![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/6/61/Rudramadevi.jpg/640px-Rudramadevi.jpg&w=640&q=50)
ରୁଦ୍ରମା ଦେବୀ
From Wikipedia, the free encyclopedia
ରୁଦ୍ରମା ଦେବୀ (ମୃତ୍ୟୁ: ୧୨୮୯ କିମ୍ବା ୧୨୯୫) ଭାରତୀୟ ଇତିହାସ ଅନୁସାରେ କାକତୀୟ ସାମ୍ରାଜ୍ୟର ରାଣୀ ଥିଲେ । ସେ ଜଣେ ନାରୀ ହେଲେ ମଧ୍ୟ ରାଜ୍ୟରେ ତାଙ୍କୁ ଯୁବରାଜ ଘୋଷଣା କରାଯାଇଥିଲା । ସମ୍ଭବତଃ ୧୨୬୩ ମସିହାରେ ତାଙ୍କୁ କାକତୀୟ ସାମ୍ରାଜ୍ୟର ଉତ୍ତରାଧିକାରୀ ଘୋଷଣା କରାଯାଇଥିଲା । ରୁଦ୍ରାମା ଦେବୀ କାକତୀୟ ସାମ୍ରାଜ୍ୟର ରାଜା ଗଣପତି ଦେବଙ୍କର କନ୍ୟା ଥିଲେ । ଗଣପତି ଦେବଙ୍କର କେହି ପୁତ୍ର ସନ୍ତାନ ନ ଥିବାରୁ ଏବଂ ସାମନ୍ତ ରାଜାମାନଙ୍କୁ ଏକଜୁଟ କରି ବାନ୍ଧି ରଖିବା ପାଇଁ ତାଙ୍କର ମହାମନ୍ତ୍ରୀଙ୍କ ପ୍ରରୋଚନାରେ ସେ ରୁଦ୍ରମା ଦେବୀଙ୍କୁ ରୁଦ୍ରଦେବ ଭାବରେ ଘୋଷଣା କରିଥିଲେ ।[1]
Quick Facts ରୁଦ୍ରମା ଦେବୀ, ପୂର୍ବାଧିକାରୀ ...
ରୁଦ୍ରମା ଦେବୀ | |
---|---|
![]() | |
ରୁଦ୍ରମା ଦେବୀଙ୍କର ପ୍ରତିମୂର୍ତ୍ତି | |
ପୂର୍ବାଧିକାରୀ | ଗଣପତି ଦେବ |
ଉତ୍ତରାଧିକାରୀ | ପ୍ରତାପରୁଦ୍ର |
ଜୀବନସାଥୀ | ବୀରଭଦ୍ର |
ବାପା | ଗଣପତି ଦେବ |
ମୃତ୍ୟ | ୧୨୮୯ କିମ୍ବା ୧୨୯୫ ସମ୍ଭବତଃ ଚନ୍ଦୁପଟ୍ଟଲାରେ (ଏବେକାର ତେଲେଙ୍ଗାନାରେ) |
Close