ରୋହିଙ୍ଗିଆ ଗଣହତ୍ୟା
From Wikipedia, the free encyclopedia
ରୋହିଙ୍ଗିଆ ହତ୍ୟାକାଣ୍ଡ ରୋହିଙ୍ଗିଆ ମୁସଲମାନ ଲୋକଙ୍କ ବିରୋଧରେ ମିଆଁମାର (ପୂର୍ବତନ ବର୍ମା) ସରକାରଙ୍କଦ୍ୱାରା ଲାଗିରହିଥିବା ଅତ୍ୟାଚାରସମୂହ । ଆଜି ପର୍ଯ୍ୟନ୍ତ ଏହି ଗଣହତ୍ୟା ଦୁଇଟି ପର୍ଯ୍ୟାୟରେ ହୋହିଛି: ପ୍ରଥମଟି ୨୦୧୬ ଅକ୍ଟୋବରରୁ ୨୦୧୭ ଜାନୁଆରୀ ପର୍ଯ୍ୟନ୍ତ ହୋଇଥିଲା ଏବଂ ଦ୍ୱିତୀୟଟି ୨୦୧୭ ଅଗଷ୍ଟରୁ ଚାଲିଆସିଛି । ଏହି ସଙ୍କଟ ଏକ ମିଲିଅନରୁ (୧୦ ଲକ୍ଷ) ଅଧିକ ରୋହିଙ୍ଗିଆଙ୍କୁ ଅନ୍ୟ ଦେଶସବୁକୁ ପଳାୟନ କରିବାକୁ ବାଧ୍ୟ କରିଥିଲା । ଅଧିକାଂଶ ବଙ୍ଗଳାଦେଶକୁ ପଳାୟନ କରିବା ବେଳେ ଅନ୍ୟମାନେ ଭାରତ, ଥାଇଲାଣ୍ଡ, ମାଲେସିଆ ଏବଂ ଦକ୍ଷିଣ ଏବଂ ଦକ୍ଷିଣପୂର୍ବ ଏସିଆର ଅନ୍ୟ ଭାଗକୁ ପଳାଇଗଲେ ।
ତାରିଖ | 9 ଅକ୍ଟୋବର 2016 (2016-10-09) – ଜାନୁଆରୀ ୨୦୧୭ 25 ଅଗଷ୍ଟ 2017 (2017-08-25) – ବର୍ତ୍ତମାନ |
---|---|
ଅବସ୍ଥିତି | ରାଖାଇନ ରାଜ୍ୟ, ମିଆଁମାର |
କାରଣ |
|
ଫଳାଫଳ |
|
ମୃତ୍ୟୁ | ୧,୦୦୦+ (୨୦୧୬–୨୦୧୭)[2][3] ୨୪,୦୦୦+ (୨୦୧୭–୨୦୧୮)[4] [ଆଧାର ଲୋଡ଼ା] (୨୦୧୯-ବର୍ତ୍ତମାନ) |
ରୋହିଙ୍ଗିଆମାନଙ୍କର ମିଆଁମାରରୁ ପଳାୟନ କରିବାର ସବୁଠାରୁ ବଡ଼ ଜୁଆର ୨୦୧୭ରେ ଆରମ୍ଭ ହୋଇଥିଲା ଏବଂ ଏହା ଥିଲା ଭିଏତନାମ ଯୁଦ୍ଧ ପରଠାରୁ ଏସିଆରେ ହୋଇଥିବା ବିଶାଳତମ ମାନବ ବିସ୍ଥାପନ ।[5] ୨୦୧୬ର ରୋହିଙ୍ଗିଆ ଲୋକଙ୍କ ଉପରେ ସାମରିକ ଆକ୍ରମଣକୁ ମିଳିତ ଜାତିସଂଘ (ଯାହା ସମ୍ଭାବ୍ୟ "ମାନବିକତା ବିରୋଧରେ ଅପରାଧ" ବୋଲି ଉଲ୍ଲେଖ କରିଥିଲା), ମାନବ ଅଧିକାର ଗୋଷ୍ଠୀ ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ, ଆମେରିକାର ରାଜ୍ୟ ବିଭାଗ, ଏବଂ ବଙ୍ଗଳାଦେଶ ତଥା ମାଲେସିଆ ସରକାର ଭଳି ପଡ଼ୋଶୀ ସରକାର ଆଦି ସମାଲୋଚନା କରିଥିଲା । ବର୍ମୀୟ ନେତା ଏବଂ ଜାତୀୟ ପରାମର୍ଶଦାତା (ସରକାରୀ ମୁଖ୍ୟ) ଏବଂ ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ଅଙ୍ଗ ସାନ ସୁ କିଙ୍କୁ ଏହି ପ୍ରସଙ୍ଗରେ ତାଙ୍କର ନିଷ୍କ୍ରିୟତା ଓ ନୀରବତା ପାଇଁ ସମାଲୋଚନା କରାଯାଇଛି ।[6][7][8][9][10] ସେ ଏହି ସାମରିକ ଅପବ୍ୟବହାରକୁ ରୋକିବା ପାଇଁ କିଛି କରିନାହାଁନ୍ତି । ତାଙ୍କ ନେତୃତ୍ୱରେ ମିଆଁମାର ସାମ୍ବାଦିକମାନଙ୍କୁ ଦଣ୍ଡଦେବା ମଧ୍ୟ ସମାଲୋଚିତ ହୋଇଛି ।[11]
୨୦୧୬ର ଶେଷଭାଗରେ ମିଆଁମାରର ସଶସ୍ତ୍ର ବାହିନୀ ଏବଂ ପୋଲିସ ଦେଶର ଉତ୍ତର-ପଶ୍ଚିମ ଅଞ୍ଚଳରେ ଥିବା ରାଖାଇନ ରାଜ୍ୟରେ ରୋହିଙ୍ଗିଆମାନଙ୍କ ଉପରେ ଏକ ପ୍ରମୁଖ ଆକ୍ରମଣ ଆରମ୍ଭ କରିଥିଲେ । ବର୍ମୀୟ ସେନା ବିରୋଧରେ ମିଳିତ ଜାତିସଂଘର ବିଭିନ୍ନ ଏଜେନ୍ସି, ଆନ୍ତର୍ଜାତିକ ଅପରାଧ ନ୍ୟାୟାଳୟ ଅଧିକାରୀଗଣ, ମାନବ ଅଧିକାର ଗୋଷ୍ଠୀସମୂହ, ସାମ୍ବାଦିକଗଣ ଏବଂ ଆମେରିକା ସମେତ ଅନ୍ୟାନ୍ୟ ସରକାରସମୂହ ଜାତିଭିତ୍ତିକ ହତ୍ୟାକାଣ୍ଡ ଏବଂ ଗଣହତ୍ୟା ଅଭିଯୋଗ କରିଛନ୍ତି ।[12][13][14][15][16][17] ମିଳିତ ଜାତିସଂଘ[18][19][20] ଅଣଆଇନଗତ ହତ୍ୟା ସମେତ ବ୍ୟାପକ ମାନବ ଅଧିକାର ଉଲ୍ଲଙ୍ଘନର ପ୍ରମାଣ ପାଇଥିଲା: ଗଣଧର୍ଷଣ; ରୋହିଙ୍ଗିଆ ଗ୍ରାମଗୁଡ଼ିକରେ ଅଗ୍ନିକାଣ୍ଡ, ବ୍ୟବସାୟସମୂହ ଏବଂ ବିଦ୍ୟାଳୟଗୁଡ଼ିକର ଅଗ୍ନିକାଣ୍ଡ, ଏବଂ ଶିଶୁହତ୍ୟା । ଏସବୁକୁ ବର୍ମୀୟ ସରକାର "ଅତିରଞ୍ଜନ" ବୋଲି ପ୍ରତ୍ୟାଶିତ ମନା କରିଛନ୍ତି ।[21][22]
ବଙ୍ଗଳାଦେଶର କକ୍ସ ବଜାରରେ ଥିବା ମୋଟ ୩,୩୨୧ ରୋହଙ୍ଗିଆ ଶରଣାର୍ଥୀ ପରିବାରକୁ ନେଇ କରାଯାଇଥିବା ସର୍ବେକ୍ଷଣ ଆଧାରରେ ପରିସଂଖ୍ୟାନକୁ ବ୍ୟବହାର କରି ୨୦୧୮ ଜାନୁଆରୀରେ ଅନୁମାନ କରାଯାଇଥିଲା ଯେ ସାମରିକ ଏବଂ ସ୍ଥାନୀୟ ରାଖାଇନ ବୌଦ୍ଧମାନେ ଅତି କମରେ ୨୪,୦୦୦ ରୋହିଙ୍ଗିଆ ଲୋକଙ୍କୁ ହତ୍ୟା କରିଥିଲେ ଏବଂ ୧୮,୦୦୦ ରୋହିଙ୍ଗିଆ ମୁସଲିମ ମହିଳା ଏବଂ ଝିଅମାନଙ୍କୁ ଗଣଧର୍ଷଣ ଏବଂ ଅନ୍ୟାନ୍ୟ ପ୍ରକାରର ଯୌନ ହିଂସା କରିଥିଲେ । ଏଥି ସହିତ ୧୧୬,୦୦୦ ରୋହିଙ୍ଗିଆଙ୍କୁ ପିଟାଯାଇଥିଲା ଏବଂ ୩୬,୦୦୦ଜଣଙ୍କୁ ନିଆଁରେ ଫିଙ୍ଗିଦିଆଯାଇଥିଲା ।[23][4][24][25][26][27]
ସାମରିକ କାର୍ଯ୍ୟକଳାପ ବହୁ ସଂଖ୍ୟାରେ ରୋହିଙ୍ଗିଆ ଲୋକଙ୍କୁ ବିସ୍ଥାପିତ କରି ଏକ ଶରଣାର୍ଥୀ ସଙ୍କଟକୁ ବଢ଼ାଇଥିଲା । ମିଳିତ ଜାତିସଂଘ ରିପୋର୍ଟ ଅନୁସାରେ ୭,୦୦,୦୦୦ରୁ ଅଧିକ ରୋହିଙ୍ଗିଆ ଲୋକ ପଳାୟନ କରିଥିଲେ କିମ୍ବା ସେମାନଙ୍କୁ ରାଖାଇନ ରାଜ୍ୟରୁ ବାହାର କରିଦିଆଯାଇଥିଲା ଏବଂ ସେମାନେ ୨୦୧୮ ସେପ୍ଟେମ୍ବର ପର୍ଯ୍ୟନ୍ତ ପଡ଼ୋଶୀ ବଙ୍ଗଳାଦେଶରେ ଆଶ୍ରୟ ନେଇଥିଲେ । ୨୦୧୭ ଡିସେମ୍ବରରେ ଇନ ଦିନ ହତ୍ୟାକାଣ୍ଡକୁ ଖବର ସଂଗ୍ରହ କରୁଥିବା ଦୁଇଜଣ ରୟଟର୍ସ ସାମ୍ବାଦିକଙ୍କୁ ଗିରଫ କରି କାରାଗାରରେ ବନ୍ଦୀ କରାଯାଇଥିଲା । ୨୦୧୮ ନଭେମ୍ବରରେ ମିଆଁମାର ବଙ୍ଗଳାଦେଶର କ୍ୟାମ୍ପରୁ ୨,୦୦୦ ରୋହିଙ୍ଗିଆ ଶରଣାର୍ଥୀଙ୍କୁ ଗ୍ରହଣ କରିବାକୁ ପ୍ରସ୍ତୁତ ବୋଲି ବୈଦେଶିକ ସଚିବ ମିଣ୍ଟ ଥୁ ସାମ୍ବାଦିକମାନଙ୍କୁ କହିଥିଲେ ।[28]