![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/9/9b/Nephrocalcinosis.jpg/640px-Nephrocalcinosis.jpg&w=640&q=50)
ରେନାଲ ଟ୍ୟୁବୁଲାର ଏସିଡୋସିସ
ଏହି ରୋଗରେ ବୃକ୍କ ସାଧାରଣ ଭାବରେ କାର୍ଯ୍ୟ କରିବା ସତ୍ତ୍ୱେ ମୂତ୍ରକୁ ସଠିକ୍ ଭାବରେ ଅମ୍ଳ କରିବାରେ ବୃକ୍କ ବି / From Wikipedia, the free encyclopedia
ରେନାଲ ଟ୍ୟୁବୁଲାର ଏସିଡୋସିସ ( RTA ) ରୋଗରେ ବୃକ୍କ ସାଧାରଣ ଭାବରେ କାର୍ଯ୍ୟ କରିବା ସତ୍ତ୍ୱେ ମୂତ୍ରକୁ ସଠିକ୍ ଭାବରେ ଅମ୍ଳ କରିବାରେ ବୃକ୍କ ବିଫଳ ହେବା ହେତୁ ଶରୀରରେ ଏସିଡ ପରିମାଣ ବୃଦ୍ଧିପ୍ରାପ୍ତ ହୁଏ ।[3] [2] ଅଧିକାଂଶ ସମୟରେ କୌଣସି ଲକ୍ଷଣ ଦେଖା ନ ଗଲେ ମଧ୍ୟ ନିର୍ଜଳନ, ଦୁର୍ବଳତା କିମ୍ବା ମାନସିକ ଦ୍ୱନ୍ଦ୍ୱ ହୋଇପାରେ । [1][2] ଚିକିତ୍ସା ବିନା ରୋଗ ଜଟିଳ ହୋଇ ବୃକ୍କ ପଥର ରୋଗ, କମ୍ (ହାଇପୋକାଲେମିଆ) କିମ୍ବା ଅଧିକ ପୋଟାସିୟମ (ହାଇପରକାଲେମିଆ), ରିକେଟ କିମ୍ବା ଓଷ୍ଟିଓମାଲାସିଆ ଭଳି ହାଡର ଅସ୍ୱାଭାବିକତା ଦେଖାଯାଏ ଏବଂ କିଡନୀ ବିଫଳତା ମଧ୍ୟ ହୋଇପାରେ ।[3][4]
![]() | |
ବିଭାଗ | Nephrology |
---|---|
ଲକ୍ଷଣ | None, dehydration, weakness, confusion[1][2] |
କାରଣ | Lupus, multiple myeloma, diabetic kidney disease, certain medications, following a kidney transplant[2] |
ରୋଗ ନିର୍ଣ୍ଣୟ ପଦ୍ଧତି | Metabolic acidosis with a normal anion gap, high blood chloride, and normal glomerular filtration rate[3] |
ଚିକିତ୍ସା | Depends on the cause and type[2] |
ପୁନଃପୌନିକ | Uncommon[2] |
ଜୀବନରେ ପରବର୍ତ୍ତୀ ସମୟରେ ଏହି ରୋଗ ଅଧିକ ପ୍ରାପ୍ତ ହୁଏ ଏବଂ ସାଧାରଣତଃ ପିତାମାତାଙ୍କଠାରୁ ଉତ୍ତରାଧିକାରୀ ସୂତ୍ରରେ କିଛି ଲୋକଙ୍କୁ ମିଳିଥାଏ ।[2] ଅନ୍ୟ କେତେକ କାରଣ ମଧ୍ୟରେ ସିସ୍ଟମିକ ଲୁପସ୍ ଏରିଦେମାଟୋସସ୍, ଏକାଧିକ ମଲ୍ଟିପ୍ଲ ମାୟେଲୋମା, ମଧୁମେହ ସମ୍ବନ୍ଧୀୟ ବୃକ୍କ ରୋଗ, କିଛି ଔଷଧ ଏବଂ ବୃକ୍କ ପ୍ରତିରୋପଣ ହୋଇପାରେ ।[2] ଏହି ରୋଗର ଚାରୋଟି ପ୍ରକାର ଅଛି: ଟାଇପ୍ ୧ (ଡିଷ୍ଟାଲ୍) ପରିସ୍ରା ମଧ୍ୟରେ ହାଇଡ୍ରୋଜେନ ଆୟନ ମୁକ୍ତ କରିବାରେ ବିଫଳତା, ଟାଇପ୍ 2 (ପ୍ରକ୍ସିମାଲ୍) ପରିସ୍ରାରୁ ବାଇକାର୍ବୋନାଟ ପୁନଃ ଅବଶୋଷଣ କରିବାରେ ବିଫଳତା, ଟାଇପ୍ ୨ ପ୍ରଥମ ଦୁଇଟିର ମିଶ୍ରଣ ଏବଂ ଟାଇପ୍ ୪ରେ ଆଲଡୋଷ୍ଟେରନ୍ ପ୍ରତି କମ୍ କିମ୍ବା ଅଧିକପ୍ରତିରୋଧ ହେତୁ ହୋଇଥାଏ ।[2] ମେଟାବୋଲିକ୍ ଏସିଡୋସିସ୍ ସହିତ ସାଧାରଣ ଆୟନ ଫାଙ୍କା, ଉଚ୍ଚ ରକ୍ତ କ୍ଲୋରାଇଡ୍ ଏବଂ ସାଧାରଣ ଗ୍ଲୋମେରୁଲାର ଫିଲ୍ଟରେସନ୍ ହାର ଥିଲେ ରେନାଲ ଟ୍ୟୁବଲାର ଏସିଡୋସିସ ରୋଗ ନିର୍ଣ୍ଣୟ କରାଯାଏ । [3]
କାରଣ ଉପରେ ଚିକିତ୍ସା ନିର୍ଭର କରେ ।[2] ଟାଇପ ୧ ଏବଂ ଟାଇପ ୨ ପ୍ରକାରର ଚିକିତ୍ସାରେ ସୋଡିୟମ୍ ବାଇକାର୍ବୋନେଟ୍ କିମ୍ବା ପୋଟାସିୟମ୍ ସାଇଟ୍ରେଟ୍ ଗ୍ରହଣ କରାଯାଇପାରେ ।[2] ଫସଫେଟ୍ ଏବଂ ଭିଟାମିନ୍ ଡି ପରିପୂରକ ମଧ୍ୟ ଆବଶ୍ୟକ ହୋଇପାରେ ।[2] ଫ୍ଲୁଡ୍ରୋକର୍ଟିଜୋନ ଔଷଧ ଦେଇ କିମ୍ବା ପୋଟାସିୟମ ଖାଦ୍ୟ ଓ ଡାଇୟୁରେଟିକ୍ ସୀମିତ କରି ଟାଇପ୍ ୪ ରୋଗର ଚିକିତ୍ସା କରାଯାଇପାରେ ।[2] ରେନାଲ୍ ଟ୍ୟୁବୁଲାର୍ ଏସିଡୋସିସ୍ ଏକ ଅଭାବନୀୟ ଘଟଣା ଓ କ୍ୱଚିତ ହୁଏ ।[2] ଏହି ଅବସ୍ଥା ପ୍ରଥମେ ୧୯୩୫ ମସିହାରେ ଲାଇଟଉଡଦ୍ୱାରା ବର୍ଣ୍ଣନା କରାଯାଇଥିଲା ।[5]