ମେଘନା ନଦୀ
From Wikipedia, the free encyclopedia
ମେଘନା ନଦୀ(ବଙ୍ଗଳା: মেঘনা নদী) ବାଂଲାଦେଶର ସବୁଠାରୁ ଗୁରୁତ୍ୱପୂର୍ଣ ନଦୀ । ,[1] ବଂଗୋପମହାସାଗରକୁ ଲାଗି ରହିଥିବା ଗାଙ୍ଗେୟ ସମତଳଭୂମି ଅଞ୍ଚଳରେ ପ୍ରବାହିତ ତିନିଟି ମୁଖ୍ୟ ନଦୀ ମଧ୍ୟରୁ ଏହା ଅନ୍ୟତମ । ସୁରମା - ମେଘାନା ନଦୀ ପ୍ରଣାଳୀର ମେଘନା ନଦୀର ଉପତ୍ତି ବାଂଲାଦେଶର କିଶୋରଗଞ୍ଜ ଜିଲ୍ଲାର ଭୈରବ ବଜାର ସହରର ଉପର ଅଞ୍ଚଳରେ ସୁର୍ମା ନଦୀ ଓ କୁଶିୟାରା ନଦୀର ସଙ୍ଗମଦ୍ୱାରା ସୃଷ୍ଟି ହେଇଥାଏ । ସୁର୍ମା ଓ କୁଶିୟାରା ପୂର୍ବ ଭାରତୀୟ ପାର୍ବତ୍ୟ ଅଞ୍ଚଳରୁ ଉପତ୍ତି ଘଟି ବାରକ ନଦୀ ଭାବରେ ଆସିଥାଏ । ଚାଁଦପୁର ଜିଲ୍ଲାରେ ମେଘନା ନଦୀ ତାହାର ମୁଖ୍ୟ ଉପନଦୀ ପଦ୍ମା ସହ ମିଳିତ ହୁଏ । ମେଘନା ନଦୀର ଅନନ୍ୟ ଉପନଦୀଗୁଡ଼ିକ ହେଲା ଢାଲେସବାରି , ଗୁମଟିଓ ଫେଣି । ମେଘନା ନଦୀ ଭୋଳା ଜିଲ୍ଲା ରରେ ବଂଗୋପ ସାଗରରେ ଲୀନ ହୁଏ । ଏହାର ମୁହାଣ ଅଞ୍ଚଳରେ ତେତୁଳିଆ , ଶବାଜପୁର , ହଟିଆ ଓ ବାମ୍ଣୀ ରହିଛି ।
ବାଂଲାଦେଶ ଭିତରେ ସମ୍ପୂର୍ଣ ଭାବରେ ପ୍ରବାହିତ ନଦୀଗୁଡ଼ିକ ମଧ୍ୟରୁ ମେଘନା ସବୁଠାରୁ ବେଶୀ ପ୍ରସ୍ଥ ବିଶିଷ୍ଟ । ଭୋଳା ନିକଟରେ ଏହାର ପ୍ରସ୍ଥ 12 କିଲୋମିଟର ହେଇଥାଏ । ତଳ ମୁଣ୍ଡରେ ଏହି ନଦୀ ସମତଳ ଭୂମିରେ ସରଳରେଖା ପରି ପ୍ରବାହିତ ହେଇଥାଏ ।