ଏହା ଏକ ଗୋଷ୍ଠୀ ବିକାର ଯେଉଁଥିରେ କୌଣସି କଥାର ଗ୍ରହଣ, ସଂଗଠନ, ମନେରଖିବା, ବୁଝିବା କିମ୍ବା ବ୍ୟବହାର କରିବାର କ୍ଷ From Wikipedia, the free encyclopedia
ଶିକ୍ଷା ଅକ୍ଷମତା ( LDs ), ଯାହା ଶିକ୍ଷା ବିକାର ଭାବରେ ମଧ୍ୟ ଜଣାଶୁଣା, ଏକ ଗୋଷ୍ଠୀ ବିକାର ଯେଉଁଥିରେ କୌଣସି କଥାର ଗ୍ରହଣ, ସଂଗଠନ, ମନେରଖିବା, ବୁଝିବା କିମ୍ବା ବ୍ୟବହାର କରିବାର କ୍ଷମତା ପ୍ରଭାବିତ ହୋଇଥାଏ ।[7] ବୁଦ୍ଧି ସାଧାରଣତଃ ସାଧାରଣ ଥାଏ ।[7] ପିଲାଦିନେ ବିଦ୍ୟାଳୟରେ ଅସୁବିଧା ଭୋଗ କରିବାଠାରୁ ଆରମ୍ଭ ହୁଏ ।[7] ପ୍ରାୟ ୮୦% କ୍ଷେତ୍ରରେ ପଢ଼ିବା ଅକ୍ଷମତା (dyslexia) ଦେଖାଯାଏ ଯେଉଁଥିରେ ଗଣିତ ପାଠ ଅକ୍ଷମତା (dyscalculia), ଲେଖିବା ଅକ୍ଷମତା (dysgraphia) ଏବଂ ଅଣମୌଖିକ ଅକ୍ଷମତା ସହିତ ଅନ୍ୟାନ୍ୟ ପ୍ରକାରର ଶିକ୍ଷା ଅସୁବିଧା ହୋଇଥାଏ ।[7]
Learning disability | |
---|---|
Specific learning disorder,[1] learning difficulties,[2] developmental academic disorder,[3][4] developmental disorder of scholastic skills[4] knowledge acquisition disability,[4] learning disorder,[4] learning difference[5] | |
ବିଭାଗ | Psychiatry, neurology |
ଲକ୍ଷଣ | Difficulties in school[7] |
ଆକ୍ରାନ୍ତ ସମୟ | Childhood[7] |
ବିପଦ କାରକ | Family history, poverty, prematurity, alcohol[7] |
ସଠିକ ରୋଗ ନିର୍ଣ୍ଣୟ | Being disadvantaged, intellectual disability, hearing impairment, traumatic brain injury, ADHD[7][1] |
ପୁନଃପୌନିକ | ~10% of children[1] |
ଜେନେଟିକ ଏବଂ ପରିବେଶ କାରକମାନଙ୍କର ମିଶ୍ରଣ ଏହାର କାରଣ ବୋଲି ବିଶ୍ୱାସ କରାଯାଏ ।[7] ଶିଶୁ ବିକାଶ ସମୟରେ ପାରିବାରିକ ଦାରିଦ୍ର୍ୟ, ଅପରିପକ୍ୱତା, ନିକୋଟିନ କିମ୍ବା ମଦ୍ୟପାନ ସଂସ୍ପର୍ଶରେ ଆସିବା ଏହାର କାରଣ ହୋଇପାରେ ।[7] [1] ଅନ୍ତର୍ନିହିତ କାର୍ଯ୍ୟବିଧିରେ କିଛି ସ୍ନାୟୁଗତ ଥିବା ବିଶ୍ୱାସ କରାଯାଏ ।[7] ସମ୍ଭାବ୍ୟ କାରଣଗୁଡିକ ଯେପରି ବୌଦ୍ଧିକ ଅକ୍ଷମତା, ଶ୍ରବଣ ଦୁର୍ବଳତା, ମସ୍ତିଷ୍କ ଆଘାତ କିମ୍ବା ଧ୍ୟାନାଭାବ ଓ ଅତିସକ୍ରୟତା ବିକାର ବା ADHD ପରି ବେମାରୀ ନଥିବା ପ୍ରମାଣ ଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଇପାରେ । [7] [1]ଶିକ୍ଷା ଅକ୍ଷମତା (LDs) ପ୍ରାୟ ADHD, ଅଟିଜିମ୍, ଅବସାଦ, କିମ୍ବା ବିରୋଧୀ ଅବଜ୍ଞାକାରୀ ରୋଗ ଇତ୍ୟାଦି ସହିତ ଜଡିତ ଥାଇପାରେ ।[7]
ଶିକ୍ଷକ, ମନୋବିଜ୍ଞାନୀ ଏବଂ ଚିକିତ୍ସକଙ୍କ ସମୂହଙ୍କଦ୍ୱାରା ଏହାର ପରିଚାଳନା ସାଧାରଣତଃ କରାଯାଇପାରେ । [7] ବକ୍ତୃତା ଦେବା ଶିକ୍ଷା ସାହାଯ୍ୟରେ ପଢ଼ିବା ଅକ୍ଷମତା ଦୂର ହୋଇପାରେ ।[7] ଫିଜିଓଥେରାପି ସାହାଯ୍ୟରେ ଲେଖିବା ଅସୁବିଧା ଦୂର ହୋଇପାରେ ।[7] ସଂଯୁକ୍ତ ରୋଗଗୁଡ଼ିକର ମଧ୍ୟ ଚିକିତ୍ସା ଆବଶ୍ୟକ ହୋଇପାରେ । [7] ବିଶ୍ୱବ୍ୟାପୀ ପ୍ରାୟ ୫ରୁ ୧୫% ସ୍କୁଲ ବୟସର ପିଲାମାନେ ପ୍ରଭାବିତ ହୁଅନ୍ତି ।[7] [1] ପ୍ରାୟ ୪% ବୟସ୍କମାନେ ମଧ୍ୟ ପ୍ରଭାବିତ ହୋଇଥାଆନ୍ତି । [1] ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି । [1] ଦୀର୍ଘକାଳୀନ ପରିଣାମରେ ବେକାରୀ ଅନ୍ତର୍ଭୁକ୍ତ ହୋଇପାରେ ।[1]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.