶ୍ରୁତି ମହାପାତ୍ର (ଜନ୍ମ: ୨୯ ସେପ୍ଟେମ୍ବର ୧୯୬୩) ଜଣେ ଭାରତୀୟ ସମାଜସେବୀ । ସେ ଶାରିରୀକ ବିକଳାଙ୍ଗ ଥିବା ବ୍ୟକ୍ତିଙ୍କ ଅଧିକାର ଓ ଅନ୍ତର୍ନିହିତ ଗୁଣର ବିକାଶ ଦିଗରେ କାର୍ଯ୍ୟକରନ୍ତି ଓ ଏହି କାର୍ଯ୍ୟ ପାଇଁ "ସ୍ୱାଭିମାନ" ନାମକ ଏକ ଅଣଲାଭକାରୀ ସଂଗଠନ ଆରମ୍ଭ କରିଥିଲେ ।[1] ତାଙ୍କର ଏହି ଉଲ୍ଲେଖନୀୟ ଅବଦାନ ନିମନ୍ତେ ୨୦୨୧ରେ ଭାରତ ସରକାରଙ୍କ କେନ୍ଦ୍ର ମହିଳା ଓ ଶିଶୁକଲ୍ୟାଣ ମନ୍ତ୍ରଣାଳୟ ତାଙ୍କୁ ନାରୀ ଶକ୍ତି ପୁରସ୍କାର ପ୍ରଦାନ କରିଥିଲେ ।[2]

Thumb
2022

ଜୀବନୀ

ଶ୍ରୁତି ମହାପାତ୍ର ଓଡ଼ିଶାର କଟକଠାରେ ୧୯୬୩ ସେପ୍ଟେମ୍ବର ୨୯ରେ ଜନ୍ମଗ୍ରହଣ କରିଥିଲେ ।

ଶିକ୍ଷା

୧୯୭୮ରେ ସେ ସ୍ୱର୍ଣ୍ଣପଦକ ସହ ବିଜ୍ଞାନରେ ସ୍ନାତକୋତ୍ତର (ଏମଏସସି) ପାସ କରିଥିଲେ । ପରେ ସେ ଡେଭଲପମେଣ୍ଟାଲ‌ ବାୟୋଲୋଜିରେ ଡକ୍ଟରେଟ କରିଥିଲେ । ୧୯୮୪ ମସିହାରେ ୨୪ବର୍ଷ ବୟସରେ ସେ ସିଭିଲ‌ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ମଧ୍ୟ ଚାକିରୀରେ ଯୋଗଦାନ ଦେବାର ଅଳ୍ପ ଦିନ ପୂର୍ବରୁ ସେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଏହି ଦୁର୍ଘଟଣାରେ ତାଙ୍କର ଦୁଇଟି ଯାକ ଗୋଡ଼ ଅଚଳ ହୋଇଯାଇଥିଲା । ଏହା ଫଳରେ ତାଙ୍କୁ ଚାକିରୀରେ ଯୋଗଦେବା ପାଇଁ ସରକାର ମନା କରିଥିଲେ ।

ବୃତ୍ତି

୧୯୮୭ରୁ ୧୯୯୬ ପର୍ଯ୍ୟନ୍ତ ସେ ଓଡ଼ିଶା ସରକାରଙ୍କଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହେଉଥିବା ବିଦ୍ୟାର୍ଥୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମର ଫଳସ୍ୱରୂପ ପ୍ରାୟ ୩୦୦ ଜଣ ବିଦ୍ୟାର୍ଥୀ ସଫଳ ହେବା ସହ ବିଭିନ୍ନ ସରକାରୀ ସଂସ୍ଥା ଓ ଅନୁଷ୍ଠାନରେ ନିଜର ଚାକିରୀ ଜୀବନ ଆରମ୍ଭ କରିଥିଲେ ।

"ସ୍ୱାଭିମାନ" ଅନୁଷ୍ଠାନର ସ୍ଥାପନା

ସେ ୨୦୦୧ରେ ସ୍ୱାଭିମାନ ନାମକ ଏକ ଅଣଲାଭକାରୀ ଅନୁଷ୍ଠାନର ପ୍ରତିଷ୍ଠା କରିଥିଲେ । ଏହି ଅନୁଷ୍ଠାନ ଓଡ଼ିଶା ତଥା ଭାରତରେ ଶାରିରୀକ ବିକଳାଙ୍ଗତା ଥିବା ବ୍ୟକ୍ତିମାନଙ୍କ ଅଧିକାର ଓ ବିଭିନ୍ନ ଗୁଣର ବିକାଶ ନିମନ୍ତେ କାର୍ଯ୍ୟ କରେ । ସେ ଏହା ମାଧ୍ୟମରେ ୧୫ ବର୍ଷ ଧରି ଛୋଟ ଛୋଟ ଶାରିରୀକ ବିକଳାଙ୍ଗତା ଥିବା ପିଲାମାନଙ୍କ ଅନ୍ତର୍ନିହିତ ଗୁଣର ବିକାଶ ପାଇଁ "ଅଞ୍ଜଳି" ନାମକ ଏକ କାଯ୍ୟକ୍ରମ ଆୟୋଜନ କରି ଆସୁଛନ୍ତି ।[3]

ସମ୍ମାନ ଓ ପୁରସ୍କାର

୧୯୭୮ରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ କୃତି ଛାତ୍ରୀ ପୁରସ୍କାର ପାଇଥିଲେ । ୧୯୮୦, ୧୯୮୧ ଏବଂ ୧୯୮୨ ମସିହାରେ ତିନିଥର ସେ ରାଷ୍ଟ୍ରୀୟ ଡିବେଟ‌ ଚାମ୍ପିୟନ‌ ହୋଇଥିଲେ । ୧୯୮୪ ମସିହାରେ ୨୪ବର୍ଷ ବୟସରେ ସେ ସିଭିଲ‌ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ସେ ୧୯୯୨ ମସିହାରେ ରାଷ୍ଟ୍ରୀୟ ଯୁବ ବୈଜ୍ଞାନିକ ପୁରସ୍କାର, ୧୯୯୫ରେ "ଓମେନ‌ ଅଫ ଦ ଇୟର‌ ଆଓ୍ବାର୍ଡ", ୨୦୦୧ରେ ରେଡ କ୍ରସ‌ ଆଓ୍ବାର୍ଡ, ୨୦୧୦ରେ ସିଏନଏନ‌ - ଆଇବିଏନ‌ ରିୟଲ‌ ହିରୋ ସମ୍ମାନ,[4] ଏବଂ ୨୦୨୧ରେ ଭାରତ ସରକାରଙ୍କ କେନ୍ଦ୍ର ମହିଳା ଓ ଶିଶୁକଲ୍ୟାଣ ମନ୍ତ୍ରଣାଳୟ ତରଫରୁ ନାରୀ ଶକ୍ତି ପୁରସ୍କାର ପାଇଥିଲେ ।[2]

ଆଧାର

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.