ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ନିର୍ବାଚନ
From Wikipedia, the free encyclopedia
ସବୁ ଗଣତନ୍ତ୍ରର ନିର୍ବାଚନ ପଦ୍ଧତିଠାରୁ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ପଦ୍ଧତି ସମ୍ପ୍ପୂର୍ଣ ଭିନ୍ନ । ଏଥିରେ ସିଧାସଳଖ ଭୋଟ ନ ହେଇ ପଞ୍ଜୀକୃତ ଭୋଟରମାନେ ଯୁକ୍ତରାଷ୍ଟ୍ର ନିର୍ବାଚନ କଲେଜର ଏକ ସଦସ୍ୟ ଦଳଙ୍କୁ ଭୋଟ ଦିଅନ୍ତି । ଯେଉଁମାନେ ବିଜୟୀ ହୁଅନ୍ତି, ସେମାନଙ୍କୁ ନିର୍ବାଚକ ( electot ) କୁହା ଯାଏ । ତା ପର ପର୍ଯ୍ୟାୟରେ ଏହି ସବୁ ନିର୍ବାଚକ ସିଧାସଳଖ ଭୋଟ ମାଧ୍ୟମରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଯୋଡିଙ୍କୁ ନିର୍ବାଚନ କରନ୍ତି । ଯଦି ଏହି ନିର୍ବାଚନରେ କେହି ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ନ ପାଆନ୍ତି , ତେବେ ପୁଣି ପ୍ରତିନିଧି ସଭା ( House of commons ) ନିଷ୍ପତ୍ତି ନିଏ କିଏ ରାଷ୍ଟ୍ରପତି ହେବେ । ଉପରାଷ୍ଟ୍ରପତି ପାଇଁ ସିନେଟ ନିଷ୍ପତ୍ତି ନିଏ ।
ନିର୍ବାଚନ ଦିବସ : ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପ୍ରତି ଚାରି ବର୍ଷରେ ଥରେ ହୁଏ । ଆମେରିକାର ସବିଧାନ ଅନୁସାରେ ଏହି ଦିବସ ସ୍ଥାୟୀ ଭାବରେ ନିର୍ଧାରିତ ହୋଇଛି । ନଭେମ୍ବର ମାସର ପ୍ରଥମ ସୋମବାର ପରବର୍ତ୍ତୀ ମଙ୍ଗଳନାର ହିଁ ନିର୍ବାଚନ ଦିବସ ରୂପେ ସ୍ଥିର ହୁଏ । ୨୦୧୬ରେ ହେବାକୁ ଥିବା ନିର୍ବାଚନ ପାଇଁ ସେହି ଅନୁସାରେ ନଭେମ୍ବର ୮ ତାରିଖ , ୨୦୧୬କୁ ସ୍ଥିରୀକୃତ ହେଇଛି ।