ରାବଣାନୁଗ୍ରହ
ଶୈବ ପରମ୍ପରାର ଏକ ରୂପ / From Wikipedia, the free encyclopedia
ରାବଣାନୁଗ୍ରହ ବା ରାବଣାନୁଗ୍ରହ ମୂର୍ତ୍ତି ମହାଦେବ ଶିବଙ୍କ ରାବଣକୁ କ୍ଷମା ଦେବା ବା ଅନୁଗ୍ରହ ଦେଉଥିବା ରୂପର ଏକ ମୂର୍ତ୍ତି ।[1]) “ରାବଣ” ଓ “ଅନୁଗ୍ରହ” ଶବ୍ଦର ସନ୍ଧିରୁ “ରାବଣାନୁଗ୍ରହ” ଶବ୍ଦର ସୃଷ୍ଟି । ଏହି ମୂର୍ତ୍ତି ବା ରୂପରେ ଶିବ ନିଜ ପତ୍ନୀ ଦେବୀ ପାର୍ବତୀଙ୍କ ସହ କୈଳାସ ପର୍ବତ ଉପରେ ବସିଥିବା ବେଳେ ଲଙ୍କା ଅଧିପତି ରାକ୍ଷସରାଜ ରାବଣ କୈଳାସ ପର୍ବତକୁ ଦୋହଲାଇବାର ଚେଷ୍ଟା କରୁଥାନ୍ତି । ଏହି ପରିପ୍ରକାଶକୁ ରାବଣ କୈଳାସ ପର୍ବତ ଦୋହଲାଇବା ବା ରାବଣ କୈଳାସ ପର୍ବତ ଉଠାଇବା ବୋଲି ମଧ୍ୟ କୁହାଯାଏ । ହିନ୍ଦୁ ଶାସ୍ତ୍ରାନୁସାରେ ଏକଦା ରାବଣ କୈଳାସକୁ ଉଠାଇ ନେବାକୁ ଚେଷ୍ଟା କରିଥିଲେ । ଶିବ ନିଜ ପାଦର ବୁଢ଼ା ଆଙ୍ଗୁଠିରେ କୈଳାସକୁ ଦବାଇ ଦେବାରୁ କୈଳାସ ସ୍ଥିର ରହିଲା ଓ ତାହା ତଳେ ରାବଣ ଚାପି ହୋଇ ରହିଗଲେ । ହଜାର ବର୍ଷ ପାଇଁ ରାବଣ ବନ୍ଦୀ ଅବସ୍ଥାରେ ରହି ଶିବଙ୍କ ଉଦ୍ଦେଶ୍ୟରେ ଗୀତ ଗାଇବାରୁ ଶିବ ପ୍ରସନ୍ନ ହେଲେ । ଅନୁଗ୍ରହ ପ୍ରଦାନ ପୂର୍ବକ ସେ ରାବଣଙ୍କୁ ଚନ୍ଦ୍ରହାସ ଖଡ୍ଗ ଓ ଏକ ପୂଜ୍ୟ ଲିଙ୍ଗ ପ୍ରଦାନ କରିଥିଲେ ।
ରାବଣାନୁଗ୍ରହ ରାବଣ ଅନୁଗ୍ରହ | |
---|---|
Affiliation | ଶୈବ ପୌରାଣିକ କାହାଣୀ |
Weapon | ତ୍ରିଶୂଳ |
ସ୍ୱାମୀ/ସ୍ତ୍ରୀ | ପାର୍ବତୀ |
ଗୁପ୍ତ ଯୁଗ (ଖ୍ରୀ. ୩୦୦-୬୦୦) ସମୟରେ ଏହି ଧାରା ଅତ୍ୟନ୍ତ ଲୋକପ୍ରିୟ ଥିଲା ଏବଂ ବହୁ କଳାକୃତିରେ ପ୍ରକାଶିତ ହୋଇଥିଲା ।[2]