ରାଜା ରବି ବର୍ମା
ଭାରତୀୟ ଚିତ୍ରକର / From Wikipedia, the free encyclopedia
ରାଜା ରବି ବର୍ମା (ଇଂରାଜୀ ଭାଷାରେ: Raja Ravi Varma)[3][4] (୨୯ ଏପ୍ରିଲ ୧୮୪୮ – ୨ ଅକ୍ଟୋବର ୧୯୦୬) ଜଣେ ଚିତ୍ରକର ଓ କଳାକାର ଥିଲେ ଓ ତାଙ୍କ ସମୟରେ ବିଶେଷ ଖ୍ୟାତି ଲାଭ କରିଥିଲେ । ଭାରତୀୟ ଚିତ୍ରକଳା କ୍ଷେତ୍ରରେ ସେ ମହାନ ଚିତ୍ରକରମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ତାଙ୍କ କାମରେ ୟୁରୋପୀୟ ଟେକନିକ ସହିତ ସମ୍ପୁର୍ଣ୍ଣ ଭାରତୀୟ କଳାର ମିଶ୍ରଣ ହେବା ଦେଖାଯାଏ । ଭାରତୀୟ ପରମ୍ପରାକୁ ଉଜ୍ଜିବିତ ରଖି ସେ ତା ସାଥିରେ ପ୍ରଚଳିତ ୟୁରୋପିଆନ ଏକାଡେମିକ କଳା (academic art) ଟେକନିକର ପ୍ରୟୋଗ କରିଥିଲେ । ଦ୍ୱିତୀୟତଃ ସେ ତାଙ୍କର କଳାକୃତିକୁ ଲିଥୋଗ୍ରାଫି ସାହାଯ୍ୟରେ ଜନସାଧାରଣଙ୍କୁ ଉପଲବ୍ଧ କରେଇଥିଲେ ଯାହା ଫଳରେ ତାଙ୍କୁ ସାର୍ବଜନୀନ ପ୍ରସିଦ୍ଧି ମିଳିଥିଲା । ଜନସାଧାରଣଙ୍କର ସୁକ୍ଷ୍ମ କଳା ରୁଚି ପସନ୍ଦ ବୃଦ୍ଧି ପାଇଥିଲା । ପୁରାଣ ବର୍ଣ୍ଣିତ ଦେବ ଦେବୀଙ୍କର ଚିତ୍ର ଗୁଡ଼ିକ ଲୋକମାନେ ଗଭୀର ଭାବରେ ଭଲ ପାଇ ଗ୍ରହଣ କରିଥିଲେ ।
ରାଜା ରବି ବର୍ମା | |
---|---|
ଜନ୍ମ | (1848-04-29)୨୯ ଅପ୍ରେଲ ୧୮୪୮
କିଲିମାନପୁର (Kilimanoor), ପୂର୍ବତନ ଟ୍ରାଭାଙ୍କୋର (Travancore): ଏବେକାର କେରଳ । |
ମୃତ୍ୟୁ | ୨ ଅକ୍ଟୋବର ୧୯୦୬(1906-10-02) (ବୟସ ୫୮) ଆତ୍ତିଙ୍ଗଲ (Attingal), ଟ୍ରାଭାଙ୍କର (Travancore) |
ଅନ୍ୟ ନାମ | କିଲିମାନପୁରର କୋଇଲି ଥମ୍ପୁରନ, ରବି ବର୍ମା କୋଇଲି ଥମ୍ପୁରନ |
ଶିକ୍ଷାନୁଷ୍ଠାନ | en:University College Thiruvananthapuram |
ବୃତ୍ତି(ସମୂହ) | ଚିତ୍ରକର, କଳାକାର |
ଉଲ୍ଲେଖନୀୟ କୃତି | |
ପୁରସ୍କାର | କାଇଜର-ଇ-ହିନ୍ଦ ସ୍ୱର୍ଣ୍ଣ ପଦକ (Kaisar-i-Hind Gold Medal) |
ଦସ୍ତଖତ | |
ଭାରତରେ ଥିବା ଏବେକାର କେରଳ ପ୍ରଦେଶ ବା ପୂର୍ବତନ ଟ୍ରାଭାଙ୍କୋର ରାଜ୍ୟର ରାଜ ପରିବାର ସହିତ ରବି ବର୍ମାଙ୍କର ନିବିଡ଼ ସମ୍ପର୍କ ଥିଲା । ତାଙ୍କର ଦୁଇ ନାତୁଣୀ ରାଜ ପରିବାରର ପୋଷ୍ୟ ହୋଇଥିଲେ ଓ ସେହି ନାତୁଣୀଙ୍କର ପିଲାମାନେ ସମ୍ପୁର୍ଣ୍ଣ ରାଜ ପରିବାରର ସଦସ୍ୟ ହୋଇଗଲେ । ସେମାନଙ୍କ ମଧ୍ୟରେ ଚିଥିର ଥିରୁନଲ ବଳରାମ ବର୍ମା, ଉଥ୍ରାଦୋମ ଥିରୁନଲ ମାର୍ଥାଣ୍ଡା ବର୍ମା ଓ ମୂଲମ ଥିରୁନଲ ରାମା ବର୍ମାଙ୍କ ନାମ ଉଲ୍ଲେଖଯୋଗ୍ୟ ।