![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/8/81/Lakshmi_Sahgal.jpg/640px-Lakshmi_Sahgal.jpg&w=640&q=50)
ଲକ୍ଷ୍ମୀ ସହଗଲ
ଭାରତର ମହିଳା ସ୍ଵାଧୀନତା ସଂଗ୍ରାମୀ / From Wikipedia, the free encyclopedia
ଲକ୍ଷ୍ମୀ ସହଗଲ (୨୪ ଅକ୍ଟୋବର ୧୯୧୪ - ୨୩ ଜୁଲାଇ ୨୦୧୨) ଜଣେ ଭାରତୀୟ ନାରୀ ସ୍ୱାଧୀନତା ସଂଗ୍ରାମୀ । ୧୯୧୪ ମସିହା ଅକ୍ଟୋବର ମାସ ୨୪ ତାରିଖରେ ତତ୍କାଳୀନ ବ୍ରିଟିଶ ଶାସନାଧୀନ ଭାରତର ମାଡ୍ରାସଠାରେ ସେ ଜନ୍ମ ଗ୍ରହଣ କରିଥିଲେ। ମାତା ଏ.ଭି.ଅମୁକୁଟ୍ଟୀ ଥିଲେ ଜଣେ ସ୍ୱାଧୀନତାସଂଗ୍ରାମୀ ତଥା ସମାଜସେବୀ ଏବଂ ପିତା ଏସ. ସ୍ୱାମୀନାଥନ ଥିଲେ ମାଡ୍ରାସ ହାଇକୋର୍ଟର ଜଣେ ଓକିଲ । ପିଲାଦିନରୁ ଜାତି ପ୍ରଥାକୁ ବିରୋଧ କରି ସର୍ବପ୍ରଥମେ ସାମାଜିକ କୁପ୍ରଥା ବିରୋଧରେ ସଂଗ୍ରାମ ଆରମ୍ଭ କରିଥିଲେ । ସେ ଡ଼ାକ୍ତରୀ ଛାତ୍ରୀ ଥିଲାବେଳେ ମହାତ୍ମା ଗାନ୍ଧୀଙ୍କ ଆହ୍ୱାନରେ ଉଦ୍ୱୋଧ ହୋଇ ତାଙ୍କ ମାଆ ଓ ନିଜରଦାମୀ ଗହଣା ଓ ଲୁଗାପଟା ପୋଡ଼ି ଦେଇଥିଲେ, ଯାହାକି ତାଙ୍କ ପ୍ରତି ଏକ ପ୍ରେରଣା ସଦୃଶ ଥିଲା । ଲକ୍ଷ୍ମୀଙ୍କର ଉଦ୍ଦେଶ୍ୟ ଥିଲା ଜଣେ ଡ଼ାକ୍ତର ହୋଇ ଗରୀବ ଓ ନିରାଶ୍ରୟମାନଙ୍କୁ ସେବା କରିବା । ତେଣୁ ୧୯୩୮ ମସିହାରେ ମାଡ୍ରାସ କଲେଜରୁ ସେ ଏମ୍.ବି.ବି.ଏସ୍ ଡ଼ିଗ୍ରୀ ହାସଲ କରିଥିଲେ । ବର୍ଷକ ପରେ ସେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଉପରେ ଅଧ୍ୟୟନ କରି ଡ଼ିପ୍ଲୋମା ହାସଲ କରିଥିଲେ ।[2] ୧୯୪୦ରେ ଅଧିକ ପଢ଼ିବା ପାଇଁ ସିଙ୍ଗାପୁର ଯାଇଥିଲେ । ପରେ ସେଠାରେ ଏକ କ୍ଲିନିକ ପ୍ରତିଷ୍ଠାକରି ଭାରତୀୟ ଶ୍ରମିକଙ୍କ ସେବା କରୁଥିଲେ । ସେଠାରେ ରହି ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ଭୂମିକା ଗ୍ରହଣକରିଥିଲେ ।
ଲକ୍ଷ୍ମୀ ସହଗଲ (ସେହଗଲ) | |
---|---|
![]() କ୍ୟାପଟେନ ଲକ୍ଷ୍ମୀ ସହଗଲ | |
ଜନ୍ମ | (1914-10-24)୨୪ ଅକ୍ଟୋବର ୧୯୧୪ ମଲାବାର, ମାଡ୍ରାସ ପ୍ରେସିଡେନ୍ସୀ, ବ୍ରିଟିଶ ଭାରତ |
ମୃତ୍ୟୁ | ୨୩ ଜୁଲାଇ ୨୦୧୨(2012-07-23) (ବୟସ ୯୭) କାନପୁର, ଉତ୍ତର ପ୍ରଦେଶ, ଭାରତ |
ମୃତ୍ୟୁର କାରଣ | ହୃଦଘାତ[1] |
ଅନ୍ୟ ନାମ | କ୍ୟାପଟେନ ଲକ୍ଷ୍ମୀ ସେହଗଲ |
ପ୍ରସିଦ୍ଧି | କ୍ରାନ୍ତିକାରୀ, ସ୍ୱାଧୀନତା ସଂଗ୍ରାମୀ |
ବୈବାହିକ-ସାଥୀ(s) | ପି.କେ.ଏନ. ରାଓ ( - 1940) ପ୍ରେମ କୁମାର ସହଗଲ (1947–1992) (his death) |
ସନ୍ତାନ | ଶୁଭାସିନୀ ଅଲ୍ଲୀ,ଅନିସା ପୁରି |