ସମୁଦ୍ର From Wikipedia, the free encyclopedia
ଛାଞ୍ଚ:Infobox sea
ଲାକ୍ଷ୍ୟାଦ୍ୱୀପ ସମୁଦ୍ର , ଏକ ସମୁଦ୍ର ଜଳର ଅଞ୍ଚଳ ଯାହା ଭାରତ ( ଲକ୍ଷ୍ୟାଦ୍ୱୀପ ଦ୍ୱିପ ସମୂହ ସହ ), ଶ୍ରୀଲଙ୍କା ଓ ମାଲଦ୍ୱୀପ ତଟକୁ ଲାଗିଥିବା ଅଞ୍ଚଳକୁ ନେଇ ଅଛି । ଏହା ଭାରତୀୟ ରାଜ୍ୟ କେରାଲାର ପଶ୍ଚିମ ଦିଗରେ ଅବସ୍ଥିତ । ଏହି ସମୁଦ୍ର ଜଳ ବର୍ଷସାରା ସ୍ତିର ଓ ଉଷ୍ମ ରହିଥାଏ ଏବଂ ଏହା ସାମୁଦ୍ରିକ ଜୈବ ସମ୍ପଦରେ ଭରପୁର ଥାଏ । ଗଲ୍ଫ ଅଫ ମାନ୍ନାର ଏହାର ଏକ ଅଂଶ ବିଶେଷ ଓ କେବଳ ଏହି ଗଲ୍ଫରେ 3,600 ପ୍ରକାର ସାମୁଦ୍ରିକ ଜୈବ ରହିଥିବାର ଜଣାଯାଏ। ଏହାର ଟଟବର୍ତୀ ଇଲାକାରେ ଅଞ୍ଚଳରେ ତ୍ରୀଭାନ୍ଦ୍ରମ, କୋଚି , କଲମ୍ବୋ , କୁଇଲନ , ମାଲେ ପାରି ମୁଖ୍ୟ ସହର ରହିଛି ।
ଅନ୍ତର୍ଜାତିକ ହାଇଡ୍ରାଗ୍ରାଫିକ ସଂଗଠନ ଲାକ୍ଷ୍ୟାଦ୍ୱୀପ ସମୁଦ୍ରର ପରିସୀମାକୁ ଏହିପରି ବର୍ଣ୍ଣନା କରନ୍ତି ,
ପଶ୍ଚିମ ଦିଗରେ ଏହାର ଅବସ୍ଥିଟି (14°48′N 74°07′E) ଓ (13°42′N 72°10′E)
ଏଠାରେ ସମୁଦ୍ର ଜଳ ବର୍ଷ ସାରା ୨୬ ରୁ୨୮ ଡିଗ୍ରୀ ଯାଏ ରହିଥାଏ । ଶୀତକାଳୀନ ସମୟରେ ଏହା ସାମାନ୍ୟ କମ ହୋଇ ୨୫ ଡିଗ୍ରୀ ଯାଏ ଆସେ । ଲବଣାଂଶ ମଧ୍ୟ ଓ ଉତ୍ତରାଞ୍ଚଳରେ ସ୍ଥଳରେ ୩.୪ % ଥିବା ବେଳେ ଦକ୍ଷିଣାଞ୍ଚଳ ଏହା ୩.୫୫ % ରହିଥାଏ । ଏହାର ବେଳାଭୂମି ଅଞ୍ଚଳ ବାଲୁକାପୁର୍ଣ ଥିବାବେଳେ ଗଭୀର ଅଞ୍ଚଳ କର୍ଦମାକ୍ତ ରହେ । ଏହା ମଧ୍ୟରେ ବହୁ ସଂଖ୍ୟାରେ କୋରାଲ ରିଫ ଦେଖା ଯାଏ ।ଲାକ୍ଷ୍ୟାଦ୍ୱୀପ ଦ୍ୱୀପପୁଞ୍ଜ ଅଞ୍ଚଳରେ ୧୦୫ ପ୍ରକାରର କୋରାଲ ପ୍ରଜାତି ଦେଖାଯାଏ । .[1][2][3]
ଗଲ୍ଫ ଅଫ ମାନ୍ନାର ମୁକ୍ତା ଆହରଣ ପାଇଁ ବିଖ୍ୟାତ । ଏଠାରେ Pinctada radiata ଏବଂ Pinctada fucata ପ୍ରଜାତିର ମୁକ୍ତା ବିଗତ ୨୦୦୦ ବର୍ଷ ଧରି ମିଳୁଥିବା ଉଲ୍ଲେଖ ରହିଛି । Pliny the Elder (23–79) ଲେଖାରେ ଏଠାକାର ମୁକ୍ତକୁ ସବୁଠାରୁ ଉତ୍ତମ ଓ ପର୍ଯ୍ୟାପ୍ତ ବୋଲି କୁହାଯାଇଛି । [4][5] ବର୍ତ୍ତମାନ ବିଶ୍ୱର ବିଭିନ୍ନ ଅଞ୍ଚଳରେ ପ୍ରକୃତିକ ମୁକ୍ତା ଆହରଣ ବ୍ୟୟବହୁଳତା ଯୋଗୁ ଏହା ବନ୍ଧ ହେଇ ଯାଇଥିବା ବେଳେ ମାନ୍ନାରରେ ଏହାର ଆହରଣ ତଥାପି ସମ୍ଭବ ହେଇଆସୁଛି । [6][7] ଏଠାରୁ ବହୁଳ ପରିମାଣରେ ଶଙ୍ଖ ମଧ୍ୟ ଆହରଣ ହେଇଥାଏ । [6] [8][9]
ଏହି ଅଞ୍ଚଳରେ ବହୁଳ ପରିମାଣର ମାଛ ଧରା ଯାଇଥାଏ । ଏଠାରେ ବାର୍ଷିକ ୨,୦୦୦ରୁ ୫,୦୦୦ ଟନ ମାଛ ଧରାଯାଇଥାଏ । ଏହା ମଧ୍ୟରେ ଟୁନା , ଶାର୍କ , ଅଚେଲାଟା ,ଚିଙ୍ଗୁଡି ଆଦି ପ୍ରଧାନ । [1][10]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.