From Wikipedia, the free encyclopedia
ରେଢାଖୋଲ ରାଜ୍ୟ (ଓଡ଼ିଆ: ରେଢ଼ାଖୋଲ; ହିନ୍ଦୀ : रायखोल), ଏକ ବ୍ରିଟିଶ ସମୟର ରାଜ୍ୟ ଥିଲା । ଏହା ଛୋଟ ନାଗପୁର ରାଜ୍ୟ ସମୂହ ଭିତରେ ଥିଲା । ଏହାର ରାଜଧାନୀ ରେଢାଖୋଲ ସହରରେ ଥିଲା । ବର୍ତ୍ତମାନ ରେଢାଖୋଲ ସମ୍ବଲପୁର ଜିଲ୍ଲାରେ ଅନ୍ତରଭୁକ୍ତ । ଏହାର ପରିବ୍ୟାପ୍ତି 2.157 ବର୍ଗ କିଲୋମିଟର ଓ 1901ରେ ଜନସଂଖ୍ୟା 26,888 ଥିଲା ।
ରେଢାଖୋଲ ରାଜ୍ୟ ରେଢ଼ାଖୋଲ | |||||
Princely State of British India | |||||
| |||||
Rairakhol State in the Imperial Gazetteer of India | |||||
History | |||||
• | Established | 12th century | |||
• | Accession to the Union of India | 1948 | |||
Area | |||||
• | 1901 | ୨,୧୫୭ km2 (୮୩୩ sq mi) | |||
Population | |||||
• | 1901 | ୨୬,୮୮୮ | |||
Density | ୧୨.୫ /km2 (୩୨.୩ /sq mi) | ||||
Rajput Provinces of India - Rairakhol (Princely State) |
ଏହି ରାଜ୍ୟର ଅଧିକାଂଶ ଅଞ୍ଚଳ ଘୋର ଜଙ୍ଗଲରେ ପୂର୍ଣ ଥିଲା । ଏହି ଜଙ୍ଗଲରେ ହାତୀ , ବାଘ ପରି ଜନ୍ତୁ ବିଚରଣ କରୁଥିଲେ ।ଏଠାରେ କୋଳ ଜନଜାତିର ଲୋକ ବହୁ ସଂଖ୍ୟାରେ ରହନ୍ତି । ଏମାନେ ମୁଣ୍ଡା ଓ ଓରାଓଁ ଭାଷା ବ୍ୟବହାର କରନ୍ତି । ଚଷା ଜାତୀୟ ଲୋକ ମଧ୍ୟ ବହୁ ସଂଖ୍ୟାରେ ଏଠାରେ ରହନ୍ତି । .[1]
18 ଶ ଶତାବ୍ଦୀ ଯାଏ ରେଢାଖୋଲ ବାମରା ରାଜ୍ୟର ଅଧିନସ୍ଥ ରାଜ୍ୟ ରହିଥିଲା । ଏହାକୁ ପାଟଣାର ଗଡଜାତ ରାଜା ସ୍ୱାଧୀନତା ଦେଇଥିଲେ ।ଠାରେ ଯୁଦ୍ଧରେ ରେଢାଖୋଲ ରାଜପରିବାରର ଏକ ବାଳକ ଛଡାସମସ୍ତେ ବାମର ରାଜ୍ୟ ସହ ଯୁଦ୍ଧରେ ନିହତ ହେଇଥିଲେ । ସେହି ବାଳକକୁ ବୁଟକା ସୁଧ ନାମକ ଜାତିର ଜଣେ ମହିଳା ନେଇଯାଇ ରଖିଥିଲେ । ସେ ବଡ ହେଲା ପରେ ପୁନର୍ବାର ରେଢାଖୋଲର ଗାଦୀ ଅକ୍ତିଆର କରିଥିଲେ । ତେଣୁ ବୁଟକା ସୁଧ ଜାତିକୁ ରାଜପରିବାର ସ୍ୱତନ୍ତ୍ର ଭାବେ ଦେଖନ୍ତି । ରେଢାଖୋଲର ରାଜାମାନେ ରାଥୋରେ ରାଜପୁତ ଓ ସେମାନେ ସେରିକେଲ , ବଣାଇ ଓ ଖରସୁଆ ରାଜା ପରିବାର ସହ ସମ୍ପର୍କିତ ।
ରାଜ୍ୟ 1905 ମସିହା ଯାଏ ଛତିଶଗଦ ଡିଭିଜନ ଅନ୍ତର୍ଗତ କମିଶନରଙ୍କ ଅଧୀନରେ ରହି ତାହା ପରେ ବେଙ୍ଗଲ ପ୍ରେସିଡେନ୍ସିରେ ରହିଥିଲା । ରେଢାଖୋଲର ସେଶ ରାଜା ଗିରୀଶ ଦେଓ ଜାନୁଆରୀ 1948ରେ ରାଜ୍ୟକୁ ଭାରତୀୟ ରାଜ୍ୟ ସଂଘକୁ ସମର୍ପଣ କରିଥିଲେ । [2]
ରେଢାଖୋଲର ଶାସକମାନେ ନିଜକୁ "ରାଜା " ବୋଲାଉଥିଲେ । [3] [4]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.