ଭାରତୀୟ ଅଭିନେତା From Wikipedia, the free encyclopedia
ରଣବୀର କପୁର (pronounced [rəˈɳbiːr kəˈpuːr]; ଜନ୍ମ: ୨୮ ସେପ୍ଟେମ୍ବର ୧୯୮୨) ଜଣେ ଭାରତୀୟ କଥାଚିତ୍ର ଅଭିନେତା ଏବଂ ଚଳଚ୍ଚିତ୍ର ପ୍ରଯୋଜକ ।[1] ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରିଥାନ୍ତି । ଆଜିର ହିନ୍ଦୀ କଥାଚିତ୍ର ଜଗତର ନାୟକମାନଙ୍କ ମଧ୍ୟରେ ଅଧିକ ପାରିଶ୍ରମିକ ନେଉଥିବା ଲୋକପ୍ରିୟ ଅଭିନେତାମାନଙ୍କ ଭିତରୁ ରଣବୀର ଅନ୍ୟତମ । ସେ ପାଞ୍ଚଥର ଫିଲ୍ମଫେୟାର ପୁରସ୍କାର ସହ ଅନେକ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ଏବଂ ବିଜୟୀ ହୋଇଛନ୍ତି ।
ରଣବୀର କପୁର | |
---|---|
ଜନ୍ମ | ମୁମ୍ବାଇ, ମହାରାଷ୍ଟ୍ର, ଭାରତ | ୨୮ ସେପ୍ଟେମ୍ବର ୧୯୮୨
ବୃତ୍ତିସମୂହ |
|
ସକ୍ରିୟ ବର୍ଷ | ୨୦୦୭-ଏବେଯାଏଁ |
ପିତାମାତା(s) | ଋଷି କପୁର ନୀତୁ ସିଂହ |
ରଣବୀର କପୁର ହିନ୍ଦୀ କଥାଚିତ୍ର ଜଗତର ପ୍ରଭାବଶାଳୀ କପୁର ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଋଷି କପୁର ଏବଂ ମାଆ ନୀତୁ ସିଂହ[2], ଜେଜେ ରାଜ୍ କପୁର, ବଡ଼ବାପା ରଣଧୀର କପୁର ଆଦି ହିନ୍ଦୀ କଥାଚିତ୍ର ଜଗତର ସଫଳତମ ଅଭିନେତା ।[3] ଏଥିସହ ତାଙ୍କ ପରିବାରର ଶମୀ କପୁର, କରୀନା କପୁର, କରିସ୍ମା କପୁର କଥାଚିତ୍ର ଜଗତରେ ପ୍ରସିଦ୍ଧ କଳାକାର ।[4]
ରଣବୀର ଚଳଚ୍ଚିତ୍ର ଜଗତକୁ ନିଜର ପେଶା ଭାବରେ ଗ୍ରହଣ କରିବା ପାଇଁ ସ୍କୁଲ ଅଫ୍ ଭିଜୁଆଲ୍ ଆର୍ଟ୍ସ୍ ଏବଂ ଲି ଷ୍ଟାସ୍ବର୍ଗ ଥିଏଟର ଆଣ୍ଡ୍ ଫିଲ୍ମ ଇନିଷ୍ଟିଚିଉଟ୍ରୁ ଶିକ୍ଷା ଗ୍ରହଣ କରିଥିଲେ ।[5][6] ୨୦୦୫ ମସିହରେ ସେ ନିର୍ଦ୍ଦେଶକ ସଞ୍ଜୟ ଲୀଳା ବଂଶାଳୀଙ୍କର ସହ କାର୍ଯ୍ୟ କରିଥିଲେ । ଏହି ଚଳଚ୍ଚିତ୍ରରେ ସେ ଜଣେ ସହ-ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ।[5] ଏହାପରେ ସେ ୨୦୦୭ ମସିହାରେ ସାବରିଆ କଥାଚିତ୍ର ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[7] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସଞ୍ଜୟ ଲୀଳା ବଂଶାଳୀ[8], ମାତ୍ର ଏହି କଥାଚିତ୍ରଟି ସଫଳ ହୋଇପାରିନଥିଲା ।[9][10] ତଥାପି ଏହି କଥାଚିତ୍ରଟି ପାଇଁ ରଣବୀରଙ୍କୁ ଫିଲ୍ମଫେୟାରରେ ଶ୍ରେଷ୍ଠ ନବାଗତ ନାୟକ ପୁରସ୍କାର ମିଳିଥିଲା ।[11] ଏହାପରେ ୨୦୦୯ ମସିହାର ରଣବୀରଙ୍କର କଥାଚିତ୍ର ୱେକ୍ ଅପ୍ ସିଡ୍, ଅଜବ୍ ପ୍ରେମ୍ କି ଗଜବ୍ କାହାନୀ, ରକେଟ୍ ସିଂହ: ସେଲ୍ସ୍ମ୍ୟାନ୍ ଅଫ୍ ଦି ଇଅର ସଫଳ ହୋଇଥିଲା ।[12]
୨୦୧୧ର କଥାଚିତ୍ର ରକ୍ଷ୍ଟାର୍ ଏବଂ ୨୦୧୨ର କଥାଚିତ୍ର ବର୍ଫି ରଣବୀରଙ୍କୁ ଲଗାତାର ଦୁଇଟି ଫିଲ୍ମଫେୟାର ପୁରସ୍କାର ଆଣିଦେଇଥିଲା ।[11] ଏହି ଦୁଇଟି କଥାଚିତ୍ର ପାଇଁ ସେ ଫିଲ୍ମଫେୟାରରେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ । ଏହପରେ ୨୦୧୩ରେ ରଣବୀରଙ୍କର ଚଳଚ୍ଚିତ୍ର ୟେଃ ଯବାନୀ ହୈ ଦିୱାନୀ ବହୁତ ଆୟ କରିଥିଲା ଏବଂ ହିନ୍ଦୀ କଥାଚିତ୍ର ଜଗତରେ ରଣବୀରଙ୍କୁ ଜଣେ ସଫଳ ନାୟକ ଭାବରେ ସ୍ଥାନିତ କରିଥିଲା ।[13] ଏହାପରେ ତାଙ୍କର କିଛି ଚଳଚ୍ଚିତ୍ର ଭଲ ବ୍ୟବସାୟ କରିପାରିନଥିଲା ଏବଂ ୨୦୧୬ ମସିହାରେ ଏ ଦି୍ଲ ହୈ ମୁକ୍ସିଲ୍ ଚଳଚ୍ଚିତ୍ର ଭଲ ଆୟ କରିଥିଲା ।[14][15]
ଅଭିନୟ ବ୍ୟତୀତ ରଣବୀର ବିଭିନ୍ନ ସାମାଜିକ ସେବା ସଂସ୍ଥା ସହ କାର୍ଯ୍ୟ କରୁଛନ୍ତି ।[16] ତାଙ୍କର ନିଜର ଗୋଟିଏ ଚଳଚ୍ଚିତ୍ର ପ୍ରଯୋଜନା ସଂସ୍ଥା ଅଛି । ଏହି ସଂସ୍ଥାଟି ହେଉଛି ସୁରୁ ପ୍ରଡ଼କ୍ସନ୍ସ୍ । ଏଥିସହ ସେ ଇଣ୍ଡିଆନ୍ ସୁପର୍ ଲିଗ୍ର ମୁମ୍ବାଇ ସିଟି ଫ୍ରାନ୍ଚାଇଜ୍ର ଫୁଟବଲ ଦଳର ଅନ୍ୟତମ ମାଲିକ ।[17][18]
ରଣବୀର କପୁର ସବୁବେଳେ ତାଙ୍କର ପ୍ରେମ ସମ୍ପର୍କ ପାଇଁ ମଧ୍ୟ ଚର୍ଚ୍ଚାରେ ରହି ଆସିଛନ୍ତି । ସେ ସପ୍ତମ ଶ୍ରେଣୀରେ ପଢ଼ୁଥିବାବେଳେ ପ୍ରଥମେ ଏଥିପାଇଁ ଚର୍ଚ୍ଚାରେ ଆସିଥିଲେ ।[19] ଏହାପରେ ୨୦୦୮ରେ ଦୀପିକା ପାଦୁକୋନଙ୍କ ସହ ତାଙ୍କର ସମ୍ପର୍କ ଗଢ଼ିଉଠିଥିଲା[20], ମାତ୍ର ପରେ ସେମାନଙ୍କର ସମ୍ପର୍କ ତୁଟିଯାଇଥିଲା ।[21] ୨୦୧୫ ମସିହାରେ ରଣବୀର କଟ୍ରିନା କୈଫଙ୍କ ସହ ଥିବା ପ୍ରେମ ସମ୍ପର୍କ କଥା ସର୍ବସାଧାରଣରେ ସ୍ୱୀକାର କରିଥିଲେ[22], କିନ୍ତୁ ୨୦୧୬ରେ ସେମାନଙ୍କର ସମ୍ପର୍କରେ ପୂର୍ଣ୍ଣଛେଦ ପଡ଼ିଥିଲା ।[23]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.