ଓଡ଼ିଆ ଚିତ୍ରଶିଳ୍ପୀ From Wikipedia, the free encyclopedia
ଶୁଦ୍ଧସତ୍ତା ମିଶ୍ର (ଜନ୍ମ: ୦୯ ଜୁଲାଇ ୧୯୮୪) ଜଣେ ଓଡ଼ିଆ ଚିତ୍ରଶିଳ୍ପୀ ଓ ଆଇନଜୀବୀ ।[1]
ଶୁଦ୍ଧସତ୍ତା ମିଶ୍ର | |
---|---|
ଜନ୍ମ | ଭୁବନେଶ୍ୱର, ଓଡ଼ିଶା | ୯ ଜୁଲାଇ ୧୯୮୪
ଜାତୀୟତା | ଭାରତୀୟ |
ବିଭାଗ | ଚିତ୍ରଶିଳ୍ପୀ |
ପୁରସ୍କାର | "ମୋ ମାଟିର ମହକ ଫାଉଣ୍ଡେସନ ସମ୍ମାନ" |
ବେବସାଇଟ | www |
ଶୁଦ୍ଧସତ୍ତା ମିଶ୍ର ଓଡ଼ିଶାର ଭୁବନେଶ୍ୱରରେ ୧୯୮୪ ମସିହା ଜୁଲାଇ ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାତାଙ୍କ ନାମ ସଂଧ୍ୟାରାଣୀ ମିଶ୍ର ଓ ପିତାଙ୍କ ନାମ ରମାକାନ୍ତ ମିଶ୍ର ।
ସେ ୨୦୦୦ ମସିହାରେ ବିଦ୍ୟାଳୟ ଶିକ୍ଷା ସମାପ୍ତ କରି ଫୁଲବାଣୀ ସରକାରୀ କଲେଜରେ ଭର୍ତ୍ତି ହୋଇଥିଲେ । ମହାବିଦ୍ୟାଳୟ ଶିକ୍ଷା ଲାଭ କରିବା ପରେ ସେ ୟୁନିଭରସିଟି ଆଇନ ମହାବିଦ୍ୟାଲୟ, ଭୁବନେଶ୍ୱରରୁ ଆଇନରେ ସ୍ନାତକ ତଥା ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ।
ସ୍କୁଲରେ ପଢୁଥିବା ସମୟରୁ ସେ ଚିତ୍ରକଳାରେ ଆଗ୍ରହୀ ଥିଲେ । ସେ ଅଙ୍କନରେ କୌଣସି ନିର୍ଦ୍ଦିଷ୍ଟ ଧାରାକୁ ଅନୁସରଣ କରନ୍ତି ନାହିଁ । ପାରମ୍ପରିକ କଳାର ଏକ ସ୍ୱତନ୍ତ୍ର ମାଧ୍ୟମ ଭାବେ କପଡ଼ା ଉପରେ ସେ ଚିତ୍ର ଆଙ୍କିଥାନ୍ତି । ଏତଦ୍ ବ୍ୟତୀତ ଶାଢ଼ୀ ଉପରେ ମଧ୍ୟ ସେ ଚିତ୍ରପଟ୍ଟ ଆଙ୍କିଥାନ୍ତି ।[2]
ସେ ଭାଗ ନେଇ ଥିବା କିଛି ଉଲ୍ଲେଖନୀୟ ପ୍ରଦର୍ଶନୀ ମଧ୍ୟରୁ ଭୁବନେଶ୍ୱରସ୍ଥିତ ମଡ଼ର୍ଣ୍ଣ ଆର୍ଟ ଗ୍ୟାଲେରୀ ପରିସରରେ ଆୟୋଜିତ ୨୦୨୧ ଚିତ୍ରକଳା ପ୍ରଦର୍ଶନୀ ଓ ଧଉଳିରେ ଅନୁଷ୍ଠିତ ଆନ୍ତର୍ଜାତିକ କଳା ଶିବିର ଅନ୍ୟତମ ।[3]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.