ଏହି ରୋଗରେ ତଳ ପାଟିରେ ପ୍ରଦାହ ହୁଏ । From Wikipedia, the free encyclopedia
ଲୁଡୱିଗ ଆଞ୍ଜିନା ହେଉଛି ଏକ ପ୍ରକାର ଗମ୍ଭୀର ଧରଣର ସେଲୁଲାଇଟିସ୍ ଯାହା ପାଟିର ଚଟାଣରେ ହୁଏ । [4] ଅବସ୍ଥା ଦୃତ ଗତିରେ ଆରମ୍ଭ ହୋଇ ଶୀଘ୍ର ଖରପ ଦିଗକୁ ଗତି କରିଥାଏ । [4] ସାଧାରଣତଃ ଜ୍ୱର, ଫୁଲା ଜିଭ, ବେକ ଫୁଲିଯିବା, ଯନ୍ତ୍ରଣା ଏବଂ ଗିଳିବାରେ ଅସୁବିଧା ହୋଇଥାଏ ।[1] ପାଟିର ଚଟାଣ ପ୍ରାୟତ କଠିନ ହୁଏ ଏବଂ ପାଟି ଖୋଲିବାର କ୍ଷମତା ହ୍ରାସ ହୋଇଯାଏ ।[2] ଅବସ୍ଥା ଖରାପ ହେବା ସହିତ ଶ୍ୱାସକ୍ରିୟରେ ଅସୁବିଧା ହୋଇପାରେ ।[1] ଅନ୍ୟାନ୍ୟ ଜଟିଳତାରେ ମିଡିଆଷ୍ଟାଇନାଇଟିସ୍ ଏବଂ ଜୁଗୁଲାର୍ ଶିରା ଥ୍ରୋମ୍ବୋସିସ୍ ହୋଇପାରେ । [5]
Ludwig's angina | |
---|---|
Angina ludovici | |
ଲକ୍ଷଣ | Fever, pain, raised tongue, trouble swallowing, neck swelling[1] |
ଆକ୍ରାନ୍ତ ସମୟ | Rapid[1] |
ବିପଦ କାରକ | Dental infection, upper respiratory infection, mouth piercing, poor immune function, diabetes, alcoholism[2][1] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms and examination, CT scan[1] |
ଚିକିତ୍ସା | Antibiotics, corticosteroids, endotracheal intubation, tracheostomy, surgery[1][2] |
ପୁନଃପୌନିକ | Rare[3] |
ପ୍ରାୟ ୭୦% ରୋଗ, ଏକ ଦାନ୍ତ ସଂକ୍ରମଣରୁ ଆରମ୍ଭ ହୁଏ, ବିଶେଷତ ମୋଲାର ଦାନ୍ତରୁ, ଯଦିଓ ଏହା ଉପର ଶ୍ୱାସନଳୀ ସଂକ୍ରମଣରୁ ମଧ୍ୟ ହୋଇପାରେ ।[1] [2] ଅନ୍ୟ ବିପଦ କାରଣଗୁଡ଼ିକ ମଧ୍ୟରେ ପାଟି ଭିତର ଫୋଡ଼ି ହୋଇଯିବା, କମ୍ ରୋଗ ପ୍ରତିରୋଧକ କ୍ଷମତା, ମଧୁମେହ ଏବଂ ମଦ୍ୟପାନ ହୋଇପାରେ । [2] ଏହା ନିର୍ଦ୍ଦିଷ୍ଟ ଭାବରେ ସବମାଣ୍ଡିବୁଲାର, ସବମେଣ୍ଟାଲ୍ ଏବଂ ସବଲିଙ୍ଗୁଆଲ୍ ସ୍ଥାନରେ ହୋଇଥାଏ ଏବଂ ସାଧାରଣତଃ ଅନେକ ପ୍ରକାରର ଜୀବାଣୁ ଜଡ଼ିତ ଥାଆନ୍ତି ।[1] [2] ସାଧାରଣତଃ ଲକ୍ଷଣ ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଇଥାଏ ଓ ସିଟି ସ୍କାନଦ୍ୱାରା ସମର୍ଥିତ ହୋଇପାରେ ।[1]
ଉପଯୁକ୍ତ ଦାନ୍ତର ଯତ୍ନଦ୍ୱାରା ଏହି ରୋଗକୁ ପ୍ରତିରୋଧ କରିହୁଏ ।[6] ପ୍ରାରମ୍ଭିକ ଚିକିତ୍ସାରେ ସାଧାରଣତଃ ବ୍ରଡ-ସ୍ପେକ୍ଟ୍ରମ୍ ଆଣ୍ଟିବାୟୋଟିକ୍ ଏବଂ କର୍ଟିକୋଷ୍ଟେରଏଡ୍ ଦିଆଯାଏ ।[1] ରୋଗ ଆଗେଇ ଯାଇଥିଲେ ଏଣ୍ଡୋଟ୍ରାକିଆଲ ଇଣ୍ଟ୍ୟୁବେସନ୍ କିମ୍ବା ଟ୍ରାକିଓଷ୍ଟୋମି ଆବଶ୍ୟକ ହୋଇପାରେ ।[1] ଅନ୍ୟାନ୍ୟ ପଦକ୍ଷେପଗୁଡ଼ିକରେ ନେବୁଲାଇଜଡ୍ ଏପିନେଫ୍ରାଇନ୍ ଏବଂ ଅସ୍ତ୍ରୋପଚାର ଅନ୍ତର୍ଭୁକ୍ତ ହୋଇପାରେ ।[2] ମୃତ୍ୟୁ ହେବାର ଆଶଙ୍କା ପ୍ରାୟ ୮% ଥାଏ ଯଦିଓ ଚିକିତ୍ସା ବିନା ୫୦% ମୃତ୍ୟୁ ହୋଇପାରେ ।[2]
ଲୁଡୱିଗ ଆଞ୍ଜିନା ଏକ ବିରଳ ରୋଗ ଅଟେ ।[3] ଉଭୟ ଲିଙ୍ଗ ସମାନ ଭାବରେ ବାରମ୍ବାର ପ୍ରଭାବିତ ହୁଅନ୍ତି ।[7] ଏହାର ନାମ ଜର୍ମାନ ଚିକିତ୍ସକ ୱିଲହେଲମ ଫ୍ରେଡେରିକ ଭନ ଲୁଡୱିଗଙ୍କ ନାମରେ ନାମିତ, ଯିଏ ୧୮୩୬ ମସିହାରେ ଏହି ଅବସ୍ଥାକୁ ସ୍ପଷ୍ଟ ଭାବରେ ବର୍ଣ୍ଣନା କରିଥିଲେ ।[8] ତଥାପି ପ୍ରାୟ ଖ୍ରୀଷ୍ଟପୂର୍ବ ୪୦୦ରୁ ହିପୋକ୍ରେଟସଙ୍କ ସମୟରୁ ଏହି ରୋଗର ବର୍ଣ୍ଣନାଗୁଡ଼ିକ ଆରମ୍ଭ ହୋଇଥିଲା ।[5] ୧୯୪୦ ଦଶକରେ ଆଣ୍ଟିବାୟୋଟିକ୍ ଆସିବା ପରେ ରୋଗ ହାର ଏବଂ ମୃତ୍ୟୁ ହେବାର ଆଶଙ୍କା କମିଯାଇଥିଲା । [5]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.