ମାହାରୀ ନୃତ୍ୟଶିଳ୍ପୀ ଓ ଗୁରୁ From Wikipedia, the free encyclopedia
ରୂପଶ୍ରୀ ମହାପାତ୍ର, ଜଣେ ମାହାରୀ ଏବଂ ଓଡ଼ିଶୀ ନୃତ୍ୟଶିଳ୍ପୀ ।[1] ମାହାରୀ ନୃତ୍ୟକୁ ଦେଶବିଦେଶରେ ପହଞ୍ଚାଇ ପାରିଥିବା ଏହି ନୃତ୍ୟାଙ୍ଗନା, ପିଲାବେଳେ ଠିକ ଭାବେ ଚାଲି ପାରୁନଥିଲେ । ତାଙ୍କ ପିତା ହରିହର ମହାପାତ୍ର, ଶ୍ରୀମନ୍ଦିରରେ ଥିବା ବିଶ୍ୱନାଥଙ୍କୁ ପୂଜାକରିବାରୁ, ସେ ସୁସ୍ଥ ହୋଇଥିଲେ । ପୁରୀରେ ଆଖଡ଼ାରେ, ପୁଅମାନଙ୍କୁ ନାଚୁଥିବାର ଦେଖି, ସେ ଓଡ଼ିଶୀ ନୃତ୍ୟ ପ୍ରତି ଆକର୍ଷିତ ହୋଇପଡିଥିଲେ । ଓଡ଼ିଶୀ ନୃତ୍ୟରୁ ଆରମ୍ଭକରି, ରୂପଶ୍ରୀ ପ୍ରାୟ ୭ବର୍ଷ ବୟସରୁ ମାହାରୀ ନୃତ୍ୟ ନାଚି ଆସୁଛନ୍ତି ।
ରୂପଶ୍ରୀ, ଗୁରୁ ପଙ୍କଜ ଚରଣ ଦାସଙ୍କଠାରୁ ନୃତ୍ୟ ଶିକ୍ଷାଲାଭ କରିଛନ୍ତି[2] ଓ ଦେବଦାସୀ ହରପ୍ରିୟା ଦେବୀ, ଶଶିମଣୀ ଦେବୀ ଓ ପରଶମଣୀ ଦେବୀଙ୍କଠାରୁ ମାହାରୀ ନୃତ୍ୟର କୌଶଳ ଆୟତ୍ତ କରିଛନ୍ତି ।[3] ନୃତ୍ୟ ପରିବେଷଣ ସହ, ପୁରୀ ଓ ଭୁବନେଶ୍ୱରଠାରେ, ନିଜର ଦୁଇଟି ନୃତ୍ୟ ଶିକ୍ଷାନୁଷ୍ଠାନ ମାଧ୍ୟମରେ ସେ ମାହାରୀ ନୃତ୍ୟ ଶିକ୍ଷାଦାନ କରିଆସୁଛନ୍ତି ।[4] କାଲିଫର୍ନିଆ ଓ ଜର୍ମାନୀ ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ, ତାଙ୍କ ନିକଟକୁ ମାହାରୀ ନୃତ୍ୟ ଉପରେ ଗବେଷଣା କରିବାକୁ ଆସୁଛନ୍ତି । [5]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.