ଭାରତୀୟ ଅଭିନେତା From Wikipedia, the free encyclopedia
ରଜନୀକାନ୍ତ ଜଣେ ତାମିଲ ତଥା ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ଅଟନ୍ତି ।[1] ସେ ତାଙ୍କର ଅଭିନୟ ଜୀବନ ରାଷ୍ଟ୍ରୀୟ ପୁରସ୍କାର ବିଜେତା ଚଳଚ୍ଚିତ୍ର "ଅପୂର୍ବ ରାଗଙ୍ଗଲ"(୧୯୭୫)ରୁ ଆରମ୍ଭ କରିଥିଲେ, ଯେଉଁଥିରେ ତାଙ୍କର ନିର୍ଦ୍ଦେଶକ ଆର. ବାଳଚନ୍ଦ୍ରନ ଥିଲେ ଏବଂ ଯାହାକୁ ସେ ନିଜର ଗୁରୁ ବୋଲି ମାନନ୍ତି ।
ରଜନୀକାନ୍ତ | |
---|---|
ଜନ୍ମ | ଶିବାଜୀ ରାଓ ଗାଏକୱାଡ଼ ୧୨ ଡିସେମ୍ବର ୧୯୫୦ ବେଙ୍ଗାଲୁରୁ, ମହୀଶୁର ରାଜ୍ୟ, ଭାରତ |
ବୃତ୍ତି(ସମୂହ) | ଅଭିନେତା, ପ୍ରଯୋଜକ |
ସକ୍ରିୟ ବର୍ଷ | ୧୯୭୫– ବର୍ତ୍ତମାନ ପର୍ଯ୍ୟନ୍ତ |
ବୈବାହିକ-ସାଥୀ(s) | ଲତା ରଙ୍ଗାଚରି (୧୯୮୧-ବର୍ତ୍ତମାନ ପର୍ଯ୍ୟନ୍ତ) |
ସନ୍ତାନ |
|
ସମ୍ପର୍କୀୟ |
|
ପ୍ରାରମ୍ଭିକ ଜୀବନରେ ସହନାୟକ ଭୂମିକାରେ ଅଭିନୟ କରିବା ପରେ (ତାମିଲ ଚଲଚିତ୍ର ଗୁଡିକରେ), ସେ ଧିରେ ଧିରେ ଏକ ସ୍ଥାପିତ ମୂଖ୍ୟ ଅଭିନେତା ରୂପରେ ନିଜକୁ ପ୍ରତିଷ୍ଠିତ କରେଇଥିଲେ । ନିଜ ଜୀବନର କିଛି ବର୍ଷ ମଧ୍ୟରେ ସେ ତାମିଲ ସିନେମାର ଏକ ମହାନାୟକ ହିସାବରେ ପରିଗଣିତ ହେଇଥିଲେ ଓ ତାହା ପରଠାରୁ ଭାରତର ଲୋକପ୍ରିୟ ସଂସ୍କୃତିର ଏକ ପ୍ରତିମାନ ରୂପେ ତାଙ୍କୁ ଗଣା ଯାଇ ଆସୁଅଛି ।[2] ଏକ ଭିନ୍ନ ଶୈଳୀର ଅଭିନୟ ତଥା ସଂଳାପ କହିବା, ତାଙ୍କ ଲୋକପ୍ରିୟତା ଓ ଜନ-ଆକର୍ଷଣର ମୂଖ୍ୟ କାରଣ ଅଟେ ।[2] ତାମିଲ ଚଳଚ୍ଚିତ୍ର "ଶିବାଜୀ" ପାଇଁ ତାଙ୍କୁ ଯେବେ ୨୬ କୋଟି ଟଙ୍କା ଦିଆଗଲା, ସେ ଜାକି ଚାନଙ୍କ ପରେ ଏସିଆର ସବୁଠାରୁ ଅଧିକ ଦାମୀ ଅଭିନେତା ରୂପେ ପରିଗଣିତ ହେଲେ ।[3] ତାମିଲନାଡୁ ରାଜନୀତିରେ ତାଙ୍କର ସକ୍ରିୟତା, ତାଙ୍କୁ ଚଳଚ୍ଚିତ୍ର ଜଗତର ଜଣେ ପ୍ରଭାବଶାଳୀ ଅଭିନେତା ଭାବେ ପରିଚିତ କରେଇ ପାରିଥିଲା ।[2][4]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.