ଓଡ଼ିଆ ଗାଳ୍ପିକା, କବୀ From Wikipedia, the free encyclopedia
ମୌସୁମୀ ଦାସ (ଜନ୍ମ: ୩ ଅଗଷ୍ଟ ୧୯୭୨) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା, ଯିଏକି କବିତା ତଥା ଗଳ୍ପ ରଚନା ପାଇଁ ଜଣାଶୁଣା । ତାଙ୍କର ଉଲ୍ଲେଖନୀୟ କୃତି ଭିତରେ କବିତା ପୁସ୍ତକ ରାସପର୍ବ, ବାଇଗଣୀ ଖରା, ଏବଂ ଗଳ୍ପ ପୁସ୍ତକ ରାସପର୍ବ, ମିମାଂସା, ମେଘମୁକ୍ତ ଆକାଶ ଆଦି ଜଣାଶୁଣା ।[1]
ମୌସୁମୀ ଦାସ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୩ ଅଗଷ୍ଟ ୧୯୭୨ |
ବୃତ୍ତି | କବି |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ |
ସମ୍ପର୍କୀୟ | କୃଷ୍ଣ ମୋହନ ଦାସ (ବାପା) |
ମୌସୁମୀ ୧୯୭୨ ମସିହାର ଅଗଷ୍ଟ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[2] ତାଙ୍କ ବାପା କୃଷ୍ଣ ମୋହନ ଦାସ ଜଣେ ଗାଳ୍ପିକ ଥିଲେ ।[3] ୧୯୯୨ ମସିହାରେ ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିଥିଲେ । ୧୯୯୭ ମସିହାରୁ ସେ ଓଡ଼ିଶା ସଚିବାଳୟରେ କାର୍ଯ୍ୟରତ ଅଛନ୍ତି ।
ମୌସୁମୀ ଉଭୟ ଗଳ୍ପ ଓ କବିତା ରଚନା କରନ୍ତି । ଅଷ୍ଟମ ଶ୍ରେଣୀରେ ପଢ଼ିଲାବେଳେ ତାଙ୍କ ପ୍ରଥମ କବିତା ମୀନାବଜାରରେ ପ୍ରକାଶିତ ହୋଇଥିଲା ।[3] ଏହାପରେ ୧୯୯୨ ମସିହାରେ ସ୍ନାତକ ଶେଷ ବର୍ଷରେ କଲେଜ ପତ୍ରିକାରେ ତାଙ୍କ ଗପ ପ୍ରକାଶିତ ହେବା ପରେ ୧୯୯୫ ମସିହାରେ କଟକରୁ ପ୍ରକାଶିତ ଓଡ଼ିଆ ପତ୍ରିକା ଶର୍ମିଷ୍ଠାରେ ତାଙ୍କ ରଚିତ ଗପ ଝରାଫୁଲର ପ୍ରଶ୍ନ ପ୍ରକାଶିତ ହୋଇଥିଲା ।[2] ତାଙ୍କ ରଚନାଗୁଡ଼ିକ ସକାଳ, ଧରିତ୍ରୀ, ସମ୍ବାଦ ଭଳି ଜଣାଶୁଣା ଖବରକାଗଜରେ ପ୍ରକାଶିତ ହେବା ସହିତ ଝରଣା, ପକ୍ଷୀଘର, ଯୁବପ୍ରଭା, ସାଗରିକା ଭଳି ପତ୍ରିକା ପ୍ରକାଶିତ ହୋଇଛି ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.