From Wikipedia, the free encyclopedia
ରୋଟେଟର କଫ ବିଦାରଣ ଏକ ପ୍ରକାର ଆଘାତର ନାମ ଯେଉଁଥିରେ କାନ୍ଧରେ (shoulder) ଥିବା ରୋଟେଟର କଫରେ rotator cuff ସଂଯୁକ୍ତ ହୋଇଥିବା ମାଂସପେଶୀମାନଙ୍କର (muscles) ପେଶିରଜ୍ଜୁ (tendon) ବିଦୀର୍ଣ୍ଣ ହୋଇଥାଏ । [4] ଏଥିରେ କାନ୍ଧ ଯନ୍ତ୍ରଣା (shoulder pain) ସହିତ ଦୁର୍ବଳ ଲାଗେ । [1] ଏହି ଅସୁବିଧା ଯୋଗୁ ମୁଣ୍ଡ କୁଣ୍ଡେଇବା ଓ ପୋଷାକ ପିନ୍ଧିବାରେ ଅସୁବିଧା ହୁଏ ।[4] କାନ୍ଧ ନ ଚଳେଇଲେ ମଧ୍ୟ କିଛି କ୍ଲିକ ଶବ୍ଦ ହୋଇପାରେ । [4]
ରୋଟେଟର କଫ ବିଦାରଣ Rotator cuff tear | |
---|---|
Rotator cuff injury | |
ବିଭାଗ | ଅସ୍ଥିଶଲ୍ୟ ବିଜ୍ଞାନ (Orthopedics) |
ଲକ୍ଷଣ | କାନ୍ଧ ଯନ୍ତ୍ରଣା, ଦୌର୍ବଲ୍ୟ [1] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ, ଶାରୀରିକ ପରୀକ୍ଷା (examination), ମେଡିକାଲ ଇମେଜିଙ୍ଗ (medical imaging)[2] |
ସଠିକ ରୋଗ ନିର୍ଣ୍ଣୟ | ସବଆକ୍ରୋମିଆଲ ବର୍ସାଇଟିସ (Subacromial bursitis), ରୋଟେଟର କଫ ଟେଣ୍ଡିନାଇଟିସ (rotator cuff tendinitis), ଇମ୍ପିଞ୍ଜମେଣ୍ଟ ସିଣ୍ଡ୍ରୋମ (impingement syndrome)[1][3] |
ଚିକିତ୍ସା | ଯନ୍ତ୍ରଣା ନିବାରକ (Pain medication), ନିର୍ଦ୍ଦିଷ୍ଟ ବ୍ୟାୟାମ, ଅପରେଶନ [1] |
ପୁନଃପୌନିକ | ସାଧାରଣ[2] |
କାନ୍ଧରେ ହଠାତ ଆଘାତ ଲାଗିଲେ ବା ସମୟକ୍ରମେ ଅଳ୍ପ ଅଳ୍ପ ହୋଇ ଆଘାତ ଲାଗିଲେ ଏହି ରୋଗ ହୁଏ ।[2] ଧୁମ୍ରପାନ, ଏହି ରୋଗର ପାରିବାରିକ ଇତିହାସ ଥଲେ ଓ ପୁନଃପୌନିକ ବ୍ୟବହାର ହେଲେ ରୋଗ ସଙ୍କଟ ସୃଷ୍ଟି ହୁଏ ।[2][1][5] ଲକ୍ଷଣ, ଶାରୀରିକ ପରୀକ୍ଷା (examination) କରି ରୋଗ ନିର୍ଣ୍ଣୟ କରାଯିବା ପରେ ମେଡିକାଲ ଇମେଜିଙ୍ଗ (medical imaging) କରି ନିଶ୍ଚିତ କରାଯାଏ ।[2] ରୋଟେଟର କଫ୍ରେ ମିଶିଥିବା ମାଂସପେଶୀମାନଙ୍କର ନାମ ଯଥାକ୍ରମେ ସୁପ୍ରାସ୍ପାଇନାଟସ (supraspinatus), ଇନଫ୍ରାସ୍ପାଇନାଟସ (infraspinatus), ଟିରିସ ମାଇନର (teres minor) ଓ ସବସ୍କାପୁଲାରିସ (subscapularis) ।[1] ସୁପ୍ରାସ୍ପାଇନାଟସ ସବୁଠାରୁ ଅଧିକ ପ୍ରଭାବିତ ହୁଏ । [2]
ଯନ୍ତ୍ରଣା ନିବାରଣ ନିମନ୍ତେ ଏନଏସଏଆଇଡି (NSAIDs) ଭଳି ଔଷଧ ଦିଆଯାଏ ଓ ବ୍ୟାୟାମ କରିବାକୁ ଉପଦେଶ ଦିଆଯାଏ ।[1] ୨ ସପ୍ତାହ ଚିକିତ୍ସା ପରେ ବାହୁ ୯୦% ଉଠେଇନପାରିଲେ ରୋଗୀର ଅଧିକ ଅନୁଶୀଳନ ଆବଶ୍ୟକ ହୁଏ ।[6] କେତେକ ସ୍ଥଳରେ ଅପରେଶନ ଆବଶ୍ୟକ ହୁଏ ।[1] ଏହା ଏକ ସାଧାରଣ ରୋଗ । [2] ଚାଳିଶ ବର୍ଷ ପରେ ଏହି ରୋଗ ହୁଏ ।[2] ୧୮୦୦ ଶତାବ୍ଦୀରୁ ଏହି ରୋଗର ବର୍ଣ୍ଣନା ଅଛି ।[7]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.