ରାମାକିଅନ
From Wikipedia, the free encyclopedia
ରାମାକିଅନ (ଇଂରାଜୀରେ Ramakien, ଥାଇ ଭାଷାରେ รามเกียรติ์, ଅର୍ଥାତ୍ – ରାମକୀର୍ତ୍ତି) ଥାଇଲ୍ୟାଣ୍ଡର ଜାତୀୟ ମହାକାବ୍ୟ । ବୌଦ୍ଧ ଜାତକ କଥା ଦଶରଥ ଜାତକରୁ ଏହି କାବ୍ୟ ଉଦ୍ଧୃତ ।[1].
- ଏହି ଲେଖାଟି ଥାଇ ଭାଷାରେ ଲିଖିତ ରାମାୟଣ ରାମାକିଅନ ବାବଦରେ । ବାକିସବୁ ପାଇଁ, ରାମାୟଣ (ବହୁବିକଳ୍ପ) ପ୍ରସଙ୍ଗଟି ଦେଖନ୍ତୁ ।
"ରାଜା ରାମ (ଷଷ୍ଠ) ପ୍ରଥମେ ଥାଇଲାଣ୍ଡରେ ରାମାୟଣ ବିଷୟରେ ଅଧ୍ୟୟନ କରିଥିଲେ ଓ ତଥ୍ୟ ପ୍ରକାଶ କରିଥିଲେ । ସେ ରାମାକିଅନର ବିଭିନ୍ନ ଉତ୍ସ ଖୋଜି ବାହାର କରିଥିଲେ ଓ ସଂସ୍କୃତରେ ଲିଖିତ ବାଲ୍ମିକୀ ରାମୟଣ ସହିତ ତାହାର ତୁଳନା କରିଥିଲେ । ରାମାକିଅନ ବୌଦ୍ଧ ଜାତକ କଥା ଦଶରଥ ଜାତକ ସହିତ ତିନୋଟି ଭିନ୍ନ ମୂଳ ଲେଖାରୁ ପ୍ରଭାବିତ ହୋଇ ଲେଖା ହୋଇଥିବା ବିଷୟ ସେ ଜାଣିବାକୁ ପାଇଲେ । ସେଗୁଡ଼ିକ ହେଲେ – ବାଲ୍ମିକୀ ରାମାୟଣ, ବିଷ୍ଣୁ ପୁରାଣ ଓ ହନୁମାନ ନାଟକ" ।"[2] ୧୭୬୭ ମସିହାରେ ଅୟୁଥୟା ନଗର ଧ୍ୱଂସ ଯିବା ଫଳରେ ଅନେକ ରାମାକିଅନ କାବ୍ୟ ନଷ୍ଟ ହୋଇଯାଇଥିଲା । ବର୍ତ୍ତମାନ ସମୟରେ ରାମାକିଅନର ୩ଟି ରୂପ ଜୀବିତ ରହିଛି । ରାଜା ୧୭୯୭ ମସିହାରେ ରାମ (ପ୍ରଥମ)ଙ୍କ ପୃଷ୍ଠପୋଷକତାରେ ଏଥିରୁ ଗୋଟିଏ କାବ୍ୟ ଲେଖାଯାଇଥିଲା ଓ ତାବାର କିଛି ଅଂଶ ରାଜା ନିଜେ ମଧ୍ୟ ଲେଖିଥିଲେ । ଖୋନ୍ ନାଟକ ପାଇଁ ପୁତ୍ର ରାଜା ରାମ (ଦ୍ୱିତୀୟ) ନିଜ ପିତାଙ୍କ ଲେଖାର କିଛି ଅଂଶର ପୁନଃରଚନା କରିଥିଲେ । ଥାଇ ସାହିତ୍ୟ, ନାଟକ ଓ କଳାରେ ଏହି ରଚନାର ଗଭୀର ପ୍ରଭାବ ରହିଛି । ଉଭୟ ଖୋନ୍ ଓ ନାଂଗ୍ ନାଟକ ଏଥିରୁ ଉଦ୍ଧୃତ ହୋଇଛନ୍ତି ।
ମୁଖ୍ୟ କଥା ଦଶରଥ ଜାତକ କଥା ପରି କିନ୍ତୁ ଥାଇ ସଂସ୍କୃତି, ବେଶଭୂଷା, ଭୂଗୋଳ, ଅସ୍ତ୍ର, ପ୍ରାକୃତିକ ଉପାଦାନ ଦୃଷ୍ଟିକୋଣରୁ ରାମାକିଅନରେ ଅନେକ ଥାଇ ଶୈଳୀର ପ୍ରଭାବ ମଧ୍ୟ ଦେଖିବାକୁ ମିଳେ । ଥାଇଲାଣ୍ଡରେ ତେରବାଦ ବୌଦ୍ଧ ପରମ୍ପରାର ପ୍ରଚଳନ ଥିବାରୁ ରାମାକିଆନରେ ବୌଦ୍ଧ ଇତିହାସ, କିମ୍ବଦନ୍ତୀ ଓ ବିଶ୍ୱାସ ମଧ୍ୟ ସନ୍ନିବିଷ୍ଟ ହୋଇ ରହିଛି ।
ବ୍ୟାଂକକ୍ର ୱାଟ୍ ଫ୍ରା କେଓରେ ରାମାକିଅନର କଳାତ୍ମକ ପରିପ୍ରକାଶ ଅବସ୍ଥିତ ଓ କାବ୍ୟର ବିଭିନ୍ନ ଚରିତ୍ରଙ୍କ ମୂର୍ତ୍ତି ମଧ୍ୟ ଦେଖିହେବ ।