ରିସପେରିଡନ
From Wikipedia, the free encyclopedia
ରିସପେରିଡନ, ବିକ୍ରୟ ନାମ ରିସପର୍ଡାଲ, ଏକ ମନୋବିକ୍ଷିପ୍ତରୋଧୀ ଔଷଧ ।[1] ମୂଖ୍ୟତଃ ଏହା ସିନୋଫ୍ରେନିଆ, ବାଇପୋଲାର ଡିଜଅର୍ଡ଼ର ଓ ଅଟିଜ୍ମ ରୋଗର ଚିଡ଼ିଚିଡ଼ା ଭାବ ନିମନ୍ତେ ବ୍ୟବହାର କରାଯାଏ । ଏହା ପାଟିରେ ବା ମାଂସପେଶୀ ଇଞ୍ଜେକସନ ଆକାରରେ ଦିଆଯାଏ ।[1] ଏହାର ଇଞ୍ଜେକସନ ସଂସ୍କରଣ ଏକ ଦୀର୍ଘକାଳୀନ ଔଷଧ ଯାହା ପ୍ରାୟ ୨ ସପ୍ତାହ ପର୍ଯ୍ୟନ୍ତ କାମ କରେ । [2]
Clinical data | |
---|---|
Trade names | Risperdal, other |
AHFS/Drugs.com | monograph |
MedlinePlus | a694015 |
Pregnancy category |
|
Routes of administration | Oral (tablets and liquid form), IM |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | 70% (oral)[1] |
Metabolism | Liver (CYP2D6 mediated to 9-hydroxyrisperidone)[1] |
Elimination half-life | 20 hours (Oral), 3–6 days (IM)[1] |
Excretion | Urinary (70%) feces (14%)[1] |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL |
|
ECHA InfoCard | 100.114.705 |
Chemical and physical data | |
Formula | C23H27FN4O2 |
Molar mass | 410.485 g/mol |
3D model (JSmol) | |
SMILES
| |
InChI
| |
(verify) |
ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଚଳପ୍ରଚଳ ସମସ୍ୟା (extrapyramidal symptoms/ movement problems), ନିଦୁଆ(ଶମନ) ଭାବ, ଦୃଷ୍ଟି ସମସ୍ୟା, କୋଷ୍ଠକାଠିନ୍ୟ ଓ ଓଜନ ବୃଦ୍ଧି ଦେଖାଯାଏ ।[1][3] ସାଙ୍ଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ସ୍ଥାୟୀ ଚଳପ୍ରଚଳ ଅସୁବିଧା, ନିଉରୋଲେପ୍ଟିକ ମାଲିଗନାଣ୍ଟ ସିଣ୍ଡ୍ରୋମ, ଅଧିକ ଆତ୍ମହତ୍ୟା ପ୍ରବଣତା ଓ ଉଚ୍ଚସ୍ତର ରକ୍ତ ଶର୍କରା ଦେଖାଯାଏ । [1][2] ବୟସ୍କ ଲୋକଙ୍କର ଡିମେନସିଆ ଯୋଗୁ ସାଇକୋସିସ ଦେଖାଯାଏ ଓ ଏହା ଫଳରେ ମୃତ୍ୟୁ ସଙ୍କଟ ବଢ଼ିଯାଏ । ଗର୍ଭାବସ୍ଥାରେ ଏହାର ନିରାପତ୍ତା ସ୍ପଷ୍ଟ ନୁହେଁ । ରିସପେରିଡିନ ଏକ ଅସାମାନ୍ୟ ମନୋବିକ୍ଷିପ୍ତରୋଧୀ ଔଷଧ । ଏହାର କାର୍ଯ୍ୟ ପ୍ରଣାଳୀ ସ୍ପଷ୍ଟ ନ ଥିଲେ ମଧ୍ୟ ଡୋପାମିନ ଆଣ୍ଟାଗୋନିସ୍ଟ ଭାବେ କାମ କରୁଥିବା ବିଶ୍ୱାସ କରାଯାଏ ।[1]
ସନ ୧୯୮୦ରେ ରିସପେରିଡନର ଅନୁଶୀଳନ ଆରମ୍ଭ ହୋଇ ସନ ୧୯୯୩ରେ ଯୁକ୍ତରାଷ୍ଟ୍ର ଆମେରିକାରେ ବିକ୍ରୟ ନମନ୍ତେ ଅନୁମୋଦିତ ହୋଇଥିଲା । [1][4] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[5] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[2] ଏହାର ଦୈନିକ ଖର୍ଚ୍ଚ ସନ ୨୦୧୪ରେ ୦.୦୧ରୁ ୦.୬୦ ଆମେରିକୀୟ ଡଲାର ଥିଲା ।[6] ଯୁକ୍ତରାଷ୍ଟ୍ର ଆମେରିକାରେ ସାମାନ୍ୟ ମାତ୍ରାର ଦୈନିକ ଖର୍ଚ୍ଚ ୩.୩୦ରୁ ୧୯ ଡଲାର ହୁଏ । [1]