![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/5/52/Ranthambhore_Fort.jpg/640px-Ranthambhore_Fort.jpg&w=640&q=50)
ରଣଥମ୍ଭୌର ଦୁର୍ଗ
From Wikipedia, the free encyclopedia
ରଣଥମ୍ଭୌର ଦୁର୍ଗ (ଈଂରାଜୀରେ Ranthambore Fort ଓ ହିନ୍ଦୀରେ रणथम्भोर दुर्ग) ରନ୍ଥାମ୍ବୋର୍ ଜାତୀୟ ଉଦ୍ୟାନ ପରିସର ମଧ୍ୟରେ ଅବସ୍ଥିତ । ରାଜସ୍ଥାନ ରାଜ୍ୟର ସୱାଇ ମାଧୋପୁର ସହର ନିକଟରେ ଏହି ଦୁର୍ଗର ଅବସ୍ଥିତି । ବ୍ରିଟିଶ୍ ଶାସନରୁ ଭାରତ ସ୍ୱାଧୀନତା ହାସଲ କରିବା ପୂର୍ବରୁ ଜୟପୁର ରାଜ୍ୟର ମହାରାଜାଙ୍କ ପାଇଁ ଏହାର ଆଖାପାଖି ଜଙ୍ଗଲ ରାଜକୀୟ ଶିକାର ଜଙ୍ଗଲ ରୂପେ ବ୍ୟବହୃତ ହେଉଥିଲା । ରାଜସ୍ଥାନର ଇତିହାସରେ ଏହି ଅଭେଦ୍ୟ ଦୁର୍ଗର ଅନେକ ଭୂମିକା ରହିଥିଲା । ୧୩ଶ ଶତାବ୍ଦୀ ପର୍ଯ୍ୟନ୍ତ ଏହି ଦୁର୍ଗ ଚୌହାନ (ଚହମାନ) ବଂଶୀୟ ରାଜାମାନଙ୍କ ଅଧିକାରରେ ରହିଥିଲା ଓ ପରେ ଦିଲ୍ଲୀର ମୋଗଲ ଶାସକମାନେ ଏହାକୁ ଛଡ଼ାଇ ନେଇଥିଲେ ।
Quick Facts ରଣଥମ୍ଭୌର ଦୁର୍ଗ, Coordinates ...
ରଣଥମ୍ଭୌର ଦୁର୍ଗ | |
---|---|
ସୱାଇ ମାଧୋପୁର, ରାଜସ୍ଥାନ, ଭାରତ | |
![]() | |
Coordinates | 26°1′13″N 76°27′18″E |
Type | ଦୁର୍ଗ |
Site information | |
Open to the public | ହଁ (ସକାଳ ୬ଟାରୁ ସନ୍ଧ୍ୟ ୬ଟା ପର୍ଯ୍ୟନ୍ତ) |
Close
୨୦୧୩ ମସିହାରେ ଅନୁଷ୍ଠିତ ବିଶ୍ୱ ଐତିହ୍ୟ ସମିତିର ୩୭ତମ ସମ୍ମିଳନୀରେ ରଣଥମ୍ଭୌର ସମେତ ରାଜସ୍ଥାନର ୫ଟି ଭିନ୍ନ ଭିନ୍ନ ଦୁର୍ଗକୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳର ମାନ୍ୟତା ପ୍ରଦାନ କରିଥିଲେ । ଏହି ଐତିହ୍ୟ ସମୂହକୁ ରାଜସ୍ଥାନର ପାହାଡ଼ିଆ ଦୁର୍ଗ ଶ୍ରେଣୀଭୁକ୍ତ କରାଯାଇଥିଲା ।[1]