ରୁପି (ଇଂରାଜୀ ଭାଷାରେ Dandruff) ଏକ ଚର୍ମ ରୋଗ ଯାହା କେବଳ ସ୍କାଲ୍ପରେ (scalp ଦେଖାଯାଏ ।[1] ଏହି ରୋଗରେ ଚର୍ମରୁ କାତି ବାହାରେ ଓ ବେଳେ ବେଳେ ସାମାନ୍ୟ ଗଲୁ ହୁଏ ।[1] ଏଥି ଯୋଗୁ ସାମାଜିକ ସମସ୍ୟା ହୁଏ ଓ ନିଜ ସ୍ୱାଭିମାନରେ (self-esteem) ବାଧା ଆସେ ।[2][1] ରୋଗ ଏହାଠାରୁ ଅଧିକ ବଢ଼ିଲେ ସେବୋରିକ ଡର୍ମାଟାଇଟିସ ନାମ ଦିଆଯାଏ । [1]
ରୁପି (Dandruff) | |
---|---|
ବିଭାଗ | ଚର୍ମ ରୋଗ ବିଜ୍ଞାନ (Dermatology) |
ଲକ୍ଷଣ | ସ୍କାଲ୍ପରେ scalp ଗଲୁକାରୀ ଓ କାତି ସମ୍ପନ୍ନ ଚର୍ମ [1] |
ଆକ୍ରାନ୍ତ ସମୟ | ଯୌବନାରମ୍ଭ (Puberty)[1] |
କାରଣ | ଜେନେଟିକ ଓ ପରିବେଶ କାରଣ [1] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଅନୁଯାୟୀ[1] |
ସଠିକ ରୋଗ ନିର୍ଣ୍ଣୟ | ସୋରିଆସିସ, ଆଟୋପିକ ଡର୍ମାଟାଇଟିସ, ଟିନିଆ କ୍ୟାପିଟିସ (tinea capitis), ରୋଜେସା, ସିସ୍ଟମିକ ଲୁପସ୍ ଏରିଦେମାଟୋସସ୍ [1] |
ଔଷଧ | ଆଣ୍ଟିଫଙ୍ଗାଲ କ୍ରିମ (Antifungal cream) - କିଟୋକୋନାଜୋଲ (ketoconazole)[1] |
ପୁନଃପୌନିକ | ~୫୦% ଯୁବାବସ୍ଥାରେ[1] |
ଏହି ରୋଗର କାରଣ ଅସ୍ପଷ୍ଟ ଥିଲେ ମଧ୍ୟ ଜେନେଟିକ ଓ ପରିବେଶ କାରଣ ଥିବା ବିଶ୍ୱାସ କରାଯାଏ ।[1] ଶୀତ ଋତୁରେ ଏହି ରୋଗ ବଢ଼ିଯାଏ ।[3] ଉପଯୁକ୍ତ ସ୍ୱାସ୍ଥ୍ୟରକ୍ଷାର (hygiene ଅଭାବ ଯୋଗୁ ଏହା ହୁଏନି ।[4] କେରାଟିନୋସାଇଟ (skin cells) ଜୀବକୋଷମାନଙ୍କ ଅଧିକ ବୃଦ୍ଧି ଯୋଗୁ ଏହା ହୁଏ ।[3] ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରିହୁଏ । [1]
ଏହି ରୋଗର କୌଣସି ଜଣାଶୁଣା ଚିକିତ୍ସା ନାହିଁ ।[5] ଆଣ୍ଟିଫଙ୍ଗାଲ କ୍ରିମ (Antifungal cream) ଯେପରିକି କିଟୋକୋନାଜୋଲ (ketoconazole) ଦେଇ ଚିକିତ୍ସା କରାଯାଏ । [1] ଯୁବାବସ୍ଥାରେ ଥିବା ଅଧା ଲୋକଙ୍କର ଏହି ରୋଗ ହୁଏ ।[1] ଯୁବାରମ୍ଭରେ (puberty) ଏହା ଦେଖାଯାଏ ।[1] ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[1] ବୟସ ୫୦ ପରେ ଏ ରୋଗ ହାର କମିଯାଏ । [1]
Wikiwand in your browser!
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.