ଏକ ରାସାୟନିକ ଦ୍ରବ୍ୟ । ଏକ ଔଷଧ ଭାବରେ ନାର୍କୋଲେପ୍ସି ଯୋଗୁ ହେଉଥିବା ନିଦ୍ରା, ସିଫ୍ଟୱର୍କ ସ୍ଲିପ ଡିଜଅର୍ଡ଼ର From Wikipedia, the free encyclopedia
ମୋଡାଫିନିଲ (ଇଂରାଜୀ ଭାଷାରେ Modafinil, ବ୍ରାଣ୍ଡ ନାମ ପ୍ରୋଭିଜିଲ/ Provigil) ଏକ ଔଷଧ ଯାହା ନାର୍କୋଲେପ୍ସି (narcolepsy) ଯୋଗୁ ହେଉଥିବା ନିଦ୍ରା, ସିଫ୍ଟୱର୍କ ସ୍ଲିପ ଡିଜଅର୍ଡ଼ର (shift work sleep disorder) ବା ଅବସ୍ଟ୍ରକଟିଭ ସ୍ଲିପ ଆପନିଆ (obstructive sleep apnea/ OSA) ଇତ୍ୟାଦି ରୋଗମାନଙ୍କରେ ଦିଆଯାଏ ।[1][7] ଓଏସଏ ରୋଗରେ କଣ୍ଟିନୁଅସ ପଜିଟିଭ ଏୟାରୱେ ପ୍ରେସର (continuous positive airway pressure) ସାହାଯ୍ୟରେ ଚିକିତ୍ସା କରାଯାଏ ।[1] କଗନିଟିଭ ଏନହାନ୍ସର ଭାବରେ ଅଫଲେବେଲ ବ୍ୟବହାରର (off-label use) ପ୍ରଭାବ ବିଷୟରେ ସନ୍ଦିହାନ ଅଛି ।[8][9] ଏହି ଔଷଧ ପାଟିରେ ଦିଆଯାଏ । [1]
Clinical data | |
---|---|
Trade names | Provigil, Alertec, Modavigil, others |
Synonyms | CRL-40476; Diphenylmethylsulfinylacetamide |
AHFS/Drugs.com | monograph |
MedlinePlus | a602016 |
data |
|
Pregnancy category |
|
Dependence liability | Psychological: Very low[2] Physical: Negligible[2] |
Addiction liability | Very low to low[3] |
Routes of administration | By mouth (tablets)[1] |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | Not determined due to the aqueous insolubility |
Protein binding | 62.3% |
Metabolism | Hepatic (primarily via amide hydrolysis;[4] CYP1A2, CYP2B6, CYP2C9, CYP2C19, CYP3A4, CYP3A5 involved [5] |
Elimination half-life | 15 hours (R-enantiomer), 4 hours (S-enantiomer)[6] |
Excretion | Urine (80%) |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.168.719 |
Chemical and physical data | |
Formula | C15H15NO2S |
Molar mass | 273.35 g/mol |
3D model (JSmol) | |
SMILES
| |
InChI
| |
(verify) |
ସାଧାରଣ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଉତ୍କଣ୍ଠା, ନିଦ୍ରା ସମସ୍ୟା ଓ ଅଇ ହୋଇପାରେ ।[1] ସାଂଘାତିକ ପ୍ରତିକ୍ରିୟାରେ ଆନାଫାଇଲାକ୍ସିସ, ସ୍ଟିଭେନ୍ସ ଜନସନ ସିଣ୍ଡ୍ରୋମ, ନିଶା ବା ହାଲୁସିନେସନ(hallucinations ହୋଇପାରେ ।[1] ଗର୍ଭାବସ୍ଥାରେ ଏହାର ନିରାପତ୍ତା ବିଷୟରେ ମତୈକ୍ୟ ନାହିଁ ।[1] ବୃକ୍କ ଓ ଯକୃତ ରୋଗ ଥିଲେ ସାବାଧାନତା ସହିତ ଔଷଧ ମାତ୍ରା ଦେବାକୁ ହୁଏ ।[1] ଆରିଦମିଆ (arrhythmia), ଉଲ୍ଲେଖନୀୟ ଉଚ୍ଚ ରକ୍ତଚାପ, ଲେଫ୍ଟ ଭେଣ୍ଟ୍ରିକୁଲାର ହାଇପରଟ୍ରଫି (left ventricular hypertrophy) ଇତ୍ୟାଦି ରୋଗ ଥିଲେ ଦେବା ଉଚିତ ନୁହେଁ ।[10] ଏହାର କାର୍ଯ୍ୟବିଧି ବିଷୟ ଅସ୍ପଷ୍ଟ ଅଛି । [1] ମସ୍ତିଷ୍କରେ ଥିବା ନିଦ୍ରା ଚକ୍ରରେ (sleep cycle) ଏହାର କିଛି ପ୍ରଭାବ ରହୁଥିବା ବିଶ୍ୱାସ କରାଯାଏ ।[1]
ସନ ୧୯୯୮ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବହାର ନିମନ୍ତେ ମୋଡାଫିନିଲ ସ୍ୱୀକୃତ ହୋଇଥିଲା ।[7] ନିଶା ଯୋଗୁ ଯୁକ୍ତରାଷ୍ଟ୍ର ଆମେରିକାର ନିୟନ୍ତ୍ରିତ ପଦାର୍ଥ ଆକ୍ଟରେ (schedule IV controlled substance) ଏହା ଶ୍ରେଣୀଭୁକ୍ତ ହୋଇଛି ।[1] ସଂଯୁକ୍ତ ରାଷ୍ଟ୍ରରେ ଏହା କେବଳ ପ୍ରେସକ୍ରିପସନରେ ମିଳେ ।[10] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ । [10] ସନ ୨୦୧୮ରେ ସଂଯୁକ୍ତ ରାଷ୍ଟ୍ରର ଜାତୀୟ ସ୍ୱାସ୍ଥ୍ୟ ସେବାକୁ ଏହା ନିମନ୍ତେ ମାସକୁ ୧୦୫.୨୧ ପାଉଣ୍ଡ ଖର୍ଚ୍ଚ କରିବାକୁ ହୁଏ ।[10] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୮ରେ ଏହା ପିଛା ମାସିକ ପ୍ରାୟ ୩୪.୨୦ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[11]
ଲୁଆ ତ୍ରୁଟି: bad argument #2 to 'title.new' (unrecognized namespace name 'Portal') ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.