ଏହା ଏକ ଆଣ୍ଟିବାୟୋଟିକ ଔଷଧ ଯାହା ସ୍ଟାଫିଲୋକୋକାଇ ଓ ସ୍ଟ୍ରେପ୍ଟୋକୋକାଇ ଜୀବାଣୁ ସଂକ୍ରମଣର ଚିକିତ୍ସା ପାଇଁ ବ୍ From Wikipedia, the free encyclopedia
ଲିଙ୍କୋମାଇସିନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଲିଙ୍କୋସିନ, ଏକ ଆଣ୍ଟିବାୟୋଟିକ ଔଷଧ ଯାହା ସ୍ଟାଫିଲୋକୋକାଇ ଓ ସ୍ଟ୍ରେପ୍ଟୋକୋକାଇ ଜୀବାଣୁ ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[1] ଅନ୍ୟ କୋଣସି ବିକଳ୍ପ ଔଷଧ ଉପଯୁକ୍ତ ନ ହେଲେ ଏହା ଅବଶେଷରେ ବ୍ୟବହାର କରିବାକୁ ସୁପାରିଶ କରାଯାଏ ।[1] ଏହା ମାଂସପେଶୀ କିମ୍ବା ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[1]
Clinical data | |
---|---|
Trade names | Lincocin, Biocine, others |
AHFS/Drugs.com | monograph |
MedlinePlus | a609005 |
Pregnancy category |
|
Routes of administration | IM/IV |
Legal status | |
Legal status |
|
Pharmacokinetic data | |
Bioavailability | N/A |
Elimination half-life | 5.4 ± 1.0 h after IM or IV administration |
Excretion | renal and biliary |
Identifiers | |
IUPAC name
| |
ECHA InfoCard | 100.005.296 |
Chemical and physical data | |
Formula | C18H34N2O6S |
Molar mass | ୪୦୬.୫୪ g·mol−1 |
3D model (JSmol) | |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ତରଲ ଝାଡ଼ା, ରାସ, ଗଲୁ, ମାଂସପେଶୀ ଯନ୍ତ୍ରଣା, କାନନାଦ ଏବଂ ବିଶ୍ୱ ଘୂର୍ଣ୍ଣନ ଭଳି ଅନୁଭବ ହୋଇପାରେ ।[1] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା, କ୍ଲୋସ୍ଟ୍ରିଡିଅମ ଡିଫିସିଲ ସଂକ୍ରମଣ, ପାନସାଇଟୋପେନିଆ ବା ନିମ୍ନ ରକ୍ତ କଣିକା ସ୍ତର ଏବଂ ଯକୃତ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ ।[1] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[1] ଏହା ଏକ ଲିଙ୍କୋସାମାଇଡ, ଯାହା କ୍ଲିଣ୍ଡାମାଇସିନ ତୁଳନାରେ ସମାନ କିନ୍ତୁ କମ୍ ପ୍ରଭାବଶାଳୀ ।[1]
୧୯୬୪ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଲିଙ୍କୋମାଇସିନ ଅନୁମୋଦିତ ହୋଇଥିଲା ।[1] ଯୁକ୍ତରାଷ୍ଟ୍ରରେ ୬୦୦ମିଗ୍ରା ବିଶିଷ୍ଟ ୧୦ ମାତ୍ରାର ମୂଲ୍ୟ ୨୦୨୧ ମସିହାର ୨୮୦ ଡଲାର ଥିଲା ।[2] ଏହା ଷ୍ଟ୍ରେପ୍ଟୋମାଇସେସ ଲିଙ୍କୋଲନେନସିସରୁ ତିଆରି ।[1]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.